Odisha news

ମକର ସଂକ୍ରାନ୍ତିରେ ସୂର୍ଯ୍ୟ-ଶନି ଙ୍କ ସଂଯୋଗ , ଯାହା ପିତା-ପୁତ୍ର ଙ୍କ ସମ୍ପର୍କରେ ଆଣିବ ସୁଧାର

0

ଜାନୁଆରୀ ୧୪ ତାରିଖରେ ଉତ୍ତରାୟଣ ମକରସଂକ୍ରାନ୍ତି ରେ ପାଳିତ ହେବ, ଯାହା ହିନ୍ଦୁ ଧର୍ମରେ ଗୋଟିଏ ପବିତ୍ର ପର୍ବ, ଏହିଦିନ ବିଭିନ୍ନ ପୁଣ୍ୟ କାର୍ଯ୍ୟ କରିବାର ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଥାଏ l ମକରସଂକ୍ରାନ୍ତି ରେ ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିରେ ଗୋଚର କରିବେ l ମକର ରାଶିର ସ୍ୱାମୀ ଗ୍ରହ ଶନି ଦେବ ଅଟନ୍ତି, ଏବଂ ସୂର୍ଯ୍ୟ ଙ୍କର ପୁତ୍ର ଶନି ଦେବ ଅଟନ୍ତି, ଶନି ଓ ସୂର୍ଯ୍ୟ ଙ୍କ ମଧ୍ୟରେ ପିତା-ପୁତ୍ର ର ସମ୍ବନ୍ଧ ଅଟନ୍ତି l ଅର୍ଥାତ ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେବ ମକର ରାଶିରେ ରହିବେ l ଚଳିତବର୍ଷ ଜାନୁଆରୀ ୧୪ ତାରିଖରେ ବୁଧବାର ଦିନ ମକରସଂକ୍ରାନ୍ତି ପାଳିତ ହେବ l

ମକର ସଂକ୍ରାନ୍ତି ରେ କରନ୍ତୁ ଏହି ବିଶେଷ ଉପାୟ –

ଯେଉଁ ଲୋକଙ୍କର ନିଜ ପିତାଙ୍କ ସହିତ ସମ୍ପର୍କ ଖରାପ ରହୁଛି ସେମାନେ ମକର ସଂକ୍ରାନ୍ତି ଦିନ କରନ୍ତୁ କିଛିଟା ବିଶେଷ ଉପାୟ , ଯାହାଦ୍ୱାରା ପିତା ପୁତ୍ରଙ୍କ ମଧ୍ୟରେ ସମ୍ପର୍କ ଖୁବ ମଧୁର ହେବ , ଏବଂ ପିତା ପୁତ୍ରଙ୍କ ଉପରେ ସୂର୍ଯ୍ୟ ଓ ଶନି ଙ୍କ କୃପା ରହିବ l

– ମକର ସଂକ୍ରାନ୍ତି ରେ କୌଣସି ତୀର୍ଥ ସ୍ଥାନ କୁ ଦର୍ଶନ କରନ୍ତୁ ନଚେତ ନିଜ ଘର ନିକଟର କୌଣସି ମନ୍ଦିର ରେ ଭଗବାନ ଙ୍କୁ ଦର୍ଶନ କରନ୍ତୁ, ସୂର୍ଯ୍ୟ ଦେବ ଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ l

– ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ଓଁ ଘୃଣି ସୂର୍ଯ୍ୟାୟ ନମଃ ମନ୍ତ୍ର ୧୦୮ ଥର ପାଠ କରନ୍ତୁ, ଶିବାଳୟ କୁ ଯାଇ ଭୋଳାନାଥ ଙ୍କୁ ଜଳ ଅର୍ପଣ କରନ୍ତୁ, ଏବଂ ଓଁ ନମଃ ଶିବାୟ ମନ୍ତ୍ର ପାଠ କରନ୍ତୁ l

– ମକର ସଂକ୍ରାନ୍ତି ରେ ନାରାୟଣ ସେବା କରନ୍ତୁ ଏବଂ ଦାନାରେ ଚାଉଳ, ଡାଲି , ଅଟା , ଘିଅ , ଗୁଡ଼, ଲୁଣ ଓ ରାଶି ଦାନ କରନ୍ତୁ l ଏହି ୩ଟି ଉପାୟ କରିବା ସମୟରେ ମନରେ ଭଗବାନ ଙ୍କୁ ପ୍ରାର୍ଥନା କରନ୍ତୁ l

ମକର ସଂକ୍ରାନ୍ତି ଦିନ ଟି ପିତା ପୁତ୍ର ଙ୍କ ସମ୍ବନ୍ଧ ରେ ସୁଧାର ଆଣିବା ପାଇଁ ଏହି ୩ଟି ଉପାୟ ଫଳ ପ୍ରଦ ହେବ l

Leave A Reply