ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି : ମହିଳାମାନେ କରନ୍ତୁ ଏହି ୫ଟି କାମ, ସ୍ୱାମୀଙ୍କ କାନ୍ଧରେ ସର୍ବଦା ରହିବେ ମା ଲକ୍ଷ୍ମୀ
ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି,ଆଜିର ଦିନରେ ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିରେ ଗୋଚର କରିବେ, ଆଜିର ଦିନଟି ହିନ୍ଦୁ ଧର୍ମରେ ଗୋଟିଏ ପ୍ରମୁଖ ଦିନ l ଭାରତୀୟ ସଂସ୍କୃତିରେ ନାରୀ କୁ ଆଦି କାଳରୁ ମାଲକ୍ଷ୍ମୀ ସ୍ୱରୂପ ଗ୍ରହଣ କରାଯାଇଥାଏ l ନାରୀଙ୍କୁ ସୌଭାଗ୍ୟ ଓ ସୁଖ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ l
ବିବାହିତା ମହିଳାମାନେ ଯଦି ଚଳିତ ଥର ମକର ସଂକ୍ରାନ୍ତି ରେ କିଛିଟା ବିଶେଷ ଉପାୟ କରିବେ ତେବେ ସ୍ୱାମୀଙ୍କ କାନ୍ଧରେ ସର୍ବଦା ଲକ୍ଷ୍ମୀଙ୍କ ବାସ ହୋଇଥାଏ ଓ ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ l
ମକର ସଂକ୍ରାନ୍ତି ରେ ମହିଳା ମାନେ କରନ୍ତୁ ଏହି କାମ –
– ମକର ସଂକ୍ରାନ୍ତି ରେ ସ୍ନାନ ର ଅନେକ ମହତ୍ୱ ରହିଥାଏ, ବ୍ରହ୍ମ ମୁହୂର୍ତ୍ତ ରୁ ପାଣିରେ ରାଶି ପକାଇ ସ୍ନାନ କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ, ମହିଳା ମାନଙ୍କର ମାନସିକ ଚାପ ମଧ୍ୟ ଦୂର ହୁଏ l
– ମକର ସଂକ୍ରାନ୍ତି ଦିନ ହଳଦିଆ କିମ୍ବା ନାରଙ୍ଗୀ ରଙ୍ଗର ବସ୍ତ୍ର ମହିଳା ମାନେ ପିନ୍ଧିବା ଜରୁରୀ, ଯାହାଦ୍ୱାରା ଆତ୍ମ ବିଶ୍ୱାସ ବୃଦ୍ଧି ହୁଏ ଓ ସକାରାତ୍ମକ ଉର୍ଜା ର ବିକାଶ ହୋଇଥାଏ , ଜୀବନରେ ସୁଖ ସମୃଦ୍ଧିର ଆଗମନ ହୁଏ l
– ଆଜିର ଦିନରେ ସୂର୍ଯ୍ୟଙ୍କୁ ଜଳରେ ଚନ୍ଦନ, ସିନ୍ଦୁର, ଅକ୍ଷତ , ଦୁବ, ତୁଳସୀ , ଗୁଡ଼ ଅର୍ପଣ କରି ଅର୍ଘ୍ୟ ଦିଅନ୍ତୁ, ଏବଂ ରାଶି ଓ ଗୁଡ଼ ର ଲଡୁ ପ୍ରସାଦ ରେ ଅର୍ପଣ କରନ୍ତୁ l କିନ୍ତୁ ଏକାଦଶୀ ହୋଇ ଥିବାରୁ ତୁଳସୀ ଙ୍କୁ ମଧ୍ୟ ବିଧିବିଧ ଭାବରେ ପୂଜା କରନ୍ତୁ l
– ଆଜିର ଦିନରେ ଏକାଦଶୀ ପଡୁ ଥିବାରୁ ବିଷ୍ନୁ ଓ ଲକ୍ଷ୍ମୀଙ୍କ ନିକଟରେ ଖେଚୁଡ଼ି ପରିବର୍ତେ ଫଳ ଏବଂ ରାଶି ଲଡୁ ଅର୍ପଣ କରନ୍ତୁ, ବିଷ୍ନୁ ଓ ଲକ୍ଷ୍ମୀ ଙ୍କୁ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ l
– ମହିଳା ମାନେ ରାଶି, ଗୁଡ଼, ବାଜରା , ଫଳ ଦାନ କରନ୍ତୁ, ସଧବା ନାରୀମାନେ ଆଜିର ଦିନରେ ୧୪ ଜଣ ନାରୀଙ୍କୁ ଶଙ୍ଖା ସିନ୍ଦୁର ଦେବା ଦ୍ୱାରା ସ୍ୱାମୀଙ୍କ ର ଆୟ ବୃଦ୍ଧି, ଯଶ ବୃଦ୍ଧି , ସମ୍ମାନ ବୃଦ୍ଧି ହୋଇଥାଏ ଓ ମା ଲକ୍ଷ୍ମୀ ସର୍ବଦା ସାଙ୍ଗରେ ରହି ଥାଆନ୍ତି l