ମାଲକାନଗିରି!ତା:୨୬/୮ : ଆଜି ମାଲକାନଗିରି ଜିଲ୍ଲାରେ କରୋନା ରୋଗୀ ୧୩୪ ଜଣଙ୍କୁ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି, ଯାହାକି ସବୁ ଦିନର ରେକର୍ଡକୁ କାଟିଛି !ଦିନକୁ ଦିନ ମାଲକାନଗିରି ଜିଲ୍ଲାରେ କରୋନା ରୋଗୀ ସଂଖ୍ଯା ଆଶାନୁରୂପେ ବଢିବାରେ ଲାଗିଛି !
ଯେତେ ଯାହା କଟକଣା ଲାଗୁ କଲେ ମଧ୍ଯ କରୋନା ସଂକ୍ରମଣ ହ୍ରାସ ପାଇବାର ନଜିରକୁ ଆସୁ ନାହିଁ !ଅନ୍ଯପକ୍ଷରେ ପ୍ରତ୍ଯେକ ଲୋକ ବାହାରକୁ ଗଲେ ମୁହଁରେ ମାସ୍କ ପରିଧାନ କରୁଛନ୍ତି !ସାଇନିଟାଇଜର ବା ହାତକୁ ସାବୁନରେ ଧୋଉଛନ୍ତି !ଯଦି ଏସବୁ କରୋନା ରୋକିବାରେ ଏକ ପ୍ରକାର ମାନଦଣ୍ଡ ବୋଲି କୁହାଯାଉଛି,ତେବେ ଏତେ ଦ୍ରୁତ ଗତିରେ ମାଲକାନଗିରି ଜିଲ୍ଲାରେ କରୋନା ବଢୁଛି କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସ୍ରୁଷ୍ଟି ହେଉଛି !
ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାରେ ଆଜି କରୋନା ୧୩୪ ଜଣଙ୍କୁ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି !ତନ୍ମଧ୍ଯରୁ ମାଲକାନଗିରି ପୌରାଞ୍ଚଳରେ ୫୫ ଜଣ ,ବାଲିମେଳା ଏନଏସିରେ ୨୨ ଜଣ ,ଖଇରରୁଟ ବ୍ଲକରେ ୧୨ ଜଣ ,ଚିତ୍ରକୋଣ୍ଡା ବ୍ଲକରେ ୧୩ ଜଣ,ମାଲକାନଗିକି ବ୍ଲତରେ ୧୦ ଜଣ,ମାଥିଲି ବ୍ଲତରେ ୨ ଜଣ,କୋରୁକୋଣ୍ଡା ବ୍ଲକରେ ୧୨ ଜଣ,କାଲିମେଳା ବ୍ଲକରେ ୭ ଜଣ,ପଡିଆ ବ୍ଲକରେ ଜଣେ ବ୍ଯକ୍ତି କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣା ପଡିଛି !
ଆଜି ପର୍ଯ୍ଯନ୍ତ କରୋନା ସଂକ୍ରମିତ ସଂଖ୍ଯା ମାଲକାନଗିରି ଜିଲ୍ଲାରେ ୨୦୯୩ ଜଣଙ୍କୁ ସଂକ୍ରମିତ ହେୀଇଥିବା ବେଳେ ୧୩୪୬ ଜଣ ସୁସ୍ଥ ହୋଇଛନ୍ତି ! ବର୍ତ୍ତମାନ ୭୪୩ ଜଣ କରୋନା ରୋଗୀ ମାଲକାନଗିରି କୋଭିଡ ହସପିଟାଲରେ ଚିକିତ୍ସାଧିନ ରହିଛନ୍ତି ଏବଂ ଅଦ୍ଯାବଧି ୪ ଜଣଙ୍କର କରୋନା ଦ୍ବାରା ଦେହାନ୍ତ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି !