Odisha news

ମନ୍ଥରିତ ମେଗା ପାନୀୟ ଜଳ ପ୍ରକଳ୍ପର ତ୍ୱରାନ୍ନିତ ନେଇ ବିଧାୟକଙ୍କ ସମୀକ୍ଷା ବୈଠକ

0

ମହାକାଳପଡ଼ା : ଗୁରୁବାର ପୂର୍ବାହ୍ନରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ା ଆତ୍ମା କାର୍ଯ୍ୟାଳୟରେ ବିଭିନ୍ନ ଅଧିକାରୀଙ୍କ ସହିତ ମେଗା ପାନୀୟ ଜଳ ପ୍ରକଳ୍ପ ମନ୍ଥରୀତ କାର୍ଯ୍ୟ ତ୍ୱରାନ୍ନିତ ନେଇ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଏଲ୍ ଆଣ୍ଡ ଟି ର କନ୍ସଷ୍ଟ୍ରକ୍ସନ ମ୍ୟାନେଜର ଆଡ଼ିଲ ୍  , ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରବୋଧ ରାଉତ ,ରାସ୍ତା ଓ ଗୃହ ନିର୍ମାଣ ବିଭାଗୀୟ ନିର୍ବାହୀଯନ୍ତ୍ରୀ ସରୋଜକାନ୍ତ ବେହେରା ଓ ଗ୍ରାମାଚଂଳ ପାନୀୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତ ଯୋଗୁଁ ଉପଖଣ୍ଡ ଅଧିକାରୀ ବିଜୟ କୁମାର କର ,ସ୍ଥାନୀୟ ତହସିଲ ଦାର ସୋ÷ଭାଗ୍ୟ ରଞନ ପଣ୍ଡା , ବ୍ଲକ ଅଧ୍ୟକ୍ଷା ସସ୍ମିତା ବରାଳ ,ଉପାଧକ୍ଷ ରଶ୍ମି ରଞନ ମହାପାତ୍ର ଯୋଗଦେଇଥିଲେ ।

ସୂଚନା ଥାଉକି ୨୦୧୮ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମହାକାଳପଡ଼ାର ନବଗଠିତ ପେଟଛେଲା ପଂଚାୟତ ସରୁମୁହିଁ କୋଚିଳା ପଡ଼ିଆରେ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଉତମ ପାନୀୟ ଜଳ ଯୋଗାଇ ଦେବା ଲକ୍ଷରେ ୨୦୧୯ ସାଧାରଣ ନିର୍ବାଚନ ଅବୈହିତ ପୂର୍ବରୁ ମେଗା ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ  କରି ୨୦୨୦ ସୁଧା ଅଂଚଳବାସୀଙ୍କୁ ଉତମ ପାନୀୟ ଜଳ ଯୋଗାଇ ଦେବା ପାଇଁ ସଭାରେ ପ୍ରତିଶୃତି ଦେଇଥିଲେ । ତ୍ୱରୀତ କାର୍ଯ୍ୟ ସମ୍ପାଦନ ପାଇଁ ବିଭାଗୀୟ କତୃପକ୍ଷ ଏଲ୍ ଆଣ୍ଡ ଟି କମ୍ପାନୀକୁ ଠିକାଦାରି ଭାବରେ କାର୍ଯ୍ୟସମ୍ପାଦନ ପାଇଁ ଦାୟିତ୍ୱ ନ୍ୟସ୍ତ କରିଥିଲେ ।

ମାତ୍ର କାର୍ଯ୍ୟନିର୍ବାହୀ କମ୍ପାନୀ ତାର ମନ୍ଥରୀତ ବେଗରେ କାର୍ଯ୍ୟ କରି ୨୦୨୦ ମସିହା ଅଧାରେ ପ୍ରକଳ୍ପର  ଅଧାରୁ ଅଧିକ କାର୍ଯ୍ୟ ସାରିବା ପରେ ବି ଅବଧି ଶେଷ ନେଇ ଚିନ୍ତାରେ ରହିଛି । ତେବେ ଗ୍ରାଂଚଳର ଗଳି କନ୍ଦିରେ ବିଛାଯାଉଥିବା ଶାଖା ପାଇପ୍ ଲାଇନ୍ କାମ ଓ ମେନ୍ ପାଇପ୍ ଲାଇନ୍ କାମ ପାଇଁ ଅନେକ ସମସ୍ୟା ନେଇ କାର୍ଯ୍ୟ ଅଗ୍ରଗତିରେ ବାଧା ସୃଷ୍ଟି ହେଉଛି । ବିଶେଷ କରି ଗା୍ରମ୍ୟ ଉନ୍ନୟନ ରାସ୍ତା ଓ ଗୃହ ନିର୍ମାଣ ,ଜଳସେଚନ ବିଭାଗୀୟ ରାସ୍ତା କ୍ଷତି ଗ୍ରସ୍ତ ହେଉଥିବାରୁ ମେଗା ପକଳ୍ପରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସୁସଂଯୋଜନା ପାଇଁ ବିଧାୟକ ଶ୍ରୀ ନାୟକ ପ୍ରକଳ୍ପର ତ୍ୱରାନ୍ନିତ ପାଇଁ ଏହି ସମୀକ୍ଷା ବୈଠକରେ ବିଧାୟକ ଆଲୋଚନା କରିଥିଲେ ।

Leave A Reply