Odisha news

ମହାଭାରତର ରୋଚକ କଥା : କଣ ଥିଲା ଶିଶୁପାଳଙ୍କର ଜନ୍ମ କାହାଣୀ

0

ମହାଭାରତ କଥା ଶ୍ରୀକୃଷ୍ଣ ଓ ଶିଶୁପାଳଙ୍କର ପ୍ରସଙ୍ଗ ବିନା ଅଧୁରା ଅଟେ l ଶିଶୁପାଳ ଭଗବାନ ଶ୍ରୀ କୃଷ୍ଣଙ୍କର ପିଉସୀଙ୍କର ପୁତ୍ର ଥିଲା ଓ ସମ୍ପର୍କରେ କୌରବ ତଥା ପାଣ୍ଡବଙ୍କର ଭାଇ ଥିଲା l ଏହି କଥା ଜାଣିବା ଉଚିତ ଯେ ଏତେ ନିକଟତର ହୋଇ ମଧ୍ୟ ଭଗବାନ ଶ୍ରୀ କୃଷ୍ଣ ଶିଶୁପାଳର ବଦ୍ଧ କଣ ପାଇଁ କଲେ ,ଆଜି ଆସନ୍ତୁ ଜାଣିବା ସେହି ବିଷୟରେ l

ଶିଶୁପାଳଙ୍କ ଜନ୍ମ ସମୟରେ ଥିଲା ତିନିଟି ଆଖି ଓ ଚାରିଟି ହାତ –

ଶିଶୁପାଳ ବସୁଦେବଙ୍କର ଭଉଣୀ ଓ ଛେଦିର ରାଜା ଦମଘୋଷଙ୍କର ପୁତ୍ର ଥିଲା l ଏହି ପରି ଭାବରେ ସେ ଶ୍ରୀ କୃଷ୍ଣଙ୍କର ଭାଇ ମଧ୍ୟ ଥିଲା l ଶିଶୁପାଳର ଜନ୍ମ ଯେଉଁ ସମୟରେ ହେଲା ସେ ଦେଖିବାକୁ ବଡ଼ ବିଚିତ୍ର ଥିଲା l ଜନ୍ମ ସମୟରେ ଶିଶୁପାଳର ତିନିଟି ଆଖି ଓ ଚାରିଟି ହାତ ଥିଲା l ଶିଶୁପାଳର ଏହି ରୁପକୁ ଦେଖି ମାତାପିତା ଚିନ୍ତାରେ ପଡି ଯାଇଥିଲେ ଓ ଶିଶୁପାଳକୁ ତ୍ୟାଗ କରିବାପାଇଁ ସ୍ଥିର କଲେ l କିନ୍ତୁ ସେହି ସମୟରେ ଆକାଶ ବାଣୀ ହେଲା “ଶିଶୁଟିକୁ ତ୍ୟାଗ କର ନାହିଁ ,ଯେତେବେଳେ ସମୟ ଆସିବା ଶିଶୁଟିର ଅତିରିକ୍ତ ଆଖି ଓ ହାତ ଉଭାନ ହୋଇଯିବ l କିନ୍ତୁ ଏହା ସହିତ ସେହି ସମୟରେ ମଧ୍ୟ ଆକାଶ ବାଣୀ ହୋଇଥିଲା କି ଯେଉଁ ବ୍ୟକ୍ତିର କୋଳରେ ଏହି ଶିଶୁଟି ବସିବା ଦ୍ୱାରା ତାର ଆଖି ଓ ହାତ ଉଭାନ ହୋଇଯିବ ସେହିଁ ତାର ମୃତ୍ୟୁର କାଳ ହେବ l

ଶ୍ରୀ କୃଷ୍ଣ ନିଜ ପିଉସୀଙ୍କ ଆଗରେ ସର୍ତ ରଖିଲେ-

ଥରେ ଭଗବାନ ଶ୍ରୀ କୃଷ୍ଣ ନିଜ ପିଉସୀଙ୍କ ଘରକୁ ବୁଲିବାକୁ ଗଲେ l ସେଠାରେ ଶିଶୁପାଳ ଖେଳୁଥିବାର ଦେଖିଲେ ,ଶ୍ରୀ କୃଷ୍ଣଙ୍କ ମନରେ ଶିଶୁପାଳଙ୍କୁ ଦେଖି ସ୍ନେହ ଜାଗିଲା ତାପରେ ସେ କୋଳକୁ ଉଠାଇ ନେଲେ l କୋଳକୁ ଉଠାଇବା କ୍ଷଣି ଶିଶୁପାଳର ଅତିରିକ୍ତ ଆଖି ଓ ହାତ ଉଭାନ ହୋଇଗଲା l ଏହା ଦେଖି ଶିଶୁପାଳର ମାତାପିତାଙ୍କୁ ହୋଇଥିବା ଆକାଶ ବାଣୀ ମାନେ ପଡିଗଲା l ସେ ଉଭୟ ଭୟଭୀତ ହୋଇଗଲେ ,ସେହି ସମୟରେ ଶ୍ରୀ କୃଷ୍ଣଙ୍କ ପିଉସୀ ଗୋଟିଏ ବଚନ ନେଲେ l ଭଗବାନ ନିଜ ପିଉସୀଙ୍କୁ ଦୁଃଖ ଦେବାକୁ ଚାହୁଁ ନଥିଲେ ,କିନ୍ତୁ ବିଧିର ବିଧାନକୁ ଅଟକାଇବା କଷ୍ଟକର l ସେଥିପାଇଁ ସେ ତାଙ୍କ ପିଉସୀଙ୍କ ଆଗରେ ଗୋଟିଏ ସର୍ତ ରଖିଲେ ,ସର୍ତଟି ଏହାଯେ ଶିଶୁପାଳଙ୍କର ୧୦୦ ଟି ଭୁଲକୁ  କ୍ଷମା କରିଦେବେ କିନ୍ତୁ ୧୦୧ ହୋଇଗଲେ ଦଣ୍ଡ ଦେବାକୁ ପଡିବ l

