ମାହାଙ୍ଗା ୨୨୦ା୮ : କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଦଶରୁ ଅଧିକ ପଂଚାୟଚ ଏବେ ଜଳବନ୍ଦୀ ଭିତରେ ରହିଛନ୍ତି । ଏଥି ଶହ ହେକ୍ଟର ହେକ୍ଟର ଚାଷ ଜମି ଉପରେ ପୁରୁଷେରୁ ଅଧିକ ବର୍ଷା ପାଣି ସପ୍ତାହେ ହେବ ଜମି ରାହିଛି । ଯାହାଫଳରେ ଧାନ ଫସଲ ସହିତ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଯାଇଛି । ପ୍ରକାଶ ଯେ ମାହାଙ୍ଗା ବ୍ଲକ ଅଂଚଳରେ ପ୍ରବାହିତ ଗୋବରୀ ଓ ମଇଜରା ନଦୀ ଦେଇ ବର୍ଷା ଜଳ ନିଷ୍କାସିତ ହୋଇଥାଏ ।
ହେଲେ ଏହି ଦୁଇ ନଦୀରେ ଏବେ ଜଳ ପ୍ରବାହିତ ହେବାର କ୍ଷମତା ସଂପୂର୍ଣ୍ଣ ବନ୍ଦ୍ ହୋଇଯାଇଛି । ଏହାଛଡା ଉକ୍ତ ଅଂଚଳରେ ଡ୍ରେନେଜ୍ କଟ୍ଗୁଡିକରେ ଅବର୍ଜନା ପୁରି ରହିଥିବାରୁ ବର୍ଷା ଜଳ ଚାଷ ଜମିରୁ ନିଷ୍କାସିତ ହୋଇ ନପାରି ଜମି ଉପରେ ପାଣି ଜମି ରହୁଛି । ଯାହାଫଳରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତଗର୍ତ ବିଭିନ୍ନ ପଂଚାୟତର ଶହ ଶହ ଚାଷୀ ଚଳିତ ବର୍ଷ ଧାନ ଫସଲ ସହିତ ପନିପରିବା ଫସଲ ହରାଇ ସର୍ବସାନ୍ତ ହେବାର ଆଶଙ୍କା ଦେଖାଦେଇଛି ।
ବହୁ ଗରିବ ଶ୍ରେଣୀର ଲୋକମାନଙ୍କର କଚାଘର ଭାଙ୍ଗିିଯିବା ସହ ଦଶରୁ ଅଧିକ ପଂଚାୟତବାସୀ ଏବେ ଜଳଘେରରେ ରହି ବହୁ ଦୟନୀୟ ଭାବେ କାଳାତିପାତ କରୁଛନ୍ତି । ସପ୍ତାହକରୁ ଅଧିକ ଦିନ ହେଲା ଏମାନେ ବାହାର ଦୁନିଆଠାରୁ ବିଚ୍ଛିନ୍ନ ହୋଇପଡିଛନ୍ତି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଘଟଣା ସଂପର୍କରେ ଜିଲ୍ଲାପାଳଙ୍କୁ ଦିଦେ୍ର୍ଦଶ ଦେବା ପରେ ଖୋଦ୍ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଡ୍ରେନେଜ ବିଭାଗର ଅଧିକାରୀ, କୃଷିବିଭାଗର ଅଧିକାରୀ, ସ୍ଥାନୀୟ ତହସିଲଦାର, ବିଡିଓ, ବ୍ଲକ ଅଧ୍ୟକ୍ଷ ଏବଂ ବ୍ଲକ ବିଜେଡି ସଭାପତି ଶରତ ମହାପାତ୍ର ପ୍ରମୁଖ ଆଜି ଜଳବନ୍ଦୀ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଖୁବ୍ ଶୀଘ୍ର ସରକାରଙ୍କୁ ସ୍ଥିତି ସଂପର୍କରେ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।