Odisha news

୩ ବର୍ଷକୁ ଥରେ ଆସିଥାଏ ମଳ ମାସ , ମଳ ମାସରେ କରନ୍ତୁ ଏହିସବୁ କାର୍ଯ୍ୟ ଚମକି ଉଠିବ ଭାଗ୍ୟ

0
ସନାତନ ହିନ୍ଦୁ ଧର୍ମରେ ମଳ ମାସ ବା ଅଧିକତମ ମାସର ଅନେକ ମହତ୍ୱ ରହିଛି l ଏହାକୁ ପୁରୁଷୋତମ ମାସ ମଧ୍ୟ କୁହାଯାଇ ଥାଏ l ମାନ୍ୟତା ଅନୁସାରେ ଏହି ମାସରେ କୌଣସି ଶୁଭ କାର୍ଯ୍ୟ କରିବା ବର୍ଜନୀୟ ଅଟେ l ମଳ ମାସ ୩ ବର୍ଷ କୁ ଥରେ ଆସିଥାଏ l ଚଳିତ ବର୍ଷ ଜୁଲାଇ ୧୮ ତାରିଖ ରୁ ଆରମ୍ଭ ହେବ ମଳ ମାସ l ଏହା ଅଗଷ୍ଟ ୧୮ ତାରିଖ ରେ ସମ୍ପୂର୍ଣ୍ଣ ହେବ l
କାହିଁକି ଲାଗି ଥାଏ ମଳ ମାସ :-
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବ ଗୋଟିଏ ରାଶିରୁ ଅନ୍ୟ ଗୋଟିଏ ରାଶିକୁ ଗୋଚର କରିବା ଦ୍ୱାରା ସଂକ୍ରାନ୍ତି ହୋଇଥାଏ l ସୂର୍ଯ୍ୟ ଦେବ ଗୋଟିଏ ରାଶିରେ ୧ ମାସ ରହି ଥାଆନ୍ତି l କିନ୍ତୁ ମଳ ମାସରେ ସୂର୍ଯ୍ୟ ଦେବ ରାଶି ପରିବର୍ତନ କରନ୍ତି ନାହିଁ l ସେଥି ପାଇଁ ଏହାକୁ ମଳ ମାସ କୁହାଯାଇ ଥାଏ l ଏହି ସମୟରେ କୌଣସି ପ୍ରକାରର ଶୁଭ କାର୍ଯ୍ୟ ହୋଇ ନଥାଏ l
* ମାନ୍ୟତା ରହିଛି ଯେ ଏହି ମାସରେ ଭଗବାନ ବିଷ୍ଣୁ ଙ୍କୁ ବିଧିବଦ୍ଧ ଭାବରେ ପୂଜା କରାଯାଇ ଥାଏ l ତେଣୁ ବିଷ୍ଣୁ ଙ୍କ ନିକଟରେ କ୍ଷୀରି ଭୋଗ ଲଗାଇବା ଖୁବ ଶୁଭ ହୋଇଥାଏ l
* ମଳ ମାସରେ ହଳଦିଆ ବସ୍ତୁ ଦାନ କରିବା ଖୁବ ଶୁଭ ହୋଇଥାଏ l ତେଣୁ ଏହି ମାସରେ ହଳଦିଆ ଫଳ , ହଳଦିଆ ବସ୍ତ୍ର ସହିତ ହଳଦିଆ ରଙ୍ଗର ଶସ୍ୟ ଦାନ କରିବା ଉଚିତ l ଏହାଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l
* ମଳ ମାସରେ ତୁଳସୀ ପୂଜନ ର ବିଶେଷ ମହତ୍ୱ ରହିଥାଏ l ଏହି ମାସରେ ତୁଳସୀ ଙ୍କ ନିକଟରେ ନିୟମିତ ଦୀପ ଜଳାଇ ‘ ଓଂ ନମଃ ଭଗବତେ ବାସୁଦେବାୟ ‘ ମନ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ l
* ମଳ ମାସରେ ପ୍ରତିଦିନ ବିଷ୍ଣୁ ଙ୍କ ନିକଟରେ କେଶର ଓ ଦୁଗ୍ଧ ରେ ଅଭିଷେକ କରନ୍ତୁ l ଏହା ଛଡା ତୁଳସୀ ରେ ବିଷ୍ଣୁ ଙ୍କ ନାମ ଜପ କରନ୍ତୁ l ଏପରି କରିବା ଦ୍ୱାରା ଈଶ୍ୱର ଙ୍କ କୃପା ଲାଭ ହୋଇଥାଏ l
* ମଳ ମାସରେ ଓସ୍ତ ବୃକ୍ଷକୁ ପୂଜା କରାଯାଇ ଥାଏ , କାହିଁକି ନା ଓସ୍ତ ବୃକ୍ଷରେ ଭଗବାନ ବିଷ୍ଣୁ ଙ୍କ ବାସ ହୋଇଥାଏ l ଏପରି କରିବା ଦ୍ୱାରା ପରିବାର ରେ ସୁଖ ଶାନ୍ତିର ବାସ ହୋଇଥାଏ l
* ମାନ୍ୟତା ରହିଛି ଯେ ମଳ ମାସରେ ସୂର୍ଯ୍ୟଦେବ ଙ୍କୁ ନିୟମିତ ଅର୍ଘ୍ୟ ଅର୍ପଣ କରନ୍ତୁ l ଶ୍ରୀହରି ଙ୍କୁ ଧ୍ୟାନ କରନ୍ତୁ l ଏହି ମାସରେ ହଳଦିଆ ପୁଷ୍ପ ବିଷ୍ଣୁ ଓ ସୂର୍ଯ୍ୟ ଙ୍କୁ ଅର୍ପଣ କରନ୍ତୁ l
* ଏହି ମାସରେ ଦକ୍ଷୀଣ ବର୍ତ୍ତୀ ଶଙ୍ଖ ର ପୂଜା କରାଯାଇ ଥାଏ l ଏପରି କରିବା ଦ୍ୱାରା ବିଷ୍ଣୁ ଓ ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ l
Leave A Reply