ବ୍ଲଡ଼ ପ୍ରେସର ବଢିବା ଓ କମିବା ଉଭୟ ହେଉଛି ଶରୀର ପାଇଁ କ୍ଷତିକାରକ l ଯଦି ଆପଣଙ୍କ ରକ୍ତଚାପ ହାଇ ରହୁଛି ତେବେ ଏହାଦ୍ୱାରା ହାର୍ଟ ଆଟାକ ସମସ୍ୟା ବଢି ଯାଇଥାଏ l ଅନ୍ୟ ପକ୍ଷରେ ନିମ୍ନ ରକ୍ତଚାପ ଆପଣଙ୍କୁ ହୃଦଘାତ ସହିତ ଅର୍ଗାନ ଫେଲିଓର ଆଡକୁ ନେଇ ଯାଇଥାଏ l ଯେଉଁ ଲୋକଙ୍କ ରକ୍ତଚାପ ୯୦ ଓ ୬୦ ରୁ କମ ରହିଥାଏ, ସେହି ଲୋକମାନେ ଲୋ ବିପି ଶ୍ରେଣୀର ହୋଇ ଥାଆନ୍ତି l ଆସନ୍ତୁ ଜାଣିବା ବ୍ଲଡ଼ ପ୍ରେସର କମିବାର କାରଣ କଣ ? ନିମ୍ନ ରକ୍ତଚାପ ର ଲକ୍ଷଣ କଣ ?
ବ୍ଲଡ଼ ପ୍ରେସର ବଢିବାର କାରଣ କଣ ?
– ପାଣି କମ ପିଇବା
– ଔଷଧ ଗୁଡିକ ପ୍ରତିକ୍ରିୟା
– ସର୍ଜରୀ କିମ୍ବା ଗମ୍ଭୀର ଆଘାତ ଲାଗିବା
-ଜେନେଟିକ କରଣ
– ଅଧିକ ଚିନ୍ତା
– ଡ୍ରଗ୍ସ ଓ ଡ୍ରିଂକ୍ସ
– ଅଧିକ ସମୟ ଭୋକରେ ରହିବା
– ଅନହେଲଦି ଲାଇଫ ଷ୍ଟାଇଲ
ଲକ୍ଷଣ -:
– ମୁଣ୍ଡ ବୁଲାଇବା
– ଆଖିକୁ ଠିକ ଭାବରେ ଦେଖା ନଯିବା
– ବାନ୍ତି ହେବା
– ଶରୀର ଥକା ଲାଗିବା
– ହାତ ପାଦ ଥଣ୍ଡା ଲାଗିବା
– ନିଶ୍ୱାସ ନେବାକୁ ଅସୁବିଧା ହେବା
– ଖାଇବା ପିଇବାରେ ଅସୁବିଧା ହେବା
ନିମ୍ନ ରକ୍ତଚାପ ରେ ଶରୀର ପାଇଁ କଣ ରହିଛି ବିପଦ -:
ଯଦି ଆପଣଙ୍କ ବିପି ଦୀର୍ଘ ସମୟ ଧରି ଲୋ ରହୁଛି ତେବେ ଆପଣମାନେ ସତର୍କ ରହିବା ଉଚିତ l
ଏହି ସମୟରେ ଶରୀରର ସମସ୍ତ ଅଙ୍ଗରେ ରକ୍ତ ସଂଚାଳନ ଠିକ ଭାବରେ ହୋଇପାରି ନଥାଏ l
ଏପରି ସ୍ଥିତିରେ ଷ୍ଟ୍ରୋକ, ହାର୍ଟ ଆଟାକ ଓ କିଡ୍ନୀ ନଷ୍ଟ ହେବାର ସମ୍ଭାବନା ରହିଥାଏ l
ବିପି କମିଯାଇ ବେହୋସ ହେବାର ସମ୍ଭାବନା ରହିଥାଏ l
କିପରି କରିବେ ନିଜକୁ ସୁସ୍ଥ -:
– ଖାଦ୍ୟରେ ଲୁଣର ମାତ୍ରା ଠିକ ରଖନ୍ତୁ
– ଶରୀରକୁ ହାଇଡ୍ରେତ ରଖିବା ପାଇଁ ନିହାତି ୮ରୁ୧୦ ଗ୍ଲାସ ପାଣି ପିଅନ୍ତୁ
– ଡାକ୍ତରଙ୍କ ପରାମର୍ଶ ରେ ଔଷଧ ସେବନ କରନ୍ତୁ
– ନିମ୍ନ ରକ୍ତଚାପ ସମୟରେ ଫିଜିକାଲ ଆକ୍ଟିଭିଟି ବନ୍ଦ ରଖନ୍ତୁ
– ଧୁମ୍ରପାନ ଓ ମଦ୍ୟପାନ ଠାରୁ ଦୁରେଇ ରୁହନ୍ତୁ
– ନିଜ ଖାଦ୍ୟରେ କମ କାର୍ବୋହାଇଡ୍ରେଟ ଓ ଅଧିକ ପ୍ରୋଟିନ ଖାଆନ୍ତୁ