Odisha news

ଯେମିତି ଦୃଷ୍ଟି ସେମିତି ସୃଷ୍ଟି

0

( ମୋହନ ଚରଣ ବିଷି,ଅଧ୍ୟାପକ) : ସମସ୍ତଙ୍କ ଦୃଷ୍ଟି ସମାନ ନୁହଁ।ଯେ କୈଣସି ବିଷୟରେ ସମୀକ୍ଷା କଳାବେଳେ ସମସ୍ତ ଙ୍କ ମତାମତ ସମାନ ହୋଇନଥାଏ।ବର୍ଷା ହେଲେ ଚଷା ହସିଥାଏ।ନଈ କୂଳିଆ ଛାତିରେ ଛନକା ପଶିଥାଏ।କବି କବିତା ଲେଖେ।ଭୋକିଲା ପେଟରେ ଜୁଇ।ମତୁଆଲା ଶ୍ରାବଣୀ ରେ ପ୍ରେମିକା ର ମନ ଉଚ୍ଛନ୍ନ।ପୁରୀବେଳା ଭୂମିରେ ପ୍ରାୟ ଚାଳିଶ ବର୍ଷର ଜଣେ ପୁରୁଷ ଓ ପନ୍ଦର ବର୍ଷର ଜଣେ ଝିଅ କୁ ନେଇ ଚର୍ଚ୍ଚା।ଦୂରପାହାଡ ସୁନ୍ଦର ପରି ସମସ୍ତେ ନିଜ ଦୃଷ୍ଟି ଭଂଗିରେ ନିରିକ୍ଷଣ କରୁଥିଲେ।ସେମାନଙ୍କ ଯେମିତି ଭାବରେ ଏକତ୍ରୀତ ସ୍ନାନ, ଭ୍ରମଣ,ଭାବ ଭଂଗି ଦେଖି ଯେକେହି କହିବ ସେମାନ ଏକ ପ୍ରେମି ଯୁଗଳ।କିନ୍ତୁ ଯେତେବେଳେ ଜଣିବାକୁ ପାଇଲେ ସେମାନେ ଦୁହେଁ ବାପା ଝିଅ ସମସ୍ତ ଙ୍କ ମୁଣ୍ଡ ତଳକୁ ହେଇଗଲା।ଜଣଙ୍କ ବିଷୟରେ ସଠିକ ନଜାଣି ମନ୍ତବ୍ୟ ଦେବା ଅନୁଚିତ ସମସ୍ତେ ମର୍ମେ ମର୍ମେ ଅନୁଭବ କଲେ।ସଧାରଣତଃ ଘଟଣା ଟିଏ ପ୍ରଘଟ ହେଲେ ସମସ୍ତେ ବା ବା ହେଇଯାଆନ୍ତି।ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଥାନ୍ତି।

ସତକଥାକୁ ସହଜରେ ଗ୍ରହଣ କରନ୍ତି ନାହିଁ।ସେ କରୋନା ମହାମାରୀ କଥାହେଉକି କଂଗନା କଥା।ସୁଶାନ୍ତ କଥା ହେଉ ଅବା ସାଂସଦ ଅନୁଭବର କଥା।କହିବା ଲୋକେ କହିବେ ହିଁ କହିବେ।ସାମାଜିକ ଗଣମାଧ୍ୟମ ରେ ଛାଇଯାଏ ଖବର।ଯିଏ ଯେମିତି ପାରିଲା କହିଲା।କିଏ କା ପାଟିକୁ ଧରିଛି କି କିଏ କାହାତକୁ ଧରିଛି।ଏ ସଂପର୍କରେ କାଳୀକୃଷ୍ଣ ସଂଘ ପ୍ରତିଷ୍ଠାତା ଶ୍ରୀ ସତ୍ୟାନନ୍ଦ ସରସ୍ୱତୀ ମହାରାଜ କହନ୍ତି। “ଜାକି ରହି ଭାବନା ଜୈସି,ପ୍ରଭୂ ମୁରତ ତିନି ଦେଖା ତୈସି”। ଯୁଧିଷ୍ଠିର ସ୍ବର୍ଗାରୋହଣ ସମୟରେ ଶ୍ବାନ ମଧ୍ୟରେ ଧର୍ମ ଦର୍ଶନ କରି, ସମତା ହାସଲ କରିଥିଲେ।ମୋଚି ଶାଳଗ୍ରାମ ଶିଳା ଉପରେ ରଖି ଯୋତା ତିଆରି କରିବା ବେଳେ ଗୀତଗୋବିନ୍ଦ ଗାନକରି ପରମପଦ ପାଇଥିଲା।

