ନୂଆଦିଲ୍ଲୀ : ଜଣେ ମହିଳାଙ୍କ ଦ୍ୱାରା ପ୍ରେମ ପ୍ରସ୍ତାବକୁ ଠୋକର ମରାଯିବl କୁ ନେଇ ଏହି ଘଟଣାଟି ଘଟିଛି l ପ୍ରେମିକ ପାଇଥିବା ଆଘାତକୁ ସମ୍ଭାଳି ନ ପାରି ପ୍ରେମିକାଙ୍କ ଘରେ ଲଗାଇଦେଲେ ନିଆଁ l ଏହି ଘଟଣାଟି ଘଟିଛି ବୁଧବାର ଦିନ ବଜାରଖଳା ଥାନା ଅଂଚଳରେ ଘଟିଛି l ଉତ୍ତର ପ୍ରଦେଶର ୧୧୨ ୟୁନିଟ ର ଜଣେ କନେଷ୍ଟବଳ ଏହି ନିଆଁ ବ୍ୟାପିବା ଆଗରୁ ଲିଭାଇ ଦେଇଥିଲେ l ପୋଲିସ ଆରୋପିକୁ ଗିରଫ କରିଥିଲେ l
ଷ୍ଟେସନ ହାଉସ ଅଫିସର କହିଛନ୍ତି ଯେ ଅଭିଯୁକ୍ତ ଚେତରାମ ରଙ୍ଗ ମିସ୍ତ୍ରୀ କାମ କରେ ,ସେ ମହିଳା ଜଣଙ୍କୁ ସେବେଠାରୁ ପ୍ରେମ କରୁଥିଲା ଯେତେବେଳେ ତାକୁ ୨୦୦୬ ରେ ରଙ୍ଗ କାମ ପାଇଁ ଘରକୁ ଡକା ଯାଇଥିଲା l ମହିଳା ଜଣଙ୍କ ପରିତ୍ୟକ୍ତl ଥିଲେ ଓ ସେ ନିଜ ମାଙ୍କ ସହିତ ଆସି ରହୁଥିଲେ l ଅଭିଯୁକ୍ତ ମହିଳା ଜଣଙ୍କୁ ନିୟମିତ ପ୍ରେମ ନିବେଦନ କରି ଆସୁଥିଲା ,କିନ୍ତୁ ମହିଳା ଜଣଙ୍କ ତାଙ୍କୁ ଅଣଦେଖା କରୁଥିଲେ l ବୁଧବାରଦିନ ଅଭିଯୁକ୍ତ ମହିଳାଙ୍କ ଘରକୁ ଯାଇ ତାଙ୍କ ସହ ପାଟିତୁଣ୍ଡ କରିଥିଲା ଓ ଏହାପରେ କିରୋସିନ ଢାଳି ନିଆଁ ଲଗାଇଥିଲା l
ଅଭିଯୁକ୍ତ ବିବାହିତ ଅଟେ ଓ ତାର ଛୁଆପିଲା ମଧ୍ୟ ଅଛନ୍ତି l ସେ ପୋଲିସ ଆଗରେ କହିଥିଲା ଯେ ତାର ସେହି ମହିଳାଙ୍କ ସହିତ ସମ୍ବନ୍ଧ ରହିଛି ଓ ସେ ମହିଳା ଜଣଙ୍କୁ ପ୍ରେମ କରୁଛି l ମହିଳା ଜଣଙ୍କ ମଧ୍ୟ ତାକୁ ଭଲ ପାଉଥିଲେ , କିନ୍ତୁ ବର୍ତମାନ ଆଉଜଣେ ପୁରୁଷଙ୍କ ସହିତ ସମ୍ପର୍କକୁ ନେଇ ଏହି ଉତେଜନା ସୃଷ୍ଟି ହୋଇଥିଲା l