Odisha news

ମହାକାଳପଡ଼ା : ଭାରସ୍ୟାମ ହରାଇ ଟ୍ରାକ୍ଟର ଓଲଟି ହେଲେଫର୍ ମୃତ

0

ମହାକାଳପଡ଼ା :  ଗୁରୁବାର ମଧ୍ୟାହ୍ନରେ ମାର୍ଶାଘାଇ ଥାନା ଅଧିନସ୍ଥ ବଉଦ ଗୋଡ଼ାରୁ ତିଖିରୀ ଅଭିମୁଖେ ଯାଉଥିବା ଟ୍ରାକ୍ଟର ଟି ତିଖିରୀ ଅଟୋଷ୍ଟାଣ୍ଡର ୧୦୦ ମିଟର ପୂର୍ବରୁ ଭାରସ୍ୟାମ ହରାଇ ଡ଼ାହାଣ ପଟେ ଥିବା ପାଟନାଳୀକୁ ଓଲଟି ପଡ଼ିଥିଲା ।

ଗାଡ଼ି ଓଲଟିବା ସମୟରେ ୨ ଜଣ ଶ୍ରମିକ ସୁରକ୍ଷିତ ରହିଥିବା ବେଳେ  ଚାଳକ ରଞନ ସେଠୀ ସାମାନ୍ୟ ଆହାତ ହୋଇଥିବା ବେଳେ ହେଲେଫର ତିଖିରୀ ଗ୍ରାମର କ୍ଷିରୋଦ ଓଝାଙ୍କ ପୁଅ ଚନ୍ଦ୍ରକାନ୍ତ ଓଝା (୨୨) ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ ।

ଆଖପାଖ ଲୋକେ ଘଟଣା ସ୍ଥଳରେ ପହଂଚି ପାଟନଳୀରେ ପଡ଼ିଥିବା ଟ୍ରାକ୍ଟରକୁ ଉଠାଇ ମୁର୍ମୁଷ ଅବସ୍ଥାାରେ ହେଲେଫର ଓଝାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମାର୍ଶାଘାଇ ପଠାଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ କେନ୍ଦ୍ରାପଡ଼ା ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଣୋ କରିଥିବାର ଜଣାପଡ଼ିଛି । ଏନେଇ ମାର୍ଶାଘାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ତରଫରୁ ଜଣାପଡ଼ିଛି ।

Leave A Reply