Odisha news

ଏହି ୩ ଟି ଜିନିଷ ଘରକୁ ଆସିବା ଶୁଭ ହୋଇଥାଏ , ମିଳିଥାଏ ଲକ୍ଷ୍ମୀଙ୍କ କୃପା

0

ଆମ ସନାତନ ଧର୍ମ ରେ ପ୍ରତ୍ୟେକ ଜିନିଷ କୁ ନେଇ କିଛି ନା କିଛି ମହତ୍ୱ ରହିଛି l ସେହିଭଳି ଶୁଭ ଅଶୁଭ କୁ ନେଇ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ଅନେକ କିଛି ମହତ୍ୱ ରହିଛି l ମାନ୍ୟତା ଅନୁସାରେ ରହିଛି ଯେ କିଛଟା ଜିନିଷ ଘରକୁ ଅଚାନକ ଆସିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରକୁ ଶୁଆ ଅଚାନକ ଆସିବା ଖୁବ ଶୁଭ ଅଟେ l କାହିଁକି ନା ଏହାର ସମ୍ବନ୍ଧ ସିଧା ସଳଖ କୁବେର ଙ୍କ ସହିତ ରହିଥାଏ l ଶୁଆ କାମଦେବ ବାହାନ ଅଟେ l ଯେଉଁ କାରଣରୁ ଶୁଭ ସଂକେତ ମିଳିଥାଏ l ଶୁଆ ର ସମ୍ବନ୍ଧ ମଧ୍ୟ ବୁଧ ଗ୍ରହ ଙ୍କ ସହିତ ରହିଛି , ବୁଧ ଙ୍କ ସମ୍ପର୍କ ଧନ ଓ ବୈଭବ ସହିତ ରହିଛି l

* କଇଁଛ ଘରକୁ ଆସିବା ଖୁବ ଶୁଭ ଅଟେ l ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ସ୍ଥାନକୁ କଇଁଛ ଯାଇଥାଏ , ସେଠାରେ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l ଘର ଭିତର କୁ କଇଁଛ ଆସିବା ମା ଲକ୍ଷ୍ମୀ ଙ୍କ ଆଗମନ ର ସଂକେତ ବୋଲି କୁହାଯାଇ ଥାଏ l ଏହା ସମୃଦ୍ଧି ଓ ସୁଖ ଶାନ୍ତି ର ପ୍ରତିକ ଅଟେ l

* କଳା ପିମ୍ପୁଡ଼ି ର ସମ୍ବନ୍ଧ ଶନି ଦେବ ଙ୍କ ସହିତ ରହିଛି l କଳା ପିମ୍ପୁଡ଼ି ଘରକୁ ଆସିବା ଦ୍ୱାରା କୁହାଯାଏ ଯେ ଶନି ଦେବ ଙ୍କ କୃପା ଲାଭ ହୋଇଥାଏ l କୁହାଯାଏ ଯେ ଯେଉଁ ଘରକୁ ପିମ୍ପୁଡ଼ି ମାନଙ୍କର ଗୋଟିଏ ଦଳ ଅଚାନକ ଗମନ କରିଥାଏ , ସେଠାରେ ସୁଖ ଓ ଐସ୍ୱର୍ଯ୍ୟ ର ଆଗମନ ହୋଇଥାଏ l ଜଦି ପିମ୍ପୁଡ଼ି ମାନେ ନିଜ ପାଟିରେ ଖାଦ୍ୟ ଧରି ପ୍ରବେଶ କରି ଥାଆନ୍ତି , ତେବେ ଧନ ଆଗମନ ର ଆଭାସ ମିଳିଥାଏ l

Leave A Reply