Odisha news

ଅନଲାଇନ ପାଠପଢା ଧର୍ମକୁ ଆଖିଠାର

0

ଆର,ଉଦୟଗିରି : କରୋନା ପାଇଁ ମାର୍ଚ ମାସଠାରୁ ସ୍କୁଲ କଲେଜ ବନ୍ଦ ରହିଛି । ସରକାରଙ୍କ ଘୋଷଣା ପରେ ସ୍କୁଲ ଓ କଲେଜମାନଙ୍କରେ ଅନ୍ଲାଇନ୍ ପାଠପଢା ଆରମ୍ଭ ହୋଇଗଲାଣି କିନ୍ତୁ ପ୍ରକୃତରେ କେତେ ପିଲା ଅନ୍ଲାଇନରେ ପାଠ ପଢୁଛନ୍ତି ତାର ତଥ୍ୟ ସରକାରଙ୍କ ପାଖରେ ନାହିଁ । ଯଦି ନୁଆଗଡ ଓ ଆର,ଉଦୟଗିରି ବ୍ଲକ ଅଞ୍ଚଳରେ ସ୍କୁଲ ଓ କଲେଜ ପିଲାଙ୍କ ପାଠପଢା ବିଷୟ ଦେଖିବା ଏହା ଧର୍ମକୁ ଆଖିଠାର ସଦୃଶ ହେଉଛି । ନୁଆଗଡ ବ୍ଲକରେ ଥିବା ପ୍ରାଥମିକ ଓ ଉଚ ପ୍ରାଥମିକ ୧୩୨ ଟି ସ୍କୁଲ ରହିଛି  ସେଥିରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀରେ  ୮ ହଜାର ୯ଶହ ୨୪ଟି ଛାତ୍ରଛାତ୍ରୀ ପାଠପଢନ୍ତି ।

ଆର,ଉଦୟଗିରି ବ୍ଲକର ମୋଟ ସ୍କୁଲ ପ୍ରାଥମିକ ଓ ଉଚ ପ୍ରାଥମିକ ୧୮୩ଟି ସ୍କଲ ସେଥିରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀରେ ୭ ହଜାର ୭ ଶହ ୩ ଜଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି । ଏହି ଦୁଇଟି ବ୍ଲକର ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ମଧ୍ୟରୁ ୯୦ ଭାଗ ଛାତ୍ରଛାତ୍ରୀଙ୍କ ପାଖରେ ଅଣ୍ଡଏଡ୍ ମୋବାଇଲ ଫୋନ ନାହିଁ । ନୁଆଗଡ ବ୍ଲକରେ ୫ ଗ୍ରାମର ଏବଂ ଆର,ଉଦୟଗିରି ବ୍ଲକର ୭ଟି ଗ୍ରାମରେ ମୋବାଇଲ ନେଟ୍ଓ୍ବାର୍କ ସୁବିଧା ନାହିଁ । ଏହି ଦୁଇ ବ୍ଲକରେ ଅମେକ ଗ୍ରାମ ଦୁର୍ଗମ ଅଞ୍ଚଳରେ ରହୁଥିବାରୁ ମୋବାଇଲି ନେଟ୍ଓ୍ବାର୍କ ମଧ୍ୟ ନାହିଁ । ତେଣୁ ୮୦ ରୁ ୯୦ ଭାଗ ପିଲା ପାଠପଢାରୁ ବଞ୍ଚିତ ହେଉଛନ୍ତି । ଟିଭି ମାଧ୍ୟମରେ ପାଠପଢା ମଧ୍ୟ ଏସବୁ ଅଞ୍ଚଳରେ ସମ୍ଭବ ନୁହେଁ । ଅନେକ ଗ୍ରାମକୁ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇନାହିଁ । କେବଳ ସହରରେ ରହୁଥିବା ପିଲାମାନେ ଏହାର ଉପକୃତ ପାଇପାରୁଛନ୍ତି । ଗ୍ରାମ ଅଞ୍ଚଳର ଓ ଦୁର୍ଗମ ଅଞ୍ଚଳରେ ରହୁଥିବା ପିଲାମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି ।

ବୋଲି ଅନେକ ଅଭିଭାବକ ଅଭିଯୋଗ କରୁଛନ୍ତି । ନୁଆଗଡ ବ୍ଲକର ବିଇଓ ବ୍ରଜ କିଶ୍ବର ନାୟକ ଓ ଆର,ଉଦୟଗିରି ବିଇଓ ବିଶ୍ବନାଥ ଭୁଆଁଙ୍କୁ ପଚାରିବାରୁ ଆମେ ଅନ୍ଲାଇନରେ ପାଠ ପଢାଛନ୍ତୁ । କିନ୍ତୁ ଅଧିକାଂଶ ପିଲାଙ୍କ ପାଖରେ ଆଣ୍ଡାଏଡ୍ ହ୍ୟାଣ୍ଡସେଟ୍ ଓ ବିଭିନ୍ନ ଗ୍ରାମରେ ନେଟ୍ଓ୍ବାର୍କ ନଥିବା ଯୋଗୁଁ ଅନେକ ଛାତ୍ରଛାତ୍ରୀ ମାନେ ପାଠପଢି ପାରୁ ନାହାନ୍ତି। ତେଣୁ ସରକାର ସବୁ ପିଲାଙ୍କୁ ଠିକ୍ ଭାବେ ପଢିବା ପାଇଁ ସୁଚିନ୍ତିତ ବୃଦ୍ଦିଜୀବୀ ଓ ଅଭିଭାବକ ମତ ଦେଇଛନ୍ତି । ନୁଆଗଡ ବ୍ଲକର ଆଦର୍ଶ ବିଦ୍ୟାଳୟ ନଦିମୁଠା ଅଞ୍ଚଳର ପରିମଳ ଗ୍ରାମ ବିଦ୍ୟାଳୟ ରହିଛି । ଏହି ଅଞ୍ଚଳରେ  ନେଟ୍ଓ୍ବାର୍କ ସୁବିଧା ୬ଟି ପଞ୍ଚୟତ ନଥିବାରୁ ଏହି ବିଦ୍ୟାଳୟ ତରଫରୁ ଅନ୍ଲାଇନରେ ପାଠପଢା ସପୁନ୍ନ ଠପ ହୋଇଯାଇଛି । ଏହି ଅଞ୍ଚଳର ପିଲାମାନେ ଅନ୍ଲାଇନ୍ ପାଠପଢା ସୁବିଧା ପାରୁନାହାନ୍ତି । ଆଗକୁ ଅଧବାସିକ ପରିକ୍ଷା ଅଛି ପିଲାମାନେ ପରିକ୍ଷାରେ କଣ ଲେଖିବେ ବୋଲି ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ ।

Leave A Reply