ମକର ସଂକ୍ରାନ୍ତି ରେ ସୂର୍ଯ୍ୟ ଦେବ ଧନୁ ରାଶିରୁ ମକର ରାଶିରେ ଗୋଚର କରିବେ, ଏହିଦିନ ସୂର୍ଯ୍ୟଦେବ ଙ୍କୁ ଉପାସନା କରିବାର ରହିଥାଏ ଅନେକ ମହତ୍ୱ, ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବ ଉପାସନା ର ଦେବତା ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ମାନସମ୍ମାନ ମିଳିଥାଏ, ଶରୀର ରୋଗ ମୁକ୍ତ ରହିଥାଏ, ସୌଭାଗ୍ୟ ପ୍ରାପ୍ତି ହୋଇଥାଏ, ଯଶ ଓ ପରାକ୍ରମଃ ପ୍ରାପ୍ତି ହୋଇଥାଏ l
– ମକରସଂକ୍ରାନ୍ତି ଦିନ ସୂର୍ଯ୍ୟ କବଚ ପଢିବା ସମୟରେ ସୂର୍ଯ୍ୟ ଦେବଙ୍କୁ ଗୋଟିଏ ତମ୍ବା ଗଡୁରେ ରକ୍ତ ଚନ୍ଦନ, ସିନ୍ଦୁର, ଅକ୍ଷତ , ନାଲି ଫୁଲ ଅର୍ପଣ କରି ଜଳ ଦାନ କରନ୍ତୁ, ଏବଂ ଏହାପରେ ସୂର୍ଯ୍ୟ କବଚ ପାଠ କରନ୍ତୁ l  ଏହାଦ୍ୱାରା ଯଶ ପ୍ରାପ୍ତି ହୋଇଥାଏ l

– ମକରସଂକ୍ରାନ୍ତି ରେ ଉଦିତ ସୂର୍ଯ୍ୟଙ୍କ ନିକଟରେ ଯଦି ଆମେ ଜଳ ଅର୍ପଣ କରିବା ତେବେ ଏହାଦ୍ୱାରା ରୋଗ ରୁ ମୁକ୍ତି ମିଳିଥାଏ, ଏବଂ ଶରୀର ପୀଡା ଦୂର ମଧ୍ୟ ହୋଇଥାଏ l

– ଯେଉଁ ବ୍ୟକ୍ତି ର ଶନିଙ୍କ ପ୍ରଭାବ ରହୁଛି ମକରସଂକ୍ରାନ୍ତି ଦିନ ସୂର୍ଯ୍ୟ ପୂଜନ ସମୟରେ ସୂର୍ଯ୍ୟ ଦେବଙ୍କୁ ରାଶି ଓ ଗୁଡ଼ ର ପ୍ରସାଦ ଅର୍ପଣ କରନ୍ତୁ, ଏବଂ ରାଶି ତେଲର ଦୀପ ମଧ୍ୟ ଅର୍ପଣ କରନ୍ତୁ l

– ସୂର୍ଯ୍ୟ କବଚ ସୂର୍ଯ୍ୟ ଦେବଙ୍କ ଶକ୍ତିଶାଳୀ ମନ୍ତ୍ର ଅଟେ, ମକର ସଂକ୍ରାନ୍ତି ରେ ଏହାକୁ ପାଠ କଲେ ବ୍ୟକ୍ତି ଅକାଳ ବିୟୋଗ ରୁ ମୁକ୍ତି ପାଇଥାଏ , ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l