Odisha news

ସାରା ରାଜ୍ୟରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ତଳୀ “ମାଁ ବାଳକୁମାରି ପୀଠ”

0

ଆର୍ ତାରକେଶ୍ୱର ରେଡ୍ଡୀ : ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମାନଙ୍କ ମଧ୍ୟରୁ ମାଁ ବାଳକୁମାରି ପୀଠ ଅନ୍ୟତମ। ଏହା ଚିକିଟି ନିକଟରେ ଅବସ୍ଥିତ , ମାଁ ବାଳକୁମାରି ପୀଠ ସରା ରାଜ୍ୟରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ଦେବୀ ପିଠ ଭାବେ ପରିଚିତ । ଏହି ଅଞ୍ଚଳର ଲୋକମାନଙ୍କ ମନରେ ଥିବା ମାଁ ଙ୍କ ପ୍ରତି ବିଶ୍ଵାସ ଏବଂ ଭକ୍ତି ଭାବ, ମାଁ ଙ୍କ ମହିମାକୁ ପ୍ରତିପାଦନ କରିଥାଏ । ମାଁ ଙ୍କୁ ନେଇ ଅନୁଭୂତି କହିଲେ ଅଲୌକିକ ଏବଂ ଅଦ୍ଭୁତ କୁହାଯାଏ । ମନ୍ଦିରର ଇତିହାସକୁ ଯଦି ଯିବା ତାହାହେଲେ ମା ବାଳକୁମାରୀଙ୍କ ମନ୍ଦିର ଚିକିଟିର ରାଜା ପରିବାର ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା | ମା ବାଳକୁମାରୀ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଦେବୀ | ଏହି ମନ୍ଦିର ଚିକିଟି ସହରର ପୂର୍ବରେ ଅବସ୍ଥିତ। ମାଁ ବାଳକୁମାରୀ ହେଉଛନ୍ତି ଚିକିଟି ରାଜା ବଂଶର ଇଷ୍ଟଦେବୀ। ଏହା ଓଡ଼ିଶା ଏବଂ ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ ତେଣୁ ,ବର୍ଷ ତମାମ ଏହି ପର୍ଯ୍ୟଟନ ଆଶ୍ରୟସ୍ଥଳୀକୁ ରାଜ୍ୟ ତଥା ରାଜ୍ୟବାହାରୁ ପର୍ଯ୍ୟଟକ ମାନଙ୍କ ସୁଅ ଛୁଟେ।

ମନ୍ଦିର ପରିବେଶ କଥା କୁହନ୍ତୁ ଅଥବା ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ କଥା ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ । ଏଠାରେ ପ୍ରକୃତି ରାଣୀ ତା’ର ସମସ୍ତ ଶକ୍ତିକୁ ଏହି ପୀଠକୁ ସୁନ୍ଦର କରିବା ପାଇଁ ଲଗେଇ ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

ଯେଉଁଭଳି ଭାବରେ ବୃକ୍ଷ ଲତା ପର୍ବତ ମାଳକୁ ସବୁଜିମାରେ ଆବରଣ କରିଛି , ତାହା ପୁଣି ପର୍ଯ୍ୟଟକଙ୍କ ମନରେ ଏକ ସବୁଜ ଶାଢ଼ୀର ଭ୍ରମ ସୃଷ୍ଟି କରିଥାଏ ଏବଂ ଧଳା ଧଳା ମେଘ ଖଣ୍ଡ ଗୁଡିକ ଯେତେବେଳେ ପାହାଡ଼ ଉପରେ ପଟି ହୋଇଥାନ୍ତି , ତାହା ପର୍ଯ୍ୟଟକଙ୍କ ମନକୁ ସ୍ଵର୍ଗିୟ ଆନନ୍ଦ ଦେଇଥାଏ , ବଙ୍ଗୋପସାଗର ଆଡ଼କୁ ବହୁଥିବା ଶୀତଳ ସୁଲୁସୁଲିଆ ପବନ ସାଙ୍ଗକୁ ସୁନ୍ଦର ପ୍ରକୃତି ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ଏଠାରେ ପରିବାର ସହିତ ତଥା ସାଙ୍ଗସାଥୀ ମାନଙ୍କ ସହ ମିଶି ବଣଭୋଜି କରି ଖୁସି ମନେଇବା ପାଇଁ ମଧ୍ୟ ଭିଡ଼ ଲାଗିରହିଥାଏ ।

ଏହି ମନ୍ଦିର କୁ ଯିବାକୁ ହେଲେ ୧୬ନ ଜାତୀୟ ରାଜପଥ ରୁ ଚିକିଟି ଯିବା ରାସ୍ତା ରେ ଯିବାକୁ ହବ ,ପୁଣି ଚିକିଟି ଠାରୁ ଡାହାଣ ପାର୍ଶ୍ଵ ଦେଇ ପର୍ବତ ଶିଖରକୁ ଯିବାକୁ ହବ , ପର୍ବତ ଶିଖରକୁ ଯିବା ପାଇଁ ଭକ୍ତଙ୍କ ଗମନା ଗମନ ସୁବିଧା ପାଇଁ ରାସ୍ତା ମଧ୍ୟ କରାଯାଇଛି , ପୂର୍ବରୁ ଏହା ରାସ୍ତାର ସୁବିଧା ନଥିଲା ପାହାଚ ରାସ୍ତା ଦେଇ ବହୁ ପରିଶ୍ରମ କରି ୧୨୪୦ ପାହାଚ ଦେଇ ଯିବାକୁ ପଡୁଥିଲା । ମାଁ ଙ୍କ ମହିମା ଏବଂ ଅପାରମ୍ପାର ବିଶ୍ଵାସ ରହିଛି କୌଣସି କାର୍ଯ୍ୟ ପାଇଁ ମାଁ ଙ୍କ ପୀଠରେ ମାନସିକ ରଖିଲେ ତାହା ବହୁତ୍ ଶିଘ୍ର କାର୍ଯ୍ୟ ସିଦ୍ଧି ବା ମାନସିକ ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କର ମନ ରେ ଆଶା ଓ ବିଶ୍ୱାସ ରହିଛି।

 

Leave A Reply