ବାଲ୍ମୀକି ପ୍ରଥମ ଜୀବନରେ ଚୋରଥାଇ ମଧ୍ୟ ନାରଦଙ୍କ ଦୟାରୁ ରାମାୟଣ ଲେଖି ପାରିଥିଲେ।ସିଂହ ବାହିନୀ ଦୁର୍ଗା ଓ ବ୍ୟାଘ୍ର ବାହିନୀ ସର୍ବମଙ୍ଗଳା ଦୁଷ୍ଟ ଦଳନ ପାଇଁ ଆତ୍ମପ୍ରୟୋଗ କରିଥିଲେ।କାମାତୁର ଯାବଳିକ ମଧ୍ୟ ଶିବ ଦର୍ଶନ ପାଇଥିଲା।ଜୀବହତ୍ୟାକାରୀ ଶବର ଶେଷ ଶିବରାତ୍ରି ଦିନ ଉଜାଗର ରହି ପୂର୍ଣତା ହାସଲ କରିଥିଲେ।ଗୁରୁଭକ୍ତ ଆରୁଣୀ ନିଜଗୁରୁଙ୍କ ନିର୍ଦ୍ଦେଶରେ ଗାଇ ଚରାଇବାକୁ ଯାଇ ଶେଷରେ ନଦୀବନ୍ଧ ମୁହାଣରେ ଶୋଇଯାଇଥିଲା।ଅନେକ ଗୁରୁଭକ୍ତ ନିଜ ଗୁରୁ ବଚନରେ ପ୍ରାଣମଧ୍ୟ ଉତ୍ସର୍ଗ କରି ପୂର୍ଣତା ହାସଲ କରିଥିଲେ।ଚେଷ୍ଟା କଲେ ପିମ୍ପୁଡା ମଧ୍ୟ ରୁଖା ରେ ଚଢିପାରେ।ମଶାମାଛିର ଜୀବନରେ ମଧ୍ୟ ଆତ୍ମନାରାୟଣ ବିଦ୍ୟବାନ।ଭଗବାନ ଶ୍ରୀକୃଷ୍ଣ କାମ,କ୍ରୋଧ୍,ଲୋଭ,ଶୋକ ଏବଂ ମାୟାରୁପୀ ସର୍ପ ଉପରେ ନୃତ୍ୟ କରି ସମସ୍ୟା ସମାଧାନ କରିଥିଲେ। ରାକ୍ଷସ କୂଳରେ ଜନ୍ମ ହୋଇମଧ୍ୟ ବିଭୀଷଣ ଶ୍ରୀରାମ ଚନ୍ଦ୍ର ଙ୍କ ପରମଭକ୍ତ ହୋଇ ପାରିଥିଲେ।ତୁଳସୀ ଦାସଙ୍କ ଦୟାରୁ ବୃକ୍ଷ ଉପରେ ଥିବା ଭୂତ ମଧ୍ୟ ମୁକ୍ତି ପାଇଥିଲା।

ହନୁମାନ ଜୀ କପିହୋଇ ମଧ୍ୟ ଶ୍ରୀରାମ ସୀତାଙ୍କୁ ହୃଦୟରେ ଧାରଣ କରିଥିଲେ।ଅସୁର ଦଳନ ପାଇଁ ଭଗବାନ ଦଶବତାର ହୋଇଥିଲା। ଯୁଗେ ଯୁଗେ ପରମାତ୍ମା ଙ୍କ ପରମସତ୍ତା ସର୍ବତ୍ର ଉପଲବ୍ଧି ହୁଏ।ପ୍ରତି ଯୁଗେ ସାଧୁ,ସନ୍ଥ,ଋଷି, ମୁନି ଏବଂ ପରୋପକାରୀ ମାନେ ଦଣ୍ଡିତ, ଲାଞ୍ଚିତ,ଅପମାନିତ, ନିନ୍ଦିତ ଏବଂ ନିର୍ଯାତୀତ।ମୃତ୍ୟୁ ପଥର ଯାତ୍ରୀ ହୋଇମଧ୍ୟ ମହାପୁରୁଷମାନେ ନିଜଅନ୍ତରର ଦୁଃଖ କୁ ଲୁଚାଇ ପର ଅନ୍ତରର ଦୁଃଖ ର ଅନୁସନ୍ଧାନ କରି ନିଜ ଅଧରରେ କ୍ରନ୍ଦନ ଏବଂ ନିଜ ଆଖିର ଲୁହକୁ ଦବାଇ ପର ଓଠରେ ହସଫୁଟାଇ ପର ଆଖିର ଲୁହଟିକୁ ପୋଛି ଦିଅନ୍ତି।ଶୃଙ୍ଖଳା, ନୀତି, ନିୟମ,କୁଳଧର୍ମ ଏବଂ କୂଳାଚାର ସତପଥର ଯାତ୍ରା ଏବଂ ପରୋପକାର ହୁଏ  ଅନାଚାର,ଠକାମି, ଭଣ୍ଡାମି,ମିଥ୍ୟା ଛଳନାଦି ଅନେକ ବିଶ୍ଳେଷଣ।ଲୋଭାଦି ଅସତ୍କର୍ମ ଶୁଭ୍ର ସ୍ୱଚ୍ଛ ବସ୍ତ୍ର ଓ ଭାଷଣାଦିରେ ଚପଲତା ହୁଏ ସଚ୍ଚା ଉପସନା।” ପଣ୍ଡିତନାଂ ମତିଭ୍ରମ,ଶିକ୍ଷକନାଂ ଚପଳତା” ବାଣିହି ସତ୍ୟରେ ପରିଣତ ହୁଏ।ଏହିତ ସଂସାର ଓ ଜୀବନ ଚକ୍ର।ଜୀବନରେ ଆସେ ଅନେକ ଅଧାଂର ଏବଂ  ଆଲୋକ ।