ଶିଶୁପାଳ ଋକ୍ମଣୀଙ୍କୁ ବିବାହ କରିବାକୁ ଚାହୁଁଥିଲେ-

ଶିଶୁପାଳ ଋକ୍ମଣୀଙ୍କୁ ବିବାହ କରିବାକୁ ଚାହୁଁଥଲେ ,କିନ୍ତୁ ରୁକ୍ମଣୀ ଭଗବାନ ଶ୍ରୀ କୃଷ୍ଣଙ୍କୁ ପ୍ରେମ କରୁଥିଲେ ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ l କିନ୍ତୁ ଋକ୍ମଣୀଙ୍କ ଭାଇ ରାଜକୁମାର ରୁକ୍ମିଙ୍କୁ ଏହି ପ୍ରସ୍ତାବ ମଂଜୁର ନଥିଲା l ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଋକ୍ମଣୀଙ୍କୁ ମହଲରୁ ନେଇ ପଳାଇ ଯାଇଥିଲେ l ଏହି କଥାକୁ ନେଇ ଶିଶୁପାଳଙ୍କର ଭଗବାନ ଶ୍ରୀ କୃଷ୍ଣଙ୍କ ପ୍ରତି କ୍ରୋଧଭାବ ଆସିଲା ଓ ସେ ତାଙ୍କୁ ଶତ୍ରୁ ଭାବିବାକୁ ଲାଗିଲେ l ଏହି ଶତ୍ରୁତା କାରଣରୁ ଯେତେବେଳେ ଯୁଧିଷ୍ଠିରଙ୍କୁ ଯୁବରାଜ ଘୋଷଣା କରାଗଲା ଓ ରାଜସ୍ୱିୟ ଯଜ୍ଞର ଆୟୋଜନ କରାଗଲା ସେହି ସମୟରେ ସମସ୍ତ ବନ୍ଧୁ ବାନ୍ଧବ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା l ଏହି ଉତ୍ସବରେ ବାସୁଦେବ ,ଶ୍ରୀ କୃଷ୍ଣ ଓ ଶିଶୁପାଳ ମଧ୍ୟ ନିମନ୍ତ୍ରିତ ହୋଇଥିଲେ l

ସେହି ସ୍ଥାନରେ ଶିଶୁପାଳଙ୍କର ସାମ୍ନା ଭଗବାନ ଶ୍ରୀ କୃଷ୍ଣଙ୍କ ସହିତ ହୋଇଥିଲା l ଭଗବାନ ଶ୍ରୀ କୃଷ୍ଣଙ୍କୁ ଯୁଧିଷ୍ଠିର ଆଦର ସତ୍କାର କରିଥିଲେ l ଏହି କଥା ଶିଶୁପାଳଙ୍କ ପସନ୍ଦ ଆସିନଥିଲା ଓ ସେ ସମସ୍ତଙ୍କ ସାମ୍ନାରେ ଶ୍ରୀ କୃଷ୍ଣଙ୍କୁ ଗଲି ଦେବାକୁ ଲାଗିଲେ l ଭଗବାନ ଶ୍ରୀ କୃଷ୍ଣ ଶାନ୍ତ ମନରେ ଯଜ୍ଞ ଅୟୋଜନଙ୍କୁ ଯେକହୁଥିଲେ l କିନ୍ତୁ ଶିଶୁପାଳ  ଲଗାତାର ଭାବରେ ଗଲି ଦେଇ ଚାଲିଥିଲା l ଶ୍ରୀ କୃଷ୍ଣ ବଚନରେ ବନ୍ଧା ହୋଇଥିବାରୁ ଶିଶୁପାଳର ଭୁଲ କୁ ଶଯ୍ୟା କରୁଥିଲେ l କିନ୍ତୁ ଯେତେବେଳେ ଶିଶୁପାଳର ୧୦୦ ଟି ଗାଳି ପୂର୍ଣ୍ଣ ହୋଇଗଲା କୃଷ୍ଣ ତାଙ୍କୁ ଗଲି ଦେବାପାଇଁ ମନ କରିଥିଲେ l କିନ୍ତୁ ଶିଶୁପାଳ ନଶୁଣି ଗାଳିଦେଇ ୧୦୧ ଥର ଅପଶବ୍ଦ କହିଥିଲା l୧୦୧ଭୁଲ ହେଇଯିବ କ୍ଷଣି ଶ୍ରୀକୃଷ୍ଣ ସୁଦର୍ଶନଙ୍କୁ ଆଦେଶ ଦେଇଥିଲେ l ସୁଦର୍ଶନ ଶ୍ରୀ କୃଷ୍ଣଙ୍କ ଆଦେଶ ପାଇ ତୁରନ୍ତ ଶିଶୁପାଳର ମୁଣ୍ଡ କାଟିଥିଲେ l ଏହି ପରି ଭାବରେ ଶ୍ରୀ କୃଷ୍ଣ ଶିଶୁପାଳଙ୍କୁ ବଦ୍ଧ କରିଥିଲେ l

Leave A Reply