ମହାକାଳପଡ଼ା : ୨୮/0୯ ଗାଁ ଗଣ୍ଡାରେ ଅବିକଶିତ କଳାକାର ମାନଙ୍କୁ ସହାୟତା ଦେବା ନେଇ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର l ଏନେଇ କଳାକାର ମାନଙ୍କୁ ମାସିକ ଭତ୍ତା ସହିତ ଅର୍ଥ ଉପାର୍ଜନ ନେଇ କଳl ପ୍ରଦର୍ଶନ କରିବା ସହିତ ଅର୍ଥ ଉପାର୍ଜନ ନେଇ ଯୋଜନା ବଦ୍ଧ ହୋଇଛନ୍ତି l ଏନେଇ ମହାକାଳପଡ଼ା ବ୍ଲକ କଳା ଓ ସଂସ୍କୃତି ଅନୁଷ୍ଠାନ (ବିକେଏସଏସ )ତରଫରୁ ସରକାରଙ୍କ ବିଭିନ୍ନ ଜନହିତକାରି ଯୋଜନା ଗୁଡିକର ସର୍ବସାଧାରଣ ରେ ପ୍ରଚାର ପ୍ରସାର ନେଇ ଗାଁ ଗାଉଁଲି କଳାକାର ମାନଙ୍କୁ ନିୟୋଜିତ କରିବାର ପ୍ରୟାସ ଆରମ୍ଭ କରିଛନ୍ତି l ଯାହା ନେଇ ମହାକାଳପଡ଼ା ବିକେଏସଏସ ତରଫରୁ ତିନିଜଣ ବଛାବଛା କଳାକାର ଙ୍କ ଜରିଆରେ ୨୧୮ ଟି କଳା ଓ ସଂସ୍କୃତି ଅନୁଷ୍ଠାନ ର ସଦସ୍ୟ ମାନଙ୍କୁ ବିଭିନ୍ନ ଥେମ ଉପରେ ତାଲିମ ପ୍ରଦାନ କରାଯାଇଥିବାର ଜଣାପଡିଛି l ଆଜିର ଏହି କାର୍ଯ୍ୟକ୍ରମ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ରଞ୍ଜନ ପରିଡା ଓ ସହଯୋଗୀ ଉମାକାନ୍ତ ଯେନା ପରିଚାଳନା କରିଥିବାର ଜଣାପଡିଛି l
ଅରକ୍ଷିତ ନାଥ, ମହାକାଳପଡ଼ା