ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ନୁଆଗାଁ ପ୍ଲାଟଫର୍ମରେ ମାଲବାହୀ ଟେନ୍ ଅଟକାଇ ଧାରଣାେରେ ବସିଛନ୍ତି ଜନସାଧାରଣ । ଶୁକ୍ରବାର ସକାଳ ପ୍ରାୟ ୧୦ ଟା ସମୟରେ ପାରାଦ୍ୱୀପରୁ ୬୦ ବଗି ବିଶିଷ୍ଟ କୋଇଲା ବେଝେଇ ମାଲ ଗାଡ଼ି ଆସି ଦିନ ପ୍ରାୟ ୧୧ଟା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ସୀମାର ମହାକାଳପଡ଼ା ବ୍ଲକ ଅଂଚଳ ନୁଆଗାଁ ପ୍ଲାଟଫମ ନିକଟରେ ଟେନ୍ କୁ ଅଟକାଇଥିଲେ ସ୍ଥାନୀୟ ଅଂଚଳବାସୀ ।
ପ୍ଲାକାର୍ଡ଼ ଧରି ବିଭିନ୍ନ ନାରାବାଜୀ ଦେବା ସହ ଏକ ଦାବିପତ୍ର ଷ୍ଟେସନ ମାଷ୍ଟର ଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି । ରେଳ ବିଭାଗର ବିଭିନ୍ନ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଂଚିଥିଲେ ଭିକ୍ଷୋପକାରୀ ଓହରିନଥିବା ଜଣାପଡ଼ିଛି । ରିପୋର୍ଟ ଲେଖା ହେଲା ବେଳକୁ ଦିନ ୧୧ଟା ୧୫ ମିନିଟ୍ ରୁ ଏହି ମାଲ ଗାଡ଼ି ଟି ନୁଆ ଗାଁ ପ୍ଲାଟଫର୍ମରେ ଅଟକିଛି ଏବଂ ଆନେ୍ଦାଳନକାରୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଯାତ୍ରୀବାହୀ ଟ୍ରେନ୍ ଚଳାଚଳପାଇଁ ପୁଣ୍ଣପ୍ରତିଶୃତି ନ ମିଳିବା ଯାଏ ଏହି ଭିକ୍ଷୋପ ଜାରି ରହିବ ବୋଲି ଜଣାପଡ଼ିଛି । ଏହି ଭିକ୍ଷୋପରେ ମହାକାଳପଡ଼ା ସମିତି ଉପାଧକ୍ଷା ରଶ୍ମିରଞନ ମହାପାତ୍ରଙ୍କ ଟିକରପଙ୍ଗା ସରପଂଚ,ଗଡ଼ରୋମିତ ସରପଂଚ ,ତେରଗାଁ ସରପଂଚ ସହ ନିକଟବର୍ତୀ ଜମିହରା ପଂଚାୟତର ସରପଂଚଙ୍କ ସହିତ ଶତାଧିକ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଅଛନ୍ତି ।