Odisha news

ପାଇବାକୁ ଚାହୁଁଛନ୍ତି ଯଦି ଲକ୍ଷ୍ମୀଙ୍କ ଆଶୀର୍ବାଦ ତେବେ ନିଜ ଘରର ଟ୍ରେଜେରିରେ ରଖନ୍ତୁ ଏହି ଜିନିଷ : ବଢିବା ସୁଖ ସମୃଦ୍ଧି

ଆମ ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ଵ ରହିଛି ।କୁହାଯାଏ ଯେ ବାସ୍ତୁ ବିଚାରକୁ ଠିକ୍ ଭାବରେ ପାଳନ କରାଯାଇ ଜୀବନରେ ସୁଖ ସମୃଦ୍ଧି ଲାଭ କରାଯାଇ ପାରିବ । ବାସ୍ତୁଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଘରର ଅଲ୍ମାରିରେ କିଛିଟା ଭଳି ଜିନିଷ ରଖିବା ଦ୍ବାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ । କାରଣ ଲକ୍ଷ୍ମୀଙ୍କର ବିନା ଆଶୀର୍ବାଦରେ ମଣିଷ ନିଜ ଜୀବନରେ ସୁଖ ସମୃଦ୍ଧି ଲାଭ କରିବା କଷ୍ଟକର ଅଟେ । ଆସନ୍ତୁ ଜାଣିବା କଣ ରଖିବା ଉଚିତ୍ ।
* ମାତା ଲକ୍ଷ୍ମୀଙ୍କର ହଳଦୀ ଅତିପ୍ରିୟ ଅଟେ ତେଣୁ ଘର ଅଲ୍ମାରୀରେ ଯେଉଁଠି ଆପଣ ପଇସା ରଖିଛନ୍ତି ସେଠାରେ ଗୋଟିଏ କପଡ଼ାରେ ହଳଦୀ ଗଣ୍ଠି ପକାଇ ରଖନ୍ତୁ ଏହା ଦ୍ବାରା ଆର୍ଥିକ ଅବସ୍ଥା ଭଲ ହେବ ।
* ଆପଣ କୁବେର ଯନ୍ତ୍ର ଓ ଶ୍ରୀ ଯନ୍ତ୍ର ଘର ଅଲ୍ମିରାରେ ରଖି ପାରିବେ , ଏହାଦ୍ବାରା ଧନର ଦେବୀଙ୍କ କୃପା ଲାଭ ହେବ । * ସପ୍ତାହରେ ମାତ୍ର ଗୋଟିଏ ଦିନ ଘରେ କର୍ପୁର ଜଳାଇବ ନିହାତି ଆବଶ୍ୟକ ଏହାଦ୍ୱାରା ଘରର ବସ୍ତୁ ଦୋଷ ଦୂର ହେବ ସହିତ ଆର୍ଥିକ ଅବସ୍ଥାରେ ସୁଧାର ଆସେ ।
*ଜୀବନରେ ଉନ୍ନତି ପାଇଁ ଲକ୍ଷ୍ମୀ ଗଣେଶଙ୍କ ଫଟୋ ନିକଟରେ ଦୁବ ଘାସ,ଅରୁଆ ଚାଉଳ ଓ ବରକୋଳି ପତ୍ର ସବୁଦିନ ଅର୍ପଣ କରନ୍ତୁ ।
* ଜୀବନରେ ସଫଳତା ଲାଭ କରିବା ପାଇଁ ଘରର ମୂରବୀ ପ୍ରତେକ ଦିନ ପକ୍ଷୀ ମାନଙ୍କୁ କିମ୍ବା ଜୀବଜନ୍ତୁ ମାନଙ୍କୁ ଆହାର ଦେବା ଆବଶ୍ୟକ ।

Comments are closed.