Odisha news

ତ୍ୟାଗ ଓ ସେବାର ପ୍ରତୀକ ଥିଲେ ମାଳତୀ ଚୌଧୁରୀ

0

ଜଗତସିଂହପୁର :ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ଧର୍ମପନôୀ ତଥା ବିଶିଷ୍ଟ ନାରୀନେତ୍ରୀ ମାଳତୀ ଚୌଧୁରୀଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଆଜି ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ସ୍ଥାନୀୟ ତରଡାପଡା ଠାରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆ·ର୍ଯ୍ୟ ଏଥିରେ ଅଧ୍ୟକ୍ଷତା କରି ବିପ୍ଳବିନୀ ମାଳତୀ ଚୌଧୁରୀ ତ୍ୟାଗ ଓ ସେବାର ପ୍ରତୀକ ଥିଲେ ବୋଲି କହିଥିଲେ । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ରାଧାମୋହନ ପରିଜା ତାଙ୍କ ବକ୍ତବ୍ୟରେ ଅସହଯୋଗ ଆନେ୍ଦାଳନ ,ଲବଣ ସତ୍ୟାଗ୍ରହ ଓ ଭାରତ ଛାଡ ଆନେ୍ଦାଳନରେ ମାଳତୀ ଚୌଧୁରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ ।

ମୁଖ୍ୟବକ୍ତା ଭାବେ ଟାଇମସ୍ ଗୁରୁକୁଳର ଅଧ୍ୟକ୍ଷା ସୌଦାମିନୀ ସାହୁ ଆଲୋଚନାରେ ଅଂଶଗ୍ରହଣ କରି ସମାଜରୁ ଦୁର୍ନୀତି , ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରକରିବାରେ ମାଳତୀଦେବୀ ନିଜପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତିବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇଟିଆଇ ର ନିଦେ୍ର୍ଦଶକ ରଶ୍ମୀରଂଜନ ମିଶ୍ର,ଶିକ୍ଷକ ପ୍ରକାଶଚନ୍ଦ୍ର ସାହୁ,ପ୍ରକାଶ ଲେଙ୍କା,ଶିକ୍ଷୟିତ୍ରୀ କନକ ମୁଦୁଲି ପ୍ରମୁଖ ଆଲୋଚନାରେ ଭାଗନେଇ ମୁକ୍ତିସଂଗ୍ରାମରେ ଚୌଧୁରୀ ପରିବାରର ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ସୁଶ୍ରୀ ଅଞ୍ଜୁଷା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply