Odisha news

ମହାକାଳପଡ଼ା : ପଙ୍ଗପାଳ ନାଁ ଝିଂଟିକା , ଆଶଙ୍କାରେ ଅଂଚଳବାସୀ

0

ମହାକାଳପଡ଼ା :  ଜମ୍ବୁ ସାମୁଦ୍ରୀକ ଥାନା ଅନ୍ତର୍ଗତ ରାମନଗର ପଂଚାୟତର ପୀତାପାଟ ଠାରେ ପଙ୍ଗପାଳଙ୍କ ଆତଙ୍କ ନେଇ ସୋସିଆଲ ମିଡ଼ିଆରେ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳବାସୀଙ୍କ ଚିନ୍ତା ବଢାଇ ଦେଇଛି ।ରାମଗନଗର ପଂଚାୟତ ପୀତାପାଟ ଗ୍ରାମସ୍ଥିତ ମହାନଦୀ ପାଶ୍ୱର୍ ରେ କିଛି ଝିଂଟିକା ଜାତୀୟ କୀଟ ନିର୍ଦ୍ଦିଷ୍ଟ କିଛଇ ଅରଖ ଗଛର ପତ୍ର ଓ ଫୁଲ ଖାଇ ସମ୍ପୁର୍ଣ୍ଣ ଗଛ ଗୁଡ଼ାକୁ ଲଣ୍ଡା କରିପକାଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ପଙ୍ଗପାଳଙ୍କ ଆତଙ୍କ ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ଯୋରଧରିଲା । ଏହି ଖବର ବିଦ୍ୟୁତ୍ ବେଗରେ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲରେ ପ୍ରଚାରିତ ହୋଇଗଲା ।

ସକାୁ ସକାୁ ସେହି ସ୍ଥାନରେ ପ୍ରବଳ ଭିଡ଼ ଲଖିତ ହୋଇଗଲା ।  ତେବେ ଗ୍ରାମର କିଛି ପୁରୁଖା ଲୋକ ଦିନବନ୍ଧୁ ବେହେରା,କୃଷ୍ନପଦ ମିର୍ଦ୍ଦା ,ସୁକୁମାର ମିର୍ଦ୍ଦା ଓ ଦିଲ୍ଲିପ ବେହେରାଙ୍କ କହିବା କଥା ଏମାନେ ପ୍ରାୟ ୩ ଦିନ ହେବ ଏଠାରେ ଦେଖିବାକୁ ମିଳିଛି । ଏହା ଏକ ପ୍ରକାର ଝିଂଟିକା ବୋଲି କହିଥିଲେ । କାରଣ ପଙ୍ଗପାଳମାନେ ସେମାାନଙ୍କର ଆତଙ୍କରେ ଅଂଚଳର ପ୍ରତ୍ୟେକ ଗଛ ଲତା ଖାଇ ନଷ୍ଟ କରିଦିଅନ୍ତି ବୋଲି । ମାତ୍ର ଏହି କୀଟ ମାନେ ନିର୍ଦ୍ଦିଷ୍ଟ ଅରଖ ଗଛର ପତ୍ର ଫୁଲ ଖାଇବବା ସହ ସେଠାରେ ମଳ ତ୍ୟାଗ କରିବା ସହ ଅଣ୍ଡା ମଧ୍ୟ ଦେଉଥିବା କହିଥିଲେ ।   କେବଳ ଅରଖ ଗଛ ଖାଉଥିବାରୁ ଏହା ପଙ୍ଗପାଳ ନୁହେଁ ବୋଲି ଯୁକ୍ତି ବାଢିବା ସହ ଏହା ଅପପ୍ରଚାର ବୋଲି କହିଥିଲେ ।  ।ତେବେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ କୃଷି ଓ କୀଟତତ୍ୱ ବିଭାଗର ଏକ ବିଶେଷଜ୍ଞ ଟିମ୍ ସେଠାରେ ପହଂଚି ତାହା ଯାଂଚ କରି ଏହା ଏକପ୍ରକାର ଝିଂଟିକା ବୋଲି କହିଛନ୍ତି ।  ।

Leave A Reply

Your email address will not be published.