Odisha news

ବାରହା ଆକ୍ରମଣ ଶିକାର ହୋଇ ଜଣେ ଗୁରୁତର

0

ମହାକାଳପଡ଼ା : ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରୀକ ଥାନା ଶବରପଡ଼ା ଗ୍ରାମରେ । ପେଟଛେଲା ପଂଚାୟତ ଶବରପଡ଼ା ଗ୍ରାମର ବିଷୁ ଆହାଡ଼ି(୩୫) ଶୁକ୍ରବାର ଦିନ ପ୍ରାୟ ୧୨ଟା ସମୟରେ ଖରିନାସୀ ଆଠଶହ ଏକର  ନିକଟରେ ମାଛ ଧରୁଥିବା ବେଳେ ଏକ ଜଙ୍ଗଲୀ ବାରହା ଆକ୍ରମଣର ଶିକାର ହୋଇଛନ୍ତି ।

ଏହି ଆକ୍ରମଣରେ ବିଷୁଙ୍କ ଶରୀରର ୫୦% ଭାଗ ଙ୍କୁ ବାରହା କ୍ଷତାକ୍ତ କରିପକେଇଛି । ଗୁରୁତର ବିଷୁଙ୍କ ଚିକ୍ରାର ଶୁଣୀ ସାଥି ମାଛ ଧରାଳୀମାନେ ଉଦ୍ଧାର କରି ସଙ୍ଗେ ସଙ୍ଗେ ତାଙ୍କୁ କେନ୍ଦ୍ରାପଡ଼ା ଡ଼ାକ୍ତଖାନାରେ ଭର୍ତି କରାଇଥିଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏନେଇ ଜମ୍ବୁ ବନଖଣ୍ଡ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ କଲାପରେ ଚକିତ୍ସା ବନେ୍ଦାବସ୍ତ କରାଯିବ ବୋଲି କହିଛନ୍ତି ।

Leave A Reply