ଶ୍ରାବଣ ମାସ ସୋମବାର ରେ ଦେବ ଦେବ ମହାଦେବ ଙ୍କ ଏହିସବୁ ପ୍ରିୟ ପୁଷ୍ପ କୁ ଅର୍ପଣ କରନ୍ତୁ ଓ ଏହିସବୁ ସମସ୍ୟା ଦୂର କରନ୍ତୁ
ଶ୍ରାବଣ ମାସର ପ୍ରତ୍ୟେକ ଦିନ ଖୁବ ମହତ୍ୱପୂର୍ଣ ଅଟେ l ଏହି ମାସ ଟି ମହାଦେବ ଙ୍କ ର ପ୍ରିୟ ମାସ ହୋଇଥିବାରୁ ଶିବ ଭକ୍ତ ମାନେ ମାସ ସାରା ବିଭିନ୍ନ ଉପାୟ ରେ ମହାଦେବ ଙ୍କୁ ସନ୍ତୁଷ୍ଟ କରନ୍ତି ଓ ନିଜର ମନ ବାଞ୍ଚିତ ଫଳ ଲାଭ କରନ୍ତି l ମହାଦେବ ମଧ୍ୟ ନିଜ ଭକ୍ତ ମାନଙ୍କ ଭକ୍ତି ରେ ଖୁବ ଶୀଘ୍ର ସନ୍ତୁଷ୍ଟ ହୋଇ ଯାଇ ଥାଆନ୍ତି l କିନ୍ତୁ କିଛି ଏଭଳି ଫୁଲ ରହିଛି ଯାହା ମହାଦେବ ଙ୍କୁ ଅର୍ପଣ କରିବା ଦ୍ୱାରା ସମସ୍ତ ମନ ସ୍କାମନା ପୂରଣ ହୋଇଥାଏ l
* ସୁଖୀ ବୈବାହିକ ଜୀବନ ପାଇଁ :
ମହାଦେବ ଙ୍କ ର ବେଲପତ୍ର ଓ ଗଙ୍ଗଶିଉଳି ଫୁଲ ଖୁବ ପ୍ରିୟ ଅଟେ, ଏହି ୨ ଟି ଜିନିଷ କୁ ଶ୍ରାବଣ ସୋମବାର ଦିନ ଶିବଲିଙ୍ଗ ରେ ଅର୍ପଣ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ ଓ ସୁଖ ଶାନ୍ତିରେ ଜୀବନ ଅତିବାହିତ ହୋଇଥାଏ l
* ମୋକ୍ଷପ୍ରାପ୍ତି ପାଇଁ :
ସୋମବାର ଓ ଶନିବାର ଦିନ ମହାଦେବ ଙ୍କ ନିକଟରେ ଶ୍ରାବଣ ମାସରେ ଶିମିଳି ଗଛ ର ଫୁଲ ଓ ବେଲ ପତ୍ର ଅର୍ପଣ କରିବା ଦ୍ୱାରା ସମସ୍ତ ଯୋଗ ରୁ ମୁକ୍ତି ମିଳିଥାଏ ଓ ଏଭଳି କରୁଥିବା ବ୍ୟକ୍ତି ମୋକ୍ଷ ପ୍ରାପ୍ତି କରିଥାଏ l
* ସ୍ୱାସ୍ଥ୍ୟ ଗତ ଲାଭ ପାଇଁ :
ଶ୍ରାବଣ ମାସରେ ଅରଖ ଫୁଲ ଓ ବେଲ ପତ୍ର ଶିବଲିଙ୍ଗ ରେ ଅର୍ପଣ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l
* ଆର୍ଥିକ ଲାଭ ପାଇଁ :
ମହାଦେବ ଙ୍କ ସହିତ ଶ୍ରୀହରି ବିଷ୍ଣୁ ଓ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ଶ୍ରାବଣ ମାସ ରେ ଗଙ୍ଗଶିଉଳି ଫୁଲ ଓ ଦୁଗ୍ଧ ଶିବଲିଙ୍ଗ ରେ ଅର୍ପଣ କରନ୍ତୁ l ଏହାଦ୍ୱାରା ରୋଗ ଠାରୁ ଦୂରେଇ ରହିବେ ଓ ଧନ ଲାଭ ହେବ l
* ସଙ୍କଟ ରୁ ମୁକ୍ତି ପାଇଁ :
ଶ୍ରାବଣ ମାସରେ ମହାଦେବ ମନ୍ଦିର ରେ ମଲି ଫୁଲ ନିହାତି ଅର୍ପଣ କରିବା ଜରୁରୀ l ଏହାଛଡା ଶ୍ୱେତ ଚନ୍ଦନ ମଧ୍ୟ ଅର୍ପଣ କରନ୍ତୁ l ଏପରି ଶ୍ରାବଣ ମାସରେ କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ l
* ସନ୍ତାନ ପ୍ରାପ୍ତି ପାଇଁ:
ଶ୍ରାବଣ ମାସ ସୋମବାର ଦିନ ମହାଦେବ ଙ୍କ ନିକଟରେ ଦୁଧୁରା ଫୁଲ ନିହାତି ଅର୍ପଣ କରିବା ଜରୁରୀ , ଏହାଦ୍ୱାରା ସନ୍ତାନ ସୁଖ ଲାଭ ହଵାଥାଏ l
* ସୁଖ ସମୃଦ୍ଧି ପାଇଁ :
କନିଆର ଫୁଲ ର ସୁଗନ୍ଧ ଓ ଉଜ୍ଜଳତା ମହାଦେବ ଙ୍କ ର ଖୁବ ପସନ୍ଦ l ସୋମବାର ଦିନ ଏହାକୁ କଳା ରାଶି ସହିତ ମହାଦେବ ଙ୍କ ନିକଟରେ ଅର୍ପଣ କରିବା ଦ୍ୱାରା ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l