ପୁଣି ମାଲକାନଗିରିରେ ଆଜି ଆଜି କରୋନା ସଂକ୍ରମିତ ରୋଗୀ ୧୮ : ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ଯା ୨୯୨କୁ ବୃଦ୍ଧି
ମାଲକାନଗିରି !ତା:୧୯.୭.୨୦୨୦ :ମାଲକାନଗିରି ଜିଲ୍ଲାରେ ଆଜି ୧୮ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତ ସଂଖ୍ଯା ୨୯୨କୁ ବୃଦ୍ଧି ପାଇଛି !ମାଲକାନଗିରି ପୌରାଞ୍ଚଳରେ ୮ ଜଣ,ବାଲିମେଳାରେ ଏନଏସିରେ ୬ ଜଣ,କାଲିମେଳା ବ୍ଲକରେ ୨ ଜଣ ଏବଂ ମାଲକାନଗିରି ବ୍ଲକରେ ୨ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ! ମାଲକାନଗିରି ୮ ଜଣଂକ ମଧ୍ଯରୁ ୩ ଜଣଂକୁ ଘରକୁ ଘର ବୁଲି ସର୍ଭେ ରିପୋର୍ଟରୁ ଚିହ୍ନଟ କରାଯାଇଛି !ଏମାନେ କଣ୍ଟେନମେଣ୍ଟ ଜୋନରେ ଥିଲେ !
ଜଣେ ହଟସ୍ପଟ ଜିଲ୍ଲାରୁ ସଂକ୍ରମିତ ହୋଇ ଆସିଥିଲା ବେଳେ ୨ ଜଣ ସଂକ୍ରମିତ ରୋଗୀଂକ ନିକଟ ସଂସ୍ପର୍ଶରେ ଆସି ସଂକ୍ରମିତ !ବାଲିମେଳା ଏନଏସିରେ ୬ ଜଣ ସଂକ୍ରମିତଂକ ମଧ୍ଯରୁ ଜଣେ ନିକଟ ସଂସ୍ପର୍ଶରେ ଆସି ସଂକ୍ରମିତ,ଅନ୍ଯ ଜଣଂକ ଠାରେ ସଂକ୍ରମଣର ଲକ୍ଷଣ ପରି ପ୍ରକାଶ ପାଇଥିଲା ! ବାକି ୪ ଜଣ ଜ୍ବର ଦ୍ବାରା ଆକ୍ରାନ୍ତ ହୋଇ କ୍ଲନିରରୁ ଫରିଥିଲେ ! ଅନ୍ଯ ପକ୍ଷରେ ଗତ ଶନିବାର ଦିନ ମାଲକାନଗିରି କୋଭିଡ ହସପିଟାଲରୁ ୨୧ ଜଣ କରୋନା ରୋଗୀ ସୁସ୍ଥ ହେୀଇ ଘରକୁ ଫେରି ଥିବା ଜଣା ପଡିଛି !