ଗର୍ଲଫ୍ରେଣ୍ଡକୁ ପ୍ରପୋଜ୍ କରିବା ପାଇଁ କିଛି ଲୋକ ତ ଗୋଲାପରେ କାମ ଚଳାଇ ଦିଅନ୍ତି । କିଛି ଲୋକ ହଟ୍କେ ଟାଇପ୍ର ଥାନ୍ତି । ଜୋଶ୍ ନାମକ ବ୍ୟକ୍ତି ପ୍ରେମ ନିବେଦନ ପାଇଁ ଗୋଟିଏ ରାତିରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି । ଜୋଶ୍ ଲଣ୍ଡନସ୍ଥିତ ଦ ସାଭଏ ହୋଟେଲର ସବୁଠୁ ମହଙ୍ଗା ରୁମ୍ ଭଡ଼ାରେ ନେଇ ଗର୍ଲଫ୍ରେଣ୍ଡ୍ ସାରାଙ୍କୁ ପ୍ରପୋଜ୍ କରିଥିଲେ । ଲଣ୍ଡନର ଏହି ହୋଟେଲରେ ବାହା ହେବା ପାଇଁ ସାରାଙ୍କର ଇଚ୍ଛା ଥିଲା । ସେ ରାତିକ ଭିତରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ ଯେତେବେଳେ କି ଏହି ଟଙ୍କାରେ ସେ ବର୍ଷେ କାଳ ଥାଇଲାଣ୍ଡ୍ରେ ରହିପାରିଥାନ୍ତେ ।