ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମ ବଙ୍ଗରେ ଚଳଚିତ୍ର ‘ ଦି କେରଳ ଷ୍ଟୋରୀ ‘ ଉପରେ ପ୍ରଦର୍ଶନ କୁ ନେଇ ବ୍ୟାନ ଲଗାଇଛନ୍ତି l ମମତା ନିକଟରେ ଏହା ଘୋଷଣା କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ମମତା ମୁଖ୍ୟ ସଚିବ ଙ୍କୁ ଏହା ନିର୍ଦେଶ ଦେଇ କହିଛନ୍ତି ଯେ ରାଜ୍ୟରେ ଶାନ୍ତି ଓ ସଦ୍ଭାବନା ରଖିବା ପାଇଁ ଦି କେରଳ ଷ୍ଟୋରୀ ଉପରେ ପ୍ରତିବନ୍ଧକ ଲାଗ ଯାଇଛି l ଏହି ଚଳଚିତ୍ରରେ ଦେଖା ଯାଇଥିବା ସମସ୍ତ ଦୃଶ୍ୟ ରାଜ୍ୟର ଶାନ୍ତି ବ୍ୟବସ୍ଥା ପାଇଁ ଭୟଙ୍କର ପରିସ୍ଥିତି ଆଣିବ l ଏହା ପଶ୍ଚିମ ବଙ୍ଗର ପ୍ରତ୍ୟେକ ଜିଲ୍ଲାରେ ଲାଗୁ କରାଯିବ l ଏହି ଚଳଚିତ୍ର ପଶ୍ଚିମ ବଙ୍ଗରେ ବ୍ୟାନ ହେବା ପରେ ଦି କାଶ୍ମୀର ଫାଇଲସ ର ନିର୍ଦେଶକ ବିଭେକ ଅଗ୍ନିହୋତ୍ରୀ ଆକ୍ଷେପ କରିଛନ୍ତି l
ଏହି ଚଳଚିତ୍ର କୁ ନେଇ ସର୍ବଦା ରାଜନୀତି ଗରମ ହେବାରେ ଲାଗିଛି l ଏହା ପୂର୍ବରୁ ତାମିଲ ନାଡୁ ରେ ମଧ୍ୟ ଏହି ଚଳଚିତ୍ର କୁ ବ୍ୟାନ କରାଯାଇଛି l କିନ୍ତୁ ଅନ୍ୟ ପକ୍ଷରେ ମଧ୍ୟପ୍ରଦେଶ ସରକାର ଦି କେରଳ ଷ୍ଟୋରି କୁ ନେଇ ନିଜ ରାଜ୍ୟରେ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ରେ ଗୋଟିଏ ରାଲି କୁ ସମ୍ବୋଧନ କରିବା ସମୟରେ ଏହି ଚଳଚିତ୍ର ତୀର ପ୍ରଶଂସା କରିଥିଲେ ଓ କହିଥିଲେ ଯେ ଏହି ଚଳଚିତ୍ର ଆତଙ୍କବାଦ ର ମୁଖା ଖୋଲିବ l
ଏହାକୁ ନେଇ ବିବେକ ଅଗ୍ନିହୋତ୍ରୀ ମମତାଙ୍କ ପ୍ରତିକ୍ରିୟା କୁ ନେଇ ଟୁଇଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ଓ ଲେଖିଛନ୍ତି ଯେ ‘ ଦିଦି ମୋ ବିଷୟରେ କଥା କହୁଛନ୍ତି l ହଁ, ମୁଁ ନରସଂହାର ର ଶିକାର ହୋଇଥିବା ଲୋକଙ୍କୁ ସାକ୍ଷାତ କରିବାକୁ ପଶ୍ଚିମ ବଙ୍ଗ ଯାଇଥିଲି l ଆପଣ ଏତେ ଡରି କାହିଁକି ଯାଇଛନ୍ତି l ଦି କାଶ୍ମୀର ଫାଇଲସ ନରସଂହାର ଓ ଆତଙ୍କବାଦ ବିଷୟରେ ଥିଲା l ଆପଣ କଣ ଭାବୁଥିଲେ ଏହା କାଶ୍ମୀର ଲୋକଙ୍କୁ ବଦନାମ କରିବା ପାଇଁ ପ୍ରସ୍ତୁତ ହୋଇଥିଲା l ‘
ବିବେକ ଅଗ୍ନିହୋତ୍ରୀ ଙ୍କ ଟୁଇଟ ର ଜବାବ ଦେଇ ମମତା ବାନାର୍ଜୀ ଟୁଇଟ କରିଛନ୍ତି ଯେ’ମୁଁ ଆପଣଙ୍କ ବିରୁଦ୍ଧରେ ମାନହାନୀ ମୋକଡ଼ମା କରିବି ।