ଝଡ ଝଂଜାଦିର ଘନଘଟା।ଦୁଃଖ ନଥିଲେ ସୁଖନାହିଁ।ଅନ୍ଧାର ନଥିଲେ ଆଲୋକ ନାହିଁ।ଧଳାନଥିଲେ କଳା ନାହିଁ। ଜଗତର ପ୍ରଥମ ରୂପହିଁ କଳା।କଳାରୁ କୃଷ୍ଣ ,କାଳୀ ଓ ଜଗନ୍ନାଥ।ଶ୍ୟାମଳ ବର୍ଣ୍ଣ କୁ ଗ୍ରହଣକରିଛନ୍ତି ଆଦିଦେବ।ପ୍ରତି ଅବତାର ର ବର୍ଣ୍ଣ ଶ୍ୟାମଳ (କଳା) ସୃଷ୍ଟି ଆଦ୍ୟପରିଚୟକୁ ଗ୍ରହଣ କରିଛନ୍ତି ମାଁ କାଳୀ ଓ ପ୍ରଭୂ ଶ୍ରୀକୃଷ୍ଣ।ଘନକୃଷ୍ଣ ଆକାଶ ରେ ଚନ୍ଦ୍ର, ସୂର୍ଯ୍ୟ, ତାରା ଶୋଭିତ।ଚକ୍ଷୁର ତାରକା କଳା,ଏପରି ସୃଷ୍ଟିର ଯାହା ପ୍ରଥମ ଋପ ସେହି ସମସ୍ତ କଳା।

ଏହି କଳା ହିଁତ ଅନନ୍ତ ଜୀବନ।ଅନ୍ତରର ପୂର୍ଣ୍ଣତା,ଗଭୀର ଜ୍ଞାନ ର ସୋପାନ ଏବଂ ପୂର୍ଣାନନ୍ଦ। ଏଣୁ ଗୁରୁ ଗୋବିନ୍ଦ ଙ୍କୁ ଏକ ଦୃଷ୍ଟି, ଏକ ଜ୍ଞାନ, ଏକ ଭାବନା, କାୟମନ ଏବଂ ବାକ୍ୟରେ ଏକତ୍ୱ ଭାବନା,ଏକ ବିଚାର, ଦୃଢତା,ଆତ୍ମବିଶ୍ବାସ, ନିର୍ଦ୍ଦେଶ ପାଳନ,ଗୁରୁମାର୍ଗୀ ହେବା ହିଁ ଗୋବିନ୍ଦ ଙ୍କ ଉପଲବ୍ଧି। ଗୁରୁଙ୍କ ଠାରେ ଗୋବିନ୍ଦ ଦର୍ଶନ ତ ପୂର୍ଣିତା।ଗୁରୁ ନାମର ରକ୍ଷା, ପ୍ରଚାର କରିବା, ପ୍ରତିଷ୍ଠା ରକ୍ଷା,ସର୍ବତ୍ର ପ୍ରଶଂସା କରିବା କରାଇବା ଦ୍ୱାରା ଆତ୍ମ ସୁଖଲାଭ କରିବାହିଁତ ସତ୍ୟ ସୁଖ ର ସନ୍ଧାନ ଅଟେ।ତେଣୁ ମନୁଷ୍ୟ ଜୀବନକୁ ଅନ୍ୱେଷଣ,ନିରିକ୍ଷଣ କରିବା ଯେତିକି ସହଜ ମନେହୁଏ ଅଦ୍ୟପି ଜଟିଳ ଅଟେ।କୌଣସି ମନ୍ତବ୍ୟ ଦେବାପୂର୍ବରୁ ବାରମ୍ବାର ଚିନ୍ତା କରିବା।ସଠିକ ଓ ଉଚିତ ବୋଧ ହେଲେ ହିଁ ଲେଖିବା ଅବା କହିବା।ଏମିତି କିଛି କରିବା ନାହିଁ,ପରେ ପଶ୍ଚାତାପ ଓ ଅନୁତାପ କରିବାକୁ ହେବ।ତାଙ୍କର କୁଶ ପୁତ୍ତୁଲିକା ଦାହ ଠାରୁ କେତେ ବିରୋଧ ର ସମ୍ମୁଖୀନ ହୁଅନ୍ତି। ପରେ ନିଜ ମନ୍ତବ୍ୟ କୁ ଫେରେଇ ନିଅନ୍ତି।କେତେ ଲାଜର କଥା ଏ।ଆଜିକାଲି ତ ପାଦେ ପାଦେ ସତର୍କତା ସହ ଚାଲିବାକୁ ପଡୁଛି।ସୁଧିଜନେ ଆମର ଦୃଷ୍ଟି ରେ ସରଳତା,ସମନତା ରହୁ।ଆମେ ଅଧିକ ଦୂରତ୍ୱ ରେ କଥାକୁ ଦେହକୁ ନନେଉ।

ଆମେ ସେହି ଲୋକର ଅଜାଣତରେ ବେଶୀ ଘାଣ୍ଟି ଚକଟି ହେଉ।ଘରେ ଦାଣ୍ଡରେ,ଚା ଖଟିରେ ବେଦମ ଚର୍ଚ୍ଚା କରୁ।ଆମ ଭିତରେ ରୁଷା ଫୁଲାହେଉ।ମାନ ଅଭିମାନ କରୁ।ଅବଶ୍ୟ ନିଦ୍ଧିଷ୍ଟ ବ୍ୟକ୍ତି ଆମ ଠାରୁ ବହୁଦୂରେ,ସେ କିଏ ଆମେ କିଏ ତଥାପି ଆମ ଦୃଷ୍ଟିରୁ ସେ ବାଦପଡେନି।

ଆମେ ତାଙ୍କ ବିଷୟରେ ହେଲା ନହେଲା କେତେ ଗପୁ ନହେଲେ ଆମ ଖାଦ୍ୟ ହଜମ ହୁଏ ନାହିଁ।ଆମ ଦୃଷ୍ଟି ପିଚୁ ରାସ୍ତା ଉପରେ ପାଣିର ଭ୍ରମ ସୃଷ୍ଟି କଲାପରି।ଆମ ଦୃଷ୍ଟିରେ ଯେମିତି ଦୃଶ୍ୟ ହୁଏ,ମନରେ ଯେମିତି ଭାବନା ସୃଷ୍ଟି ହୁଏ। ପ୍ରକୃତରେ ଏ ମଣିଷ, ସମାଜ, ଦେଶ ସେମିତି କଣ ହୋଇଥାଏ ? ବିଶ୍ବାସର ଆଖି ଅନେକ ସମୟରେ ଧୋଖା ଖାଏ। ସମର୍ପଣ ଭାବନାରେ ସଂଚରି ଯାଏ କୋହ ଓ ମୋହ।ସେତେବେଳେ ସ୍ୱପ୍ନ ଦୃଷ୍ଟି ରେ ବାସ୍ତବତା ଆଖି ଖୋଲିଦିଏ।କରୁଣାସିନ୍ଧୁ ଙ୍କ କରୁଣା  ଦୃଷ୍ଟିରେ କାହା ଅମାର ଭରିଯାଏ।ତାଙ୍କ କୃପାଦୃଷ୍ଟିରେ ମୋହଚ୍ଛନ୍ନ ଜୀବନ ଉନ୍ନୁକ୍ତ ଆକାଶ ର ମୁକ୍ତ ବିହଗଂ ତ ବକ୍ରଦୃଷ୍ଟିରେ ନିମିଷ ମାତ୍ରକେ ଭୁଷିଡି ଯାଏ ଐଶ୍ୱର୍ଯ୍ୟ ର ସାମ୍ରାଜ୍ୟ।ନିଜର ଦୃଷ୍ଟି କୁ ଲୋଲୁପ,ହିଂସ୍ର,ଅସହ୍ୟ କଲେ ସୃଷ୍ଟି ଅଳିକ,ତୁଚ୍ଛ,ବିତୁଷ୍ଣ ମନେହେବ। ଦୃଷ୍ଟି କୁ  କମନୀୟ, ନମନୀୟ କରିବା ସହିତ ଦୃଷ୍ଟିଭଂଗି ରେ ସୁନ୍ଦରତା, ବିଶାଳତାକୁ ଦର୍ଶନ କରି ତୃପ୍ତ ଅନୁଭବ କରିବା ତେବେ ଯାଇ ସାରା ସୃଷ୍ଟି ନିଜର ନିଜର ଲାଗିବ।ସୃଷ୍ଟି ଓ ସ୍ରଷ୍ଟାର ମହନୀୟତା ଅନୁଭବ କରିହେବ।

 

 

 

Leave A Reply