କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଏକ ଦୁର୍ଘଟଣା ପ୍ରବଣ ଜିଲ୍ଲା ଭାବେ । ରାଜ୍ୟରେ ଜଣାଶୁଣା। ରାସ୍ତା ଦୁର୍ଘଟଣାରେ ପ୍ରତ୍ୟେକ । ବର୍ଷ ଜିଲ୍ଲାର ଅନେକ ଧନଜୀବନ ହାନି ହେଉଛି । ଅନ୍ୟ ଜିଲ୍ଲାଗୁଡିକ ତୁଳନାରେ କେନ୍ଦୁଝର ଜିଲ୍ଲାର ଦୁର୍ଘଟଣାଜନିତ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ଆଶାତୀତ ଭାବେ ବଢିବାରେ ଲାଗିଛି । ଅପରପକ୍ଷରେ ଜିଲ୍ଲାର ରିମୁଳି, ଢ଼େଙ୍କିକୋଟ, କାଞ୍ଜିପାଣି ଘାଟି, ବାଉଁଶୁଳି ଛକ, ବାଂଶପାଣି ଏକ୍ସପ୍ରେସ ହଇୱେ, କୂଆଝରଣ ଘାଟି ଆଦି ଅଞ୍ଚଳ ଦୁର୍ଘପ୍ରବଣ ଭାବେ ପରିଗଣିତ। ଏହାଛଡା ଉଭୟଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ଗ୍ରାମ୍ୟ ରାସ୍ତାଗୁଡିକରେ ମଧ୍ୟ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଅନେକ ଧନଜୀବନ ହାନି ହେଉଛି । ଆବଶ୍ୟକ ଭିତ୍ତିଭୂମି ଅଭାବ ସାଙ୍ଗକୁ ବିପର୍ଯ୍ୟସ୍ତ ସଡକପଥ ଯୋଗୁଁ ଜିଲ୍ଲାରେ ଦୈନିକଛୋଟବଡ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନି ଘଟୁଛି । ଏଭଳି ପରିସ୍ଥିତିରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ଜିଲ୍ଲାରେ ଏକ ଟ୍ରମାକେୟାର ସେଣ୍ଟର ପ୍ରତିଷ୍ଠା ହୋଇନପାରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ବିଶେଷ କରି ପାଣିକୋଇଲି-ରିମୁଳି-ରାଜାମୁଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜପଥ ଚାରିଲେନ ବିଶିଷ୍ଟ କରାଯାଇଥିବାରୁ ରାସ୍ତା ନିମ୍ନମାନର କାରଣରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ରାତ୍ରୀକାଳୀନ ଖଣିଜ ବୋଝେଇ ଟ୍ରକଗୁଡିକ ଦ୍ରୁତ ଯାତାୟତ କରୁଥିବାରୁ ଦୁର୍ଘଟଣା ବଢୁଛି । ନିଶାଶକ୍ତ ହୋଇ ଗାଡି ଚଳାଇବା, ଗାଡି ଚଳାଇବାବେଳେ ଚାଳକମାନେ ମୋବାଇଲ ବ୍ୟବହାର କରିବା ଦେଖାଯାଉଥିବାବେଳେ ପରିବହନ ବିଭାଗ କିମ୍ବା ପୋଲିସ ତଦାରଖ ନକରିବା ଚିନ୍ତାର କାରଣ ପାଲଟିଛି । ଅପରପକ୍ଷରେ ମୁମ୍ବାଇ-କୋଲକାତା ବ୍ୟସ୍ତବହୁଳ ଜାତୀୟ ରାଜପଥ କେନ୍ଦୁଝର ଜିଲ୍ଲାର ବହୁ ଛୋଟବଡ ଘାଟୀ ଦେଇ ଗତି କରିଥିବାବେଳେ ରାସ୍ତାରେ ବର୍ଷ ତମାମ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ଜିଲ୍ଲାରେ ଦୁଇ ଦୁଇଟି ବ୍ୟସ୍ତବହୁଳ ଜାତୀୟ ରାଜପଥ ଥିବାବେଳେ ଜାତୀୟ ରାଜପଥ କଡରେ ଥିବା ବିଭିନ୍ନ ଡାକ୍ତରଖାନାରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ପାଇଁ ଆନୁସଙ୍ଗିକ ଚିକିତ୍ସା ବ୍ୟବସ୍ଥା ନଥିବାରୁ ସମସ୍ତ ଦୁର୍ଘଟଣାଗ୍ରସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବାକୁ ପଡୁଛି । ଫଳରେ ଦୁର୍ଘଟଣାଗ୍ରସ୍ତଙ୍କୁ ତତ୍କାଳ ଚିକିତ୍ସା ଯୋଗାଇଦେବା ସମ୍ଭବ ହେଉନଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।