ମାଲକାନଗିରି !ତା:୨୬/୮ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ଥାନା ପୋଲ୍ସ ଦ୍ବାରା ୪୫୦ କିଗ୍ରା ଗଞ୍ଜେଇ ସହ ଗୋଟିଏ ବାର ଚକିଆ ଟ୍ରକ ଜବତ କରାଯାଇଥିବା ବେଳେ ଚାରି ଜଣ ଆସାମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ! ପ୍ରାପ୍ତ ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ଓର୍କେଲ ଥାନା ପୋଲିସ ଦଳ ହାତୀଆମ୍ବ ଛକ ନିକଟରେ ଯାନବାହାନ ତଦନ୍ତ କରୁଥିବା ବେଳେ ବାଲିମେଳା ପାର୍ଶ୍ବରୁ ଏକ ବାର ଚକିଆ ଟ୍ରକ ନଂ :ସିଜି୦୭ସିଏ ୯୦୪୯ ସେହି ରାସ୍ତା ଦେଇ ଅତିକ୍ରମ କରୁଥିଲା !ପୋଲିସ ଉକ୍ତ ଟ୍ରକକୁ ଅଟକାଇ ତଦନ୍ତ କରିଥିଲା !ତଦନ୍ତ ସମୟରେ ଟ୍ରକ ମଧ୍ଯରୁ ୧୫ଟି ପଲିଥିନ ବସ୍ତା ମିଳିଥିଲା,ଯେଉଁଥିଲେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିଲା !ଟ୍ରକ ମଧ୍ଯରେ ଚାରି ଜଣ ବ୍ଯକ୍ତି ରହିଥିଲେ !
ସେମାନେ ହେଲେ ପଞ୍ଜବା ରାଜ୍ଯର ହୋସିୟାରପୁର ଜିଲ୍ଲା ଅନ୍ତର୍ଗତ ମସିଦପଲହଟ ଗ୍ରାମର ଗୁରୁପ୍ରିତ୍ ସିଂ(୩୪),ମାଲକାନଗିରି ଜିଲ୍ଲା ନିକଟସ୍ଥ ପାଣ୍ଡ୍ରପାଣି ପଞ୍ଚାୟତ ଭାଲୁଗୁଡା କଲୋନୀ -୨ର ସୁରେନ୍ଦ୍ର ଗଦବା (୨୫)ମାଲକାନଗିରି ଥାନାଅନ୍ତର୍ଗତ ପଦ୍ମଗିରି ନିକଟସ୍ଥ ଏମଭି -୮୩ ଗ୍ରାମର ନୀଳକମଳ ବିଶ୍ବାସ(୩୦),ଛତିଶଗଡ ରାଜ୍ଯ ଅନ୍ତର୍ଗତ ଦୁର୍ଗ ଜିଲ୍ଲା ନିକଟସ୍ଥ କମାରୀ ଗ୍ରାମର କମଲଜିତ୍ ସିଂ(୩୫) !ସେମାନ ନାମରେ ଓର୍କେଲ ପୋଲିସ ଥାନା କେଶ ନଂ:୧୪୨/୨୫ ୮.୨୦୨୦ ଅନୁସାରେ ମାମଲା ଋୁଜୁ କରାଯିବା ସହ ମାଲକାନଗିରି କୋର୍ଟକୁ ଆଜି ଚାଲାଣ କରିଛି !ତାଙ୍କ ନିକଟରୁ ପୋଲିସ ୫ଟି ମୋବାଇଲ ମଧ୍ଯ ଜବତ କରିଛି !୪୫୦ କିଗ୍ରା ଗଞ୍ଜେଇର ବଜାର ମୂଲ ୯ ବକ୍ଷ ଟଙ୍କା ହେବ ବୋଲି ପୋଲିସ ପ୍ରସ ବିଜ୍ଞପ୍ତିରେ ଦର୍ଶାଇଛି !