ମହାକାଳପଡ଼ା -୩୧ .0୭ .୨0.-ମାର୍ଶାଘାଇ ଥାନା ଅଧିନସ୍ଥ ଗିରଙ୍ଗ ଗାଁର ଟୁକୁନା ବାରିକ ଙ୍କ ଆଠ ଜଣ ପରିବାର ଗୁରୁବାର ଦିନ ରାତ୍ରିରେ ଖାଇ ପିଇ ଶୋଇଥିବା ବେଳେ କେହି ଦୁର୍ବୁତ୍ତ ବାହାରପଟୁ ତାଲାବନ୍ଦ କରି ଘରେ ନିଆଁ ଲଗାଇଦେଇଥିଲେ l ଅଗ୍ନି ସଂଯୋଗ ଫଳରେ ଖୋଲା ଥିବା ଘରର ଅlସବାବ ପତ୍ର ଜଳିବା ଆରମ୍ଭ କରିଥିଲା l ପରିବାର ର ଦୁଇ ପୁଅ ଓ ବୋହୁ ନିଜ ନିଜ ଘରେ ଛୋଟ ଛୋଟ ପିଲାଙ୍କୁ ଧରି ଶୋଇ ଥିବା ବେଳେ ନିଆଁ ଉତ୍ତାପରେ ଉଠି ପଡ଼ିଥିଲେl
ଘରଦ୍ୱାର ଜଳୁ ଥିବା ଦେଖି ପରିବାର ର ସମସ୍ତ ସଦସ୍ୟ ଙ୍କୁ ନିଦରୁ ଉଠାଇ ବାହାରକୁ ବାହାରିବାକୁ ଉଦ୍ଦ୍ୟମ କରିଥିଲେ l ମାତ୍ର ବାହାର ପଟୁ ତାଲା ବନ୍ଦ ଥିବାରୁ ଘରୁ ବାହାରି ନ ପାରି ନିଆଁ ତାପ ରେ ଛୋଟ ବଡ଼ ସଭିଏଁ ସିଝି ଯାଇଥିଲେ l ସର୍ବ ଶେଷରେ ବଡ଼ ପୁଅ ଗୋଟିଏ ଘରର ସ୍କାଇଲାଇଟ ଭାଙ୍ଗି ବାହାରକୁ ଆସି ବା ପରେ ଗ୍ରିଲ ଖୋଲିଲା ବେଳକୁ ସଭିଏଁ ମୁର୍ମୁଷ ଅବସ୍ଥା ରେ ପଡି ରହିଥିଲେ l ସେତେବେଳକୁ ଯୋଗାଯୋଗ ହେତୁ ଦମକଳବାହିନୀ ଟୁକୁନା ଙ୍କ ଘର ପାଖରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ l
ସେତେବେଳକୁ ତାଙ୍କର ଦୁଇଟି ଗ୍ୟାସ ସିଲିଣ୍ଡର ଧାନ ଚାଉଳ, ମୁଗ ବିରି ପୋଡି ପାଉଁଶ ହୋଇଯାଇଥିଲା l ଏପଟେ ପରିବାରର ଶିବବ୍ରତ ଓ ସତ୍ୟବ୍ରତ ଦୁଇପୁଅ ବୋହୁ ଓ ନିଜ ପତ୍ନୀ ଗୀତାଞ୍ଜଳି ସ୍ଥାନୀୟ ଚିକିତ୍ସାଳୟ ରେ ଚିକିତ୍ସା ହେଉଥିବା ବେଳେ ଦୁଇ ଛୋଟ ନାତି କଟକ ସ୍ଥାନାନ୍ତର ହୋଇଛନ୍ତି l ବାରିକ ପରିବାର ସହିତ ପୂର୍ଵ ଶତ୍ରୁତା ହେତୁ କେହି ଦୁର୍ବୁତ୍ତ ଏ ଭଳି ଅଭାବନୀୟ କାଣ୍ଡ ଘଟାଇ ପାରିଥାଏ ବୋଲି ସ୍ଥାନୀୟ ଲୋକେ କହନ୍ତି