Odisha news

ପିପିଲିରେ ଏବେ ଲୁଟେରାଙ୍କ ରାଜ :ଦିନଦ୍ୱିପ୍ରହରରେ ବୃଦ୍ଧଙ୍କର ଟଙ୍କାଭର୍ତି ବ୍ୟାଗ ଲୁଟ ଉଦ୍ୟମ , ତାପରେ ….

0

ପିପିଲି,୧୪/୯:ପିପିଲିରେ ଏବେ ଲୁଟେରାଙ୍କ ରାଜ ଚାଲିଛି । ଦିନଦ୍ୱିପ୍ରହରରେ ପୁଲିସକୁ ଲୁଟେରା ଚାଲେଂଜ କରୁଛନ୍ତି । ଆଜି ଦିନ ପ୍ରାୟ ୧୨ଟାରେ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରି ଲୁଟେରାମାନେ ଲୁଟ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ତରବୋଇସ୍ଥ ସୁନୀଲ ଟ୍ରେଡ଼ର୍ସର ମାଲିକ ଦାଶରଥି ସାମନ୍ତରାୟ(୭୨) ତାଙ୍କର ଜଣେ କର୍ମଚାରୀଙ୍କ ସହ ପିପିଲି ଇଣ୍ଡସଇଣ୍ଡ ବ୍ୟାଙ୍କ ଶାଖାକୁ ୭ଲକ୍ଷ ୩୧ହଜାର ଟଙ୍କା ଜମା ଦେବାକୁ ଏକ ବାଇକରେ ଆସିଥିଲେ । ଶ୍ରୀ ସାମନ୍ତରାୟ ଟଙ୍କା ଭର୍ତି ବ୍ୟାଗ ଧରି ବ୍ୟାଙ୍କ ଭିତରେ ପଶିବା ପୂର୍ବରୁ ଜଣେ ଲୁଟେରା ତାଙ୍କୁ ବ୍ୟାଙ୍କ ବରାଣ୍ଡାରୁ ଟାଣି ଆଣି ବ୍ୟାଗ ଛଡ଼ାଇବାରେ ଶ୍ରୀ ସାମନ୍ତରାୟ ତଳେ ପଡ଼ିଯାଇଥିଲେ ।

ତାସତ୍ୱେ ଲୁଟେରା ଜଣଙ୍କ ତାଙ୍କୁ ତଳେ ଘୋଷଡ଼ା ଘୋଷଡ଼ି କରି ଟଙ୍କା ବ୍ୟାଗକୁ ଛଡ଼ାଇବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଶ୍ରୀ ସାମନ୍ତରାୟ ଟଙ୍କା ଭର୍ତି ବ୍ୟାଗଟିକୁ ଛାଡ଼ିନଥିଲେ । ଶ୍ରୀ ସାମନ୍ତରାୟ ତଳେ ପଡ଼ିଯାଇଥିବା ଏବଂ ତାଙ୍କୁ ଟଣା ଓଟରା କରୁଥିବା, ସମ୍ନାରେ ଥିବା ଦୋକାନୀ ମାନସ ଦୀକ୍ଷିତ ଦେଖି ଚିକôାର କରି ଲୁଟେରାକୁ ଗୋଡ଼ାଇବାରୁ ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ଲୁଟେରା ଜଣକ ଏକ ଆପାଚି ବାଇକରେ ସାଥି ଲୁଟେରାକୁ ବସାଇ ଦୃତ ଗତିରେ ଦାଣ୍ଡମୁକୁନ୍ଦପୁର ରାସ୍ତା ଅଭିମୁଖେ ଚାଲିଯାଇଥିଲେ । ଖବରପାଇ ପିପିଲି ଥାନା ଏସଆଇ ସନ୍ଦୀପ ଦାସ, ଏଏସଆଇ ରବି ନାୟକ ପ୍ରମୁଖ ଉକ୍ତ ବ୍ୟାଙ୍କକୁ ଯାଇ ସିସିଟିଭି ଯାଂଚ କରିବା ସହ ତଦନ୍ତ କରି ଫେରିଛନ୍ତି । ଶ୍ରୀ ସାମନ୍ତରାୟଙ୍କ ସହ ଥିବା ତାଙ୍କର କର୍ମଚାରୀ ବାପିନା ରାଉତରାୟ(୨୪)ଙ୍କୁ ପୁଲିସ ଥାନାକୁ ନେଇ ଅଟକ ରଖି ପଚରା ଉଚୁରା କରୁଛି । ଏ ସମ୍ପର୍କରେ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ।

Leave A Reply