Odisha news

ମହାକାଳପଡ଼ାରେ ଲଘୁଚାପ ଜନିତ ଲଗାଣ ବର୍ଷା ୧୦୫ ମି.ମି ରେକର୍ଡ଼

0

ମହାକାଳପଡ଼ା : ପାଣିପାଗ ବିଭାଗର ପୁର୍ବାନୁମାନ ଅନୁଯାୟୀ ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ ି । ମଙ୍ଗଳବାର ସନ୍ଧ୍ୟାଠାରୁ ମହାକାଳପଡ଼ା ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଥିଲା । ସନ୍ଧ୍ୟାରେ ଘଡ଼ଘଡ଼ିସହ ବର୍ଷା ପରେ ସାରା ରାତି ପ୍ରବଳ ବର୍ଷା ହୋଇ ବୁଧବାର ଦିନ ତମାମ ବର୍ଷା ଜାରି ରହିଛି । ବ୍ଲକ ପ୍ରଶାସନ ସୂଚନା ଅନୁଯାୟୀ ମହାକାଳପଡ଼ାରେ ଲଘୁଚାପ ଜନିତ ଲଗାଣ ବର୍ଷା ୧୦୫ ମି.ମି ରେକର୍ଡ଼ କରାଯାଇଛି । ତେବେ ଏଭଳି ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ତରଫରୁ ତଳିଆ ଅଂଚଳ ଉପରେ ଦୃଷ୍ଟି ରଖାଯାଇଥିବା ଜଣାପଡ଼ିଛି । ୨ ଦିନ ଲଗାଣ ବର୍ଷାରେ ମହାକାଳପଡ଼ା ଅଂଚଳରେ ବ୍ୟାପକ ଜଳମଗ୍ନ ହୋଇପଡ଼ିଛି । ଗାଡ଼ିଆ ପୋଖରୀ ଠାରୁ ଆରମ୍ଭ କରି ଗାଁ ଗଣ୍ଡା ସହ ଚାଷ ଜମିରେ ବର୍ଷା ଜଳ ଜମି ରହିଛି । ବର୍ଷା ଜଳ ନିଷ୍କାସନ ପଥ ଗୁଡ଼ିକୁ ବିଭିନ୍ନ ସ୍ଥାନରେ ଜବର ଦଖଲ କରିଦେଇଥିବାରୁ ଚାଷ ଜମି ଗୁଡ଼ିକରେ ବର୍ଷା ପାଣି ଲହଡ଼ି ମାରୁଛି ।

ଏଥିରେ ମହାକାଳପଡ଼ା ଅଂଚଳରେ ପ୍ରାୟ ୨୦,୦୦୦ ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡ଼ିଛି । ଏହା ସହିତ ଉପର ମୁଣ୍ଡରୁ ଜଳ ପ୍ରବାହିତ ହୋଇ  ଲୁଣା ନଦୀର ଜଳ ସ୍ଥର ମଧ୍ୟ ବଢି ଯାଇଛି । ଯାହା ଫଳରେ ନଦୀ କୂଳିଆ ଅଂଚଳର ଲୋକମାନେ ନଈ ବଢିର ଆଂଶକା କରୁଛନ୍ତି । ଆଷାଢରେ ନିଅଂଟିଆ ବର୍ଷା କୁ ଦୃଷ୍ଟିରେ ରଖି ନଦୀ କୂଳିଆ ଚାଷୀମାନେ ନଦୀ ଉପରେ ଭରଷା କରି ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ଭାଦ୍ରବ ଶେଷ ଆଡ଼କୁ ଲଘୁଚାପ ଜନିତ ଲଗାଣ ବର୍ଷା ମାର୍ଶାଘାଇ ଅଂଚଳର ଚାଷୀ ମାନଙ୍କୁ ଚିନ୍ତାରେ ପକାଇଛି । ଏହି ଲଗାଣ ବର୍ଷାରେ ନଦୀ କୂଳିଆ ଅଂଚଳର ଲୋକମାନେ ଶହ ଶହ ହେକ୍ଟର ଚାଷ ଜମିରେ କରିଥିବା ପରିବା ଚାଷ ମଧ୍ୟ ଲଗାଣ ବର୍ଷାରେ ବୁଡ଼ି ରହିଛି । ପାଣି ପାଗ ବିଭାଗର ପୁର୍ବାନୁମାନ ଅନୁଯାୟୀ ଆସନ୍ତା ସପ୍ତାହରେ ପୁଣି ଗୋଟିଏ ଲଘୁଚାପ ବର୍ଷା ହେବାର ସମ୍ବାବନା ଥ୍ôବା ବେଳେ ଚଳିତ ମାସର ଲଗାଣ ବର୍ଷା ଜନ ଜୀବନକୁ କ୍ଷତି ପହଂଚାଇଛି ।

Leave A Reply