ଶୀତଋତୁ ଆସିଲେ ସବୁଠୁ ଅଧିକ ଆମର ଫୁସଫୁସ୍ ପ୍ରଭାବିତ ହୋଇଥାଏ, ଏହାଛଡା କରୋନା ମଧ୍ୟ ଫୁସଫୁସ୍ କୁ ଅଧିକ ପ୍ରଭାବିତ କରିଥାଏ ଓ ଶ୍ଵାସ କ୍ରିୟା କୁ ବାଧା ପହଞ୍ଚାଇ ଥାଏ । ଫୁସଫୁସ୍ ଶ୍ୱାସ କ୍ରିୟା ର ମୁଖ୍ୟ ଭାଗ ଅଟେ , ଯଦି ଏହା କରୋନା ରେ ପ୍ରଭାବିତ ହୋଇଯାଏ ତେବେ ସମସ୍ତ ପ୍ରକାର ଶାରିରୀକ ସମସ୍ୟା ଆରମ୍ଭ ହୋଇଯାଏ । କିନ୍ତୁ ବର୍ତ୍ତମାନ୍ ଦେଶରେ ଶୀତର ପ୍ରକୋପ ଓ କରୋନା ଗ୍ରାଫ୍ ଧୀରେ ଧୀରେ ବଢ଼ିବାକୁ ଲାଗିଛି । ତେଣୁ ଏହି ସମୟରେ ଆପଣ ନିଜକୁ ଏତେ ଅଧିକ ଷ୍ଟ୍ରଙ୍ଗ ରଖିବା ଉଚିତ୍ ଯେ ଯାହାଦ୍ଵାରା ବିଭିନ୍ନ ସଂକ୍ରମଣ ଜନିତ ରୋଗ ଠାରୁ ଦୂରେଇ ରହି ପାରିବେ ।
ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଏପରି କିଛି ଖାଦ୍ୟ କୁ ନିଜ ଖାଦ୍ୟରେ ସାମିଲ୍ କରିବା ଆବଶ୍ୟକ ଯାହାଦ୍ବାରା ଆପଣ ନିଜକୁ ନିରଗୀ ଓ ସୁସ୍ଥ ରଖି ପାରିବେ ।
* ଯଦି ଆମ ଲଙ୍ଗସ ରେ କିଛି ଅସୁବିଧା ହୁଏ ଯେପରିକି ସଂକ୍ରମଣ ତେବେ କାଶ ଆରମ୍ଭ ହୁଏ , ତନ୍ଟି ଦରଜ , ଗଳା ଭିତରୁ କୁଣ୍ଡାଇ ହୁଏ , ଧଇଁସଇଁ ଲାଗେ , ନିଃଶ୍ୱାସ ନେବାକୁ ବାଧା ପ୍ରାପ୍ତ ହୋଇଥାଏ । କିନ୍ତୁ ଏହି ସମୟରେ ଆମେ କିଛିଟା ଖାଦ୍ୟ କୁ ନିଜ ଖାଇବାରେ ସାମିଲ କରି ନିଜକୁ ସୁସ୍ଥ ରଖି ପାରିବା ।
* ଯେପରିକି ଆମେ ସମସ୍ତେ ଜାଣିଛୁ ରସୁଣ ଔଷଧୀୟ ଗୁଣ ରେ ଭରପୁର ଅଟେ । ତେଣୁ ଶୀତଋତୁ ରେ କଞ୍ଚା ରସୁଣ ନିୟମିତ ସକାଳୁ ଖାଲି ପେଟରେ ସେବନ କରିବା ଦ୍ୱାରା ବିଭିନ୍ନ ସଂକ୍ରମଣ ଦୁର ହୋଇଥାଏ । ଏହାଛଡା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ।
