Odisha news

ଜାତୀୟ ରାଜପଥ ସାଜିଛି ମରଣଯନ୍ତା : ଶୋଇ ପଡ଼ିଛି ରାଜପଥ ବିଭାଗ

0

ମହାକାଳପଡ଼ା :  ଦିନକୁ ଗଡୁଛି ହଜାର ହଜାର ମାଲବାହୀ ଟ୍ରକ ଓ ଗାଡି ମଟର ।ଏ ବାବଦରେ କେନ୍ଦ୍ର ସରକାରଙ୍କ ରାଜ କୋଷକୁ ଯାଉଛି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ । ହେଲେ ଦୈତାରୀ ରୁ ପାରାଦ୍ୱୀପକୁ ଲମ୍ବିଥିବା ୫ ନଂ (କ) ଜାତୀୟ ରାଜପଥର ଅବସ୍ଥା ନ କହିଲେ ଭଲ ।ଅନେକ ସ୍ଥାନରେ ଦୀର୍ଘ ଦିନ ହେବ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ  ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଛି ।କେଉଁଠି ବର୍ଷା ଜଳ ନିଷ୍କାସନ ନ ହୋଇପାରିବା ଯୋଗୁଁ ଗାଢ ସୃଷ୍ଟି ହେଲାଣି ତ କେଉଁଠି ବାଲି ଜମି ରାସ୍ତା ଉପରେ ଆସ୍ତରଣ ସୃଷ୍ଟି ହୋଇ ଗାଡି ମଟର ଚଳାଚଳ ପାଇଁ ବିପଦ ସାଜୁଛି ।

ଏହି ରାଜପଥର ମାର୍ଶାଘାଇ ଥାନା  ଠାରୁ ମହାକାଳପଡ଼ା ବ୍ଲକ ଅଂଚଳର ଶେଷସୀମା ନିଳାଚଳ ବଜାର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ।ବ୍ଲକର ଟିକରପଙ୍ଗା ଛକ ନିକଟରେ ଜାତୀୟ ରାଜପଥର ପ୍ରାୟ ୨୦ ମିଟରରୁ ଅଧିକ ଅଂଶଟିରେ ସଂମ୍ପୁର୍ଣ୍ଣଭାବେ ପିଚୁ ଉଠିଯାଇ ଏଥିରେ ଗାଢ ସୃଷ୍ଟି ହୋଇଛି ।ବର୍ଷା ହେବା ଫଳରେ ଏଥିରେ ପାଣି ଜମି ରହୁଥିବାରୁ ଗାଡି ମଟର ଆରୋହୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଦୀର୍ଘ ଦିନ ହେବ ରାସ୍ତାର ଏପରି ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ଏହା କିପରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆସିପାରୁ ନାହିଁ ସେ ନେଇ ପ୍ରଶ୍ନ  ଉଠୁଛି ।ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ପକ୍ଷରୁ ନିୟମିତଭାବେ ରାସ୍ତାର ସ୍ଥିତାବସ୍ଥା ଅନୁଧ୍ୟାନ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି । ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ନଦେଲେ ଏହି ରାଜପଥରେ ଦୁର୍ଘଟଣା ଘଟି ଅକାରଣରେ ଜୀବନ ଚାଲିଯିବ । ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସଧାରଣରେ ଦାବ ହୋଇଛି ।

Leave A Reply