Odisha news

ନୟାଗଡ଼ରେ ବଢ଼ୁଛି ଓମିକ୍ରନ୍ ସଂକ୍ରମଣ : ୩ ଦିନରେ ୨ଶହ ପାର, ୧ ମୃତ; ସତର୍କ ରହିବାକୁ ସଚେତନତା ଲୋଡ଼ା

0

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କୋଭିଡ୍- ୧୯, ର ନୂଆ ଭାରିୟାଣ୍ଟଓମିକ୍ରନ୍ ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି । ସଂକ୍ରମଣ ରେ ଶତାଧିକ ମହିଳା ପୁରୁଷ, ବୃଦ୍ଧ, ବୃଦ୍ଧା ଏପରିକି କମ୍ ବୟସର ପିଲାମାନେ ସଂକ୍ରମିତ ହେଉଛନ୍ତି । କରୋନା ଭୂତାଣୁ ତୃତୀୟ ଲହରରେ ନୂଆ ରୂପରେ ଦେଖା ଦେଇଥିବା ଓମିକ୍ରନ୍ ଦୃତଗତିରେ କାୟା ବିସ୍ତାର କରୁଥିବାରୁ ଏହା ଏବେ ଚିନ୍ତାର କାରଣ ହୋଇଛି ।
ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ତୃୟୀୟ ଲହର ଦେଖାଦେଇଛି । ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି । ସେତିକି ବେଳେ ନୟାଗଡ଼ ଜିଲ୍ଲାରେ ଓମିକ୍ରନ୍ ସଂକ୍ରମଣ ବ୍ୟାପି ଚାଲିଥିବା ଲକ୍ଷ୍ୟ କରାଯାଉଛି । ସରକାରୀ ତଥ୍ୟ ଅନୁସାରେ କରୋନା ସଂକ୍ରମଣ ଆରମ୍ଭରୁ ଗତ ଡିସେମ୍ବର ମାସ ଶେଷ ସୁଦ୍ଧା ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୨୩ହଜାର ୬ଶହ୧୩ ରହିଥିଲା । ଚଳିତ ଜାନୁୟାରୀ ୧୩ ତାରିଖ ମଧ୍ୟରେ ୩୧୫ ଜଣ ନୂଆ ଆକ୍ରାନ୍ତଙ୍କୁ ମିସାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ହଜାର ୯ଶହ ୨୮ ହୋଇଛି । ସେଥି ମଧ୍ୟରୁ ୨ଶହ ୯୯ଜଣ ଆକ୍ରାନ୍ତ ସକ୍ରୀୟ ରହଛନ୍ତି । ଅପରପକ୍ଷେ ଗତ ତିନି ଦିନ ମଧ୍ୟରେ ଜିଲ୍ଲାରେ ୨ଶହ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସରକାରୀ ତଥ୍ୟା ସୂଚନା ଅନୁଯାୟୀ ପୂର୍ବରୁ ୨ଶହ୧୧ଜଣ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ଘଟିଥିଲା । ଚଳିତ ଜାନୁୟାରୀ ୧୩ ତାରିଖରେ ଜଣେ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଥିବା ସରକାରୀ ସୂଚନାରୁ ଜଣାପଡ଼ିଛି । ଓମିକ୍ରନ୍ ଭୂତାଣୁ ସଂକ୍ରମଣ ଦୃତଗତିରେ ବଢ଼ିି ଚାଲିଥିବାରୁ ତାହାକୁ ରୋକିବା ଲାଗି ଜନସଚେତନତା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବା ବିଶେଷଜ୍ଞ ମତ ଦେଉଛନ୍ତି । ନୟାଗଡ଼ ଭଳି ଗ୍ରାମାଞ୍ଚଳ ବହୁଳ ଜିଲ୍ଲାରେ ଲୋକଙ୍କୁ ମାସ୍କ ପରିଧାନ, ସାମାଜିକ ସଂଗରୋଧ ଏବଂ ସାମାଜିକ ଦୂରତ୍ୱରକ୍ଷା ଆଦି ସୁଦୃଢ଼ କରିବା ପ୍ରଶାସନି ବ୍ୟବସ୍ଥାର ଗୁରୁ ଦାୟୀତ୍ୱ । ପ୍ରଥମ ଅବସ୍ଥାରୁ ଏହାକୁ ସୁନିଶ୍ଚିତ କରା ନଗଲେ ଦୃତବେଗରେ ବ୍ୟାପୁଥିବା ଓମିକ୍ରନ୍ ସଂକ୍ରମଣ ଜିଲ୍ଲାରେ ଯେ ଗୋଷ୍ଠୀ ସଂକ୍ରମଣର ରୂପ ଧାରଣ ନ କରିବ ତାହା କହିହେବ ନାହିଁ!

Leave A Reply

Your email address will not be published.