Odisha news

ପହଲି ରଜରେ ଅଘଟଣ , ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି , ଜଣେ ମୃତ

0

ଖୋର୍ଦ୍ଧା : କରୋନା ସଂକ୍ରମଣକୁ ଆୟତ କରିବା ଲାଗି କୋଭିଡ -୧୯ ନିୟମ ମୁତାବକ  ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ସଟ୍ ଡାଉନ ଘୋଷଣା କରାଯାଇଛି । ଫଳରେ ଜିଲ୍ଲାର ସହରାଚଂଳଠାରୁ ଆରମ୍ଭ କରି ଗ୍ରାମାଚଂଳ ପର୍ଯ୍ୟନ୍ତ ନିରବତା ହିଁ ତାର ସ୍ଥିତିକୁ ଜାହିରି କରିଥିବା ବେଳେ ଅନ୍ୟ ପକ୍ଷେ ପହଲି ରଜରେ ପିଲା ଠାରୁ ବୟସ୍କ ମାନେ ବ୍ୟସ୍ଥ ଥିବା ବେଳେ ରବିବାର ସକାଳେ ହଠାତ ଗୁଳି ଫୁଟିବା ଘଟଣା ଚାଚଂଲ୍ୟ ଖେଳାଇ ଦେଇଛି । ଖୋର୍ଦ୍ଧା ଜିଲ୍ଲା ପୋଲିସ ଅଧିନ ସଦର ଥାନା ଅନ୍ତର୍ଗତ ଦଧିମାଛ ଗାଡିଆ ଗ୍ରାମର ବଡ ଶବର ସାହରେ ଏହି ଭଳି ଏକ ଅଭାବନିୟ ଘଟଣା ଘଟିଛି ।

ଦୁର୍ବୁତ ମାନେ ଗୁଳି କରି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ହେଲେ ଏହି ଗ୍ରାମର ଲାଲା ପ୍ରଧାନ (୩୫) । ବ୍ୟବସାୟୀକ ପୂର୍ବ ଶତ୍ରୁତାକୁ ନେଇ ଏହି ଭଳି ଏକ ଲୋମହର୍ଷଣକରୀ ଗୁଳିକାଣ୍ଡ ଘଟଣା ଘଟି ଥିବାର ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ସୁରାକ ପାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମୁତାବକ ଗୁଳିକାଣ୍ଡ ଘଟଣାରେ ୫ଜଣ ଯୁବକ ସମ୍ପୃକ୍ତ ଥିବାର ସୂଚନା ମିଳିଛି । ସୂଚନା ମୁତାବକ  ୫ଜଣ ଯୁବକ ପ୍ରଥମେ ସକାଳ ୭ରୁ ୮ଟା ସମୟ ମଧ୍ୟରେ ମୃତ  ବାଇକରେ ଆସି ବ୍ୟବସାୟକୁ ନେଇ ଲାଲା  ସହିତ ଗାଁ ଶେଷ ମୁଣ୍ଡେରେ ଥିବା ଖେଳ ପଡିଆ ନିକଟରେ ପାଟି ତୁଣ୍ଡ କରିଥିଲେ । ପରେ ସେମାନଙ୍କ ମଧ୍ୟରୁ ୨ଜଣ ଖୁବ ନିକଟରୁ ଗୁଳି ଚାଳନା କରି ଅତି ସହଜରେ ଘଟଣା ସ୍ଥଳରୁ ବାଇକ ଯୋଗେ ଦୁର୍ବୁତ ମାନେ ଚମ୍ପଟ ମାରିଥିଲେ ।

ଫଳରେ  ପେଟ ଏବଂ ମୁଣ୍ଡରେ ଗୁଳି ବାଜିବାରୁ  ଘଟଣା ସ୍ଥଳରେ ହିଁ ଲାଲାର ମୃତ୍ୟୁ ଘଟିଥିବାର ଜଣାପଡିଛି ।  ଗୁଳିକାଣ୍ଡ ଘଟାଇଥିବା ଦୁର୍ବତମାନେ ମାନେ ସେହି ସ୍ଥାନିୟ ଅଚଂଳର ବୋଲି ପ୍ରତ୍ୟକ୍ଷଦର୍ଶୀ ମାନେ ବୟାନ ଦେଇଛନ୍ତି । ଘଟଣା ସ୍ଥଳରୁ ଗୋଟିଏ ଜୀବନ୍ତ ଗୁଳି ଏବଂ ୫ଟି ଖୋକାକୁ ପୋଲିସ ଜବତ କରିଛି । ଖବର ପାଇ ଏସ.ପି ଅଜେୟ ପ୍ରତାପ ସ୍ୱାଇଁ  ,ଅତିକ୍ତ ଏସ.ପି ମାୟାଧର ସେଠୀ  ଏସ.ଡି.ପି.ଓ ସୁଶିଲ ମିଶ୍ର ,ସଦର ଥାନା ଏବଂ ଟାଉନ ଥାନା ଅଧିକାରୀ  ଘଟଣା ସ୍ଥଳରେ ପହଚିଂ ରକ୍ତ ଜୁଡୁବୁଡୁ ଅବସ୍ଥରେ ପଡିଥିବା ମୃତଦେହକୁ ଉଦ୍ଧାର କରିବା ସହିତ ସାଇଟିଂଫିକ ଟିମ ସହାୟତାରେ ଛାନଭିନ ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଲାଲାର ପୁତୁରା ଶ୍ରୀ ନିବାସ ନାୟକଙ୍କ ଅଭିଜୋଗ କ୍ରମେ କେସ ନଂ୧୦୪/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ଗୁଳିକାଣ୍ଡ ସମ୍ପର୍କରେ ଦୁଇ ଜଣକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି । ଖୁବ ଶୀଘ୍ର ଦୁର୍ବୁତ ମାନଙ୍କୁ ଧରାଯିବ ବୋଲି ଏସ.ଡି.ପି.ଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଅନ୍ୟ ପେକ୍ଷ ଏହି ଘଟଣାକୁ ନେଇ ଗ୍ରାମରେ ଚାପା ଉତେଜନା ଦେଖା ଦେଇ ଥିବାରୁ  ପରିସ୍ଥିତି ପ୍ରତି  ପୋଲିସ ତିକ୍ଷ୍ନ ଦୃଷ୍ଟି  ରଖିଛି ।  ମୃତକ ପରିବାରକୁ ସହାୟତା , ସୁରକ୍ଷା ଏବଂ ଗୁଳିକାଣ୍ଡ ଘଟାଇଥିବା ଦୁର୍ବୁତ ମାନଙ୍କୁ କଠୋରୁ କଠୋର ଦଣ୍ଡ ବିଧାନ କରିବାକୁ ଗ୍ରାମବାସି  ଦାବି କରିଛନ୍ତି ।(

Leave A Reply