ମହାକାଳପଡ଼ା : ମହାକାଳପଡ଼ା ବ୍ଳକ କିଆରବାଙ୍କ ଗ୍ରାମରେ ଆଜି ଜଣେ ବୃଦ୍ଧା ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ସୂଚନାରୁ ପ୍ରକାଶ ଗ୍ରାମର ଛଇଳା ଦାସ (୭୫) ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।
ଏହି ସମୟରେ ତାଙ୍କର କୌଣସି କାରଣ ବଶତଃ ପୋଖରୀର ଗଭୀର ଜଳକୁ ଗୋଡ଼ ଖସିଯାଇଥିଲା । ଫଳରେ ସେ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।