Odisha news

ଆଜି ହେଉଛି ମକର ସଂକ୍ରାନ୍ତି : ଘରର ପୂର୍ବ ଦିଗରେ ଏହି ଛୋଟିଆ ଜିନିଷକୁ ଲଗାନ୍ତୁ ଓ ଏହି ମନ୍ତ୍ରକୁ ଜପ କରନ୍ତୁ, ମିଳିବ ରୋଗରୁ ମୁକ୍ତି ଓ ପାଇବେ ଆର୍ଥିକ ସଫଳତା

0
ଜାନୁଆରୀ ୧୪ ତାରିଖ ହେଉଛି ମକର ସଂକ୍ରାନ୍ତି, ଏହିଦିନ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରିବେ । ମକର ରାଶି ହେଉଛି ଶନି ଦେବ ଙ୍କ ଘର । ମାନ୍ୟତା ରହିଛି ଏହି ଦିନ ଦେବତା ମାନେ ମଧ୍ୟ ପୃଥିବୀ ପୃଷ୍ଠରେ ଅବତରଣ କରି ଥାଆନ୍ତି । ଏହିଦିନ ସ୍ନାନ ଦାନ ପୂଜା ପାଠ ର ଖୁବ୍ ମହତ୍ତ୍ଵ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିଦିନ ଘରର ପୂର୍ବ ଦିଗରେ ଗୋଟିଏ ଛୋଟ ଜିନିଷ ଲଗାଇବା ଦ୍ଵାରା ସୂର୍ଯ୍ୟ ଦେବ ସନ୍ତୁଷ୍ଟ ରହିବା ସହ ଘରକୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
ଘରେ ଲଗାନ୍ତୁ ଏହି ଖାସ୍ ଜିନିଷ ଓ ଏହି ନିୟମ କୁ ପାଳନ କରନ୍ତୁ –
* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ଦିନ ଘରର ପୂର୍ବ ଦିଗରେ ପିତଳ ର ସୂର୍ଯ୍ୟ ଦେବ ଙ୍କ ପ୍ରତୀକ ଲଗାନ୍ତୁ ।
* ଆପଣ ଯେଉଁ ସୂର୍ଯ୍ୟ ଦେବଙ୍କ ପ୍ରତୀକ ଆଣିବେ ତେବେ ତା ତଳେ ଘଣ୍ଟି ଥିବା ଆବଶ୍ୟକ । ଯେତେବେଳେ ପବନ ଦ୍ଵାରା ସେହି ଘଣ୍ଟି ବାଜିବ ଘରର ନକାରାତ୍ମକ ଶକ୍ତି ଦୂର ହେବ ।
* ସୂର୍ଯ୍ୟ ଙ୍କ ପ୍ରତୀକ ଯେତେବେଳେ କାନ୍ଥ ରେ ଲଗାଇବେ ସେତେବେଳେ କାଠ ର କୌଣସି ଷ୍ଟାଣ୍ଡ ଲଗାନ୍ତୁ ଓ ଏଥିରେ ଗୋଟିଏ ନାଲି ସୂତା ବାନ୍ଧନ୍ତୁ । ଏପରି କଲେ ରୋଗ ଠାରୁ ଦୂରେଇ ରହିବେ ।
ସୂର୍ଯ୍ୟ ଦେବଙ୍କ ମନ୍ତ୍ରର ଜପ କରନ୍ତୁ –
* ମକର ସଂକ୍ରାନ୍ତି ରେ ସୂର୍ଯ୍ୟ ଦେବ ଓ ଭଗବାନ୍ ବିଷ୍ଣୁଙ୍କ ପୂଜା ନିହାତି କରିବା ଉଚିତ୍ ।
* ଏହିଦିନ ସୂର୍ଯ୍ୟ ଦେବ ଙ୍କୁ ତମ୍ବା ପାତ୍ର ରେ ଅର୍ଘ୍ୟ ଦେବା ସହିତ ନାଲି ରଙ୍ଗର ପୁଷ୍ପ, ଅକ୍ଷତ ଓ ଦୁବ ବରକୋଳି ପତ୍ର ଅର୍ପଣ କରନ୍ତୁ । ରୋଗ ବ୍ୟାଧି ରୁ ମୁକ୍ତି ପାଇବା ସହିତ ଆର୍ଥିକ ଅନାଟନ ରୁ ମଧ୍ୟ ଦୂରେଇ ରହିବେ ।
* ମକର ସଂକ୍ରାନ୍ତି ଦିନ ସକାଳୁ ଉଠି ଅର୍ଘ୍ୟ ଦେବା ସମୟରେ ଏହି ମନ୍ତ୍ର ପାଠ କରନ୍ତୁ :
” ଓଁ ଶ୍ରୀଙ୍ଗ ସୂର୍ଯ୍ୟାୟ ସହସ୍ର କିରଣୟ ମନୋବାନ୍ଛିତମ୍ ଫଲମ୍ ଦେହିଙ୍ଗ ସ୍ୱାହା ସ୍ୱାହା ” ।
Leave A Reply

Your email address will not be published.