Odisha news

କଣ ଗର୍ଭବତୀ ଅଛନ୍ତି ମଲାଇକା ଅରୋଡା ? ମଲାଇକା ଙ୍କୁ ନେଇ ମୁହଁ ଖୋଲିଲେ ଅର୍ଜୁନ

0
ନୂଆଦିଲ୍ଲୀ : ମଲାଇକା ଆରୋଡା ଓ ଅର୍ଜୁନ କପୂର୍ ବଲିଉଡ୍ ର ସବୁଠୁ ଚର୍ଚ୍ଚିତ ପ୍ରେମୀ ଯୁଗଳ । ମଲାଇକା ଓ ଅର୍ଜୁନ ଙ୍କ ରୋମାନ୍ସ ଦେଖି ଦର୍ଶକ ଙ୍କ ମନ ମଧ୍ୟ ଉଲ୍ଲସିତ ହୋଇ ଉଠିଥାଏ । ଅର୍ଜୁନ ମଧ୍ୟ ନିଜର ଲେଡି ଲଭ୍ କୁ ନେଇ ଖୁବ୍ ପ୍ରୋଟେକ୍ଟିଭ ଅଟନ୍ତି । ଉଭୟ ଙ୍କ କେମେଷ୍ଟ୍ରୀକୁ ତାଙ୍କ ଫ୍ୟାନସ୍ ଖୁବ୍ ପସନ୍ଦ କରନ୍ତି ।
ସେହିଭଳି ମଲାଇକା ଙ୍କ ପ୍ରେଗନନ୍ସି ର ଗୁଜବ କୁ ନେଇ ଅର୍ଜୁନ ଖୁବ୍ କ୍ରୋଧିତ ହୋଇଛନ୍ତି ।
ଗୁଜବ ଖବର ଟି ହେଲା ବି ଟାଉନ୍ ର ଗର୍ଜୀୟସ ଡିଭା ମଲାଇକା ଆରୋଡା ଗର୍ଭବତୀ ଅଛନ୍ତି । ଅର୍ଜୁନ ଓ ମଲାଇକା ନିଜର ପ୍ରଥମ ଏକ୍ସପେକ୍ଟ କରୁଛନ୍ତି । ଭୈରାଲ ରିପୋର୍ଟ ରେ କୁହାଯାଇଛି ଯେ ଅକ୍ଟୋବର ମାସରେ ଯେତେବେଳେ ଅର୍ଜୁନ ଓ ମଲାଇକା ଲଣ୍ଡନ ଯାଇଥିଲେ , ସେହି ସମୟରେ ମଲାଇକା ନିଜର ସମ୍ପର୍କୀୟ ମାନଙ୍କ ସହିତ ନିଜର ଗର୍ଭବତୀ ହେବାର ଖବର ସେୟାର କରିଥିଲେ ।
ଏହି ଗୁଜବ ମାର୍କେଟ କୁ ଆସିବା ମାତ୍ରକେ ଚାରିଆଡେ ଅର୍ଜୁନ ଓ ମଲାଇକା ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାକୁ ଶୁଣି ଅର୍ଜୁନ ଶେଷରେ ନିଜର ମୁହଁ ଖୋଲିଲେ ।
ଅର୍ଜୁନ କାପୁର ନିଜର ଇନ୍ଷ୍ଟା ଗ୍ରାମ ଷ୍ଟୋରି ରେ ଗୋଟିଏ ପୋଷ୍ଟ ସେୟାର କରି ଏଭଳି ଗୁଜବ କରିଥିବା ବ୍ୟକ୍ତିଙ୍କୁ ଖୁବ୍ ଶୁଣାଇ ଥିଲେ । ସେ ନିଜ ପୋଷ୍ଟ ରେ ଲେଖିଥିଲେ , ବର୍ତ୍ତମାନ୍ ସୁଦ୍ଧା ଯାହା ଘଟି ଯାଇଛି ସେଥି ମଧ୍ୟରୁ ଏହା ସବୁଠୁ ଘୃଣ୍ୟ କଥା । ଏଭଳି ପ୍ରକାରର ଗୁଜବ ପ୍ରଚାର କରିବା ଖୁବ୍ ନିନ୍ଦନୀୟ ଅଟେ , ଆପଣ ଜାଣି ରଖିବା ଉଚିତ୍ ହେ ଆପଣ ଜଣଙ୍କୁ ମାନସିକ ସ୍ତରରେ ଆଘାତ ଦେଉଛନ୍ତି । ଆମେ ଅନେକ ସମୟରେ ଏଭଳି ଖବର କୁ ଅଣଦେଖା କରିଥାଉ । କିନ୍ତୁ ପରେ ଏହା ଗଣମାଧ୍ୟମ ରେ ବ୍ୟାପି ଯାଇ ସତ୍ୟ ହୋଇଯାଏ । ଏହା ଠିକ୍ ନୁହେଁ, ଆମର ବ୍ୟକ୍ତିଗତ ଜୀବନ ସହିତ ଖେଳିବା ପାଇଁ କିପରି ସାହସ କଲ।
ଅର୍ଜୁନ ନିଜର ପୋଷ୍ଟ ରେ ଏହି କଥା ସଫା ସଫା ଦର୍ଶାଇ ଦେଲେ ଯେ ମଲାଇକା ଙ୍କ ଗର୍ଭବତୀ ହେବାର ଖବର ପଛରେ କୌଣସି ସତ୍ୟତା ନାହିଁ । ଏହାଛଡା ଅର୍ଜୁନ ଅପିଲ୍ କରିଛନ୍ତି ଯେ ଏଭଳି ଖବର ରେ କୌଣସି ସତ୍ୟତା ନାହିଁ ।
Leave A Reply