Odisha news

ବାଡି ବଗିଚାରେ ସଜନାପତ୍ର ହେଲାଣି ସାତସପନ : ପ୍ରଶାସନ ନୀରବଦ୍ରଷ୍ଟା

ମାହାଙ୍ଗା ୪/୬ : ମାହାଙ୍ଗା ଅଂଚଳରେ ମାଙ୍କଡଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଚାଷୀଠାରୁ ଆରମ୍ଭ କରି ସାଧାରଣ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ୧୯୯୦ ମସିହା ପୂର୍ବରୁ ଗ୍ରାମାଞ୍ଚଳର ବାଡି ବଗିଚାରେ ସଜନା, ଅମୃତଭଣ୍ଡାଗଛ, ଜହ୍ନି, କାକୁଡି, ପିଢାରେ କଖାରୁ ଫଳୁଥିଲା । ବାଡିରେ ଲଙ୍କା ଓ ବାଇଗଣ ଫଳୁଥିଲା । ଲୋକଙ୍କର ପନିପରିବାର ଆବଶ୍ୟକତା ପୂରଣ ହୋଇପାରୁଥିଲା । ଶୀତଦିନେ ଲୋକେ ଆଳୁଚାଷ କରୁଥିଲେ । ବର୍ତମାନ କଞ୍ଚାଲଙ୍କା କିଲୋ ୧୦୦ ଟଙ୍କାରୁ ୧୫୦ ଟଙ୍କା , ଅନ୍ୟ ପରିବା କଥା ନ କହିଲେ ଭଲ । ବାଡିରେ ସଜନା ଗଛରେ ପତ୍ର ବି ରହୁନାହିଁ । ମାଙ୍କଡଙ୍କ ଉତ୍ପାତ ଯୋଗୁ ଲୋକେ ଅତିଷ୍ଠ ହୋଇ ଗଲେଣି । ପ୍ରଶାସନ ନିରବଦ୍ରଷ୍ଟା । ସାଧାରଣ ଲୋକଙ୍କ ଅବସ୍ଥା ବୁଝୁଛି କିଏ । ମାଙ୍କଡଙ୍କ ପାଇଁ ସରକାର ବ୍ୟବସ୍ଥା ଗ୍ରହଣ କରନ୍ତୁ । କୋଭିଡ୍ ସମୟରେ ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ମାଙ୍କଡଙ୍କ ପାଇଁ କଣ ବ୍ୟବସ୍ଥା ନାହିଁ । ବନ ବିଭାଗ ଦ୍ୱାରା ମାଙ୍କଡଙ୍କୁ ଧରି ଜଙ୍ଗଲରେ ଛାଡି ନଚେତ୍ ପ୍ରତି ପଂଚାୟତରେ ଗ୍ରାମ ଜଙ୍ଗଲ ସୃଷ୍ଟିକରି ତାରବାଡରେ ଆବଦ୍ଧ କରି ମାଙ୍କଡମାନଙ୍କୁ ଥଇଥାନ କରିବାର ବ୍ୟବସ୍ଥା କରନ୍ତୁ । ଦିନକୁ ଦିନ ମାଙ୍କଡମାନଙ୍କର ଉତ୍ପାତ ବଢୁଛି । ମାଙ୍କଡମାନଙ୍କ ପାଇଁ ଖାଦ୍ୟର ଅଭାବ ସୃଷ୍ଟି ହେଲାଣି । ଏବେଠୁ ମଣିଷ ଓ ମାଙ୍କଡଙ୍କ ମଧ୍ୟରେ ଲଢେଇ ଆରମ୍ଭ ହେଲାଣି । ୧୯୯୯ ମସିହାପରେ ମାଙ୍କଡଙ୍କ ସଂଖ୍ୟା ଏତେ ବଢି ଯାଇଛି ତାହା ନ କହିବା ଭଲ । ଏଣୁ ରାଜ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ଗୁରୁତର ସହିତ ବିଚାର କରି ଏକ ନିର୍ଦ୍ଧିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ ମାହାଙ୍ଗା ଅଂଚଳର ବୁଦ୍ଧିଜୀବୀ ମହଲରେ ସର୍ବସାଧାରଣରେ ଦାବୀ ହେଉଛି ।

Comments are closed.