* ସେହିଭଳି ଅଦା ମଧ୍ୟ ଔଷଧୀୟ ଗୁଣ ରେ ଭରପୁର ଅଟେ । ଅଦା ଥଣ୍ଡା ସମ୍ବନ୍ଧୀୟ ବିଭିନ୍ନ ଶାରିରୀକ ଅସୁବିଧା ଠାରୁ ଆମକୁ ରକ୍ଷା କରିଥାଏ । ତେଣୁ ଶୀତଋତୁ ରେ ଅଦା କୁ ଆପଣ ପାଣିରେ ଫୁଟାଇ ମଧ୍ୟ ସେବନ କରି ପାରିବେ । ଯାହା ଆପଣଙ୍କ ଫୁସଫୁସ୍ କୁ ସୁରକ୍ଷିତ ରଖିବ ।
* କଞ୍ଚା ପିଆଜ ମଧ୍ୟ ଶରୀର ପାଇଁ ଖୁବ୍ ହିତକର । ଏହା ଆମ ଶରୀର କୁ ଭିତରୁ ଷ୍ଟ୍ରଙ୍ଗ କରିଥାଏ ଓ ଫୁସଫୁସ କୁ ମଧ୍ୟ ସୁସ୍ଥ ରଖିଥାଏ । ତେଣୁ ନିୟମିତ ନିଜ ଖାଦ୍ୟରେ କିଛିଟା କଞ୍ଚା ପିଆଜ ସାଲାଡ଼ ଭାବରେ ସାମିଲ୍ କରନ୍ତୁ ।
* ଆଉ ଗୋଟିଏ ଜିନିଷ ଆମର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତେଣୁ ନିୟମିତ ସାମାନ୍ୟ ମାତ୍ରାରେ ଆଖୋରଟ ସେବନ ନିହାତି କରିବା ଆବଶ୍ୟକ ।
* ତୁଳସୀ ପତ୍ର ଆଣ୍ଟି ବାୟୋଟିକ୍ ଓ ଆଣ୍ଟି ଅକ୍ସିଦାନ୍ତ ଗୁଣରେ ଭରପୁର ବୋଲି ଆମେ ପ୍ରାୟ ସମସ୍ତେ ଜାଣିଛୁ । ଶୀତଋତୁ ରେ ସର୍ବାଧିକ ତୁଳସୀ ପତ୍ର ର ପ୍ରୟୋଗ ହୋଇଥାଏ । ତେଣୁ ନିୟମିତ ସକାଳୁ କିଛି ମାତ୍ରାରେ ତୁଳସୀ ପତ୍ର ନିହାତି ସେବନ କରନ୍ତୁ ।
* ଅଁଳା ଭିଟାମିନ ସି ର ଗୋଟିଏ ଉତ୍ତମ ସ୍ରୋତ ଅଟେ । ଯାହାକି ଶରୀର ର ଇମ୍ୟୁନିଟି ଷ୍ଟ୍ରଙ୍ଗ କରିବା ସହ ବିଭିନ୍ନ ସଂକ୍ରମଣ ଠାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେଣୁ ନିୟମିତ ଗୋଟିଏ ଅଁଳା ଚୋବେଇ ଖାଇବାକୁ ଚେଷ୍ଟା କରନ୍ତୁ ।
* ଶେଷ ଟି ଡାଳିମ୍ବ ,ଡାଳିମ୍ବ ଭିଟାମିନ ସି ର ସ୍ରୋତ ଅଟେ । ଆଣ୍ଟି ଅକ୍ସିଡ଼ାଣ୍ଟ ଓ ଏଷ୍ଟ୍ରି ଜେଣ୍ଟ ରହିଛି ଯାହାକି ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ସହ ଫୁସଫୁସ କୁ ଭିତରୁ ଷ୍ଟ୍ରଙ୍ଗ କରିଥାଏ ଓ ଆମକୁ ବିଭିନ୍ନ ପ୍ରକାର ସଂକ୍ରମଣ ଠାରୁ ଦୂରେଇ ରଖେ ।