ନାବରାତ୍ରୀର ଦ୍ଵିତୀୟ ଦିନରେ ମାତା ବ୍ରହ୍ମଚାରୀଣୀ ଙ୍କୁ କାହିଁକି ପୂଜା କରାଯାଏ : ଜାଣନ୍ତୁ ମାଙ୍କୁ ଉପାସନା କରିବାର କି ଲାଭ ମିଳିଥାଏ
ନାବରାତ୍ରୀର ଦ୍ଵିତୀୟ ଦିନରେ ମା ବ୍ରହ୍ମଚାରୀଣିଙ୍କୁ ପୂଜା କରାଯାଇଥାଏ l ମାଙ୍କୁ ଜ୍ଞାନ ,ତପସ୍ୟା ଓ ବୈରାଗ୍ୟର ଦେବୀ ବୋଲି କୁହାଯାଏ l କଠୋର ତପସ୍ୟା ଦ୍ୱାରା ବ୍ରହ୍ମା ଙ୍କ ମଧ୍ୟରେ ଲୀନ ହେବା କାରଣରୁ ମାତାଙ୍କୁ ବ୍ରହ୍ମଚାରୀଣି କୁହାଯାଏ l ବିଦ୍ୟାର୍ଥୀ ଓ ତପସ୍ୱୀ ଙ୍କ ପାଇଁ ମାଙ୍କ ପୂଜା ଖୁବ ଆବଶ୍ୟକ l ଯେଉଁମାନଙ୍କ ରାଶିରେ ଚନ୍ଦ୍ରମା ଦୁର୍ବଳ ଅଟେ ସେମାନେ ବ୍ରହ୍ମଚାରୀଣି ଙ୍କୁ ଉପାସନା କରିବା ଉଚିତ l
କଣ ଅଟେ ମା ବ୍ରହ୍ମଚାରୀଣିଙ୍କ ପୂଜା ବିଧି –
ମା ବ୍ରହ୍ମଚାରୀଣିଙ୍କୁ ପୂଜା କରିବା ଦିନ ଆପଣ ଧଳା କିମ୍ବା ହଳଦିଆ ବସ୍ତ୍ର ଧାରଣ କରିବା ଆବଶ୍ୟକ l ମାଙ୍କୁ ଧଳା ବସ୍ତୁ ଅର୍ପଣ କରିବା ଉଚିତ l ଯେପରିକି ଚିନି ,ମିଶ୍ରି ,ପଞ୍ଚାମୃତ ଇତ୍ୟାଦି l ଜ୍ଞାନ ଓ ବୈରାଗ୍ୟର ଯେ କୌଣସି ମନ୍ତ୍ର ଆପଣ ଉଚ୍ଚାରଣ କରି ପାରିବେ l ମାଙ୍କ ନିକଟରେ ପ୍ରତିଦିନ ସନ୍ଧ୍ୟାରେ “ଓଂ ଏଂ ନମଃ ” ମନ୍ତ୍ର ଉଚ୍ଚାରଣ କରନ୍ତୁ l ଏହିଦିନ ଫଳ ଏହାର କରିବା ଆବଶ୍ୟକ l
ଏହିଦିନ କଣ କରିବା ଉଚିତ –
* ଏହିଦିନ ଧଳା ବସ୍ତ୍ର ଧାରଣ କରି ପୂଜା କରିବା ଉଚିତ l ମାଙ୍କ ମନ୍ତ୍ର ସହିତ ଚନ୍ଦ୍ରମା ଙ୍କ ମନ୍ତ୍ର ଜପ କରନ୍ତୁ l ଏପରି କରିବା ଦ୍ୱାରା ଜୀବନରେ ରୋଗ ବୈରାଗ୍ୟ ଦୂରେଇଯିବ l ଘରର ବାତାବରଣ ଶାନ୍ତ ରହିବ l
* ଏହିଦିନ ନିଜ ସାମର୍ଥ୍ୟ ଅନୁସାରେ ମାଙ୍କୁ ଚାନ୍ଦି ର ବସ୍ତୁ ଅର୍ପଣ କରନ୍ତୁ l ଏହିଦିନ ଶିକ୍ଷା ଓ ଜ୍ଞାନ ପାଇଁ ମାତା ସରସ୍ୱତୀଙ୍କୁ ପୂଜା ମଧ୍ୟ କରାଯାଏ l
* ମାଙ୍କ ନିକଟରେ ଧଳା ବସ୍ତୁ ଯେପରିକି ମିଶ୍ରି ,ଚିନି ଇତ୍ୟାଦି ଭୋଗ ଲଗାଇ ପରିବାର ସଦସ୍ୟ ଙ୍କ ମଧ୍ୟରେ ବାଣ୍ଟି ଖାଆନ୍ତୁ l
* ନବରାତ୍ରୀ ପୂଜା ସମୟରେ ଗୁରୁଜନ ମାନଙ୍କ ଆଶୀର୍ବାଦ ନେବା ନିହାତି ଜରୁରୀ ଅଟେ l ମାଙ୍କ ଆଶୀର୍ବାଦ ସହିତ ଗୁରୁଜନଙ୍କ ଆଶୀର୍ବାଦ ନେବା ଦ୍ୱାରା ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ l
Comments are closed.