Odisha news

ଲକ ଡାଉନ ସୁଯୋଗ ନେଇ ମାତିଛନ୍ତି ଲୁଟେରା : କ୍ୟାବିନ ଭାଙ୍ଗି ଲୁଟ

0

ଖୋର୍ଦ୍ଧା : କରୋନା ସଂକ୍ରମଣକୁ ରୋକିବା ଲାଗି କେଭାଡ -୧୯ ନିୟମ ମୁତାବକ ସଟ୍ ଡାଉନ ଘୋଷଣା ଲୁଟ ଲାଗି ଲୁଟେରା ମାନଙ୍କୁ   ସୁଜୋଗ ସୃଷ୍ଟି କରିଛି । ସଟ୍ ଡାଉନ ଫଳରେ ସମସ୍ତ ଦୋକନ ବଜାର , ଯାତାୟତ ବନ୍ଦ ରହୁଥିବାରୁ ସବୁଆଡେ ଜନଶୂନ୍ୟ ହୋଇ ପଡୁଛି । ଏହାକୁ ଦୃଷ୍ଟିରେ ରଖି ।ାବଶ୍ୟକ ପୋଲିସ ପାଟ୍ରୋଲିଂ ହେଉନଥିବାରୁ ଲୁଟେରା ମାନେ ଏହି ଗତ କିଛି ଦିନ ହେବ ଆଦର୍ଶ ଥାନା ଅଚଂଳରେ ଗୋଟିଏ ପରେ ଗୋଟିଏ ଲୁଟ ଘଟଣା ମାନ ନିର୍ବିଘ୍ନରେ ଘଟାଇ ଚାଲୁଛନ୍ତି ।

ଦ୍ୱିତୀୟ ପାଳି ସଟ୍ ଡାଉନରେ ଖୋର୍ଦ୍ଦା ଉପକଣ୍ଠ ୫୭ନଂ ଜାତୀୟ ରାଜପଥ ପାଶ୍ୱର୍ର ପୁବୁସାହି ଛକରେ ଏହି ଭଳି ଏକ ଅଭାବନିୟ ଲୁଟ ଘଟଣା ଘଟିଛି । ଲୁଟେରା ମାନେ ଶନିବାର ବିଳମ୍ବିତ ରାତିରେ କ୍ୟାବିନର କବାଟ ଭାଙ୍ଗି କ୍ୟାବିନରେ ଥିବା ଫ୍ରିଜ , ପାନ ମସଲା , କୋଲ୍ଡଡ୍ରିଙ୍କିସ , ବିଷ୍କୁଟ ସମେତ ନଗଦ ଟଙ୍କା ସହିତ ଆନୁମାନିକ ୭୦ ହଜାର ଟଙ୍କାରରୁ ଉର୍ଦ୍ଧ ମୂଲ୍ୟର ସାମଗ୍ରୀ ଲୁଟି ନେଇଥିବାର  ପୁବୁସାହି ଗ୍ରାମର ପ୍ରବୋଧ କୁମାର ସାହୁ ସ୍ଥାନିୟ  ଆଦର୍ଶ ଥାନାରେ  ଅଭିଜୋଗ କରିଥିବାର ଜଣା ପଡିଛି ।

Leave A Reply

Your email address will not be published.