Odisha news

ପାଠପଢା ଚୂଲିକି ଯାଉ: ଲୁଟ୍ ପାଟ୍ ଜାରି ରହୁ , ଚାରି ଗିରଫ , ୧୧ ବାଇକ୍ ଜବତ , ଲୁଟେରା ଦୁଇ ଇଞ୍ଜିନିୟରିଂ ଛାତ୍ର

0

ସ୍ପିଡ୍‌ ବାଇକ୍‌ରେ ବଲିଉଡ୍‌ ଷ୍ଟାଇଲ୍‌ରେ କରୁଥିଲେ ଲୁଟ୍‌୍‌ପାଟ । ଖାଲି ସେତିକି ନୁହେଁ, ଜାତୀୟ ରାଜପଥ ପଥରେ ଯାଉଥିବା ପଥଚାରି ହୁଅନ୍ତି କି ଟ୍ରକ କାହାକୁ ଏହି ଗ୍ୟାଙ୍ଗ୍‌ ଛାଡୁନଥିଲେ । ଯାହାକୁ ପାରିଲେ ଆକ୍ରମଣ କରି ଲୁଟ୍‌ପାଟ କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିଲା ଏହି ଗ୍ୟାଙ୍ଗ୍‌ । ଏହି ଗ୍ୟାଙ୍ଗ୍‌ ଖାଲି ରାଜଧାନୀରେ ଲୁଟ୍‌ପାଟ କରୁନଥିଲେ ଅନ୍ୟ ଜିଲ୍ଲାରେ ମଧ୍ୟ ଲୁଟ୍‌ପାଟ କରି ଆତଙ୍କ ସୃଷ୍ଟି କରିଥିଲେ । ଏହି ପେଶାଦାର ଗ୍ୟାଙ୍ଗ୍‌କୁ ଧରିବା ପାଇଁ ନୂଆ ଡିସିପି ଉମାଶଙ୍କର ଦାସ ସ୍ପେଶାଲ ସ୍କ୍ୱାଡକୁ ଦାୟିତ୍ୱ ଦେଇଥିଲେ । ସ୍ପେଶାଲ ସ୍କ୍ୱାଡଟିମ୍‌ ଓ ବାଲିଅନ୍ତା ଥାନା ପୁଲିସ ଅପରାଧୀଗ୍ୟାଙ୍ଗ୍‌କୁ ଧରିବା ପାଇଁ ବ୍ଲୁପି୍ରଣ୍ଟ ପ୍ରସ୍ତୁତ କରିଥିଲେ ।

ଏହି ଆନ୍ତଃରାଜ୍ୟ ରେକର୍ଡର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୁଲିସ । ୪ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି ସ୍ପେଶାଲ ସ୍କ୍ୱାଡ ଓ ବାଲିଅନ୍ତା ଥାନା ପୁଲିସ । ଗିରଫ ଲୁଟେରାମାନେ ହେଲେ କଟକ ବାଙ୍କିର ସୁଶାନ୍ତ ପାତ୍ର ଓରଫ ବଣ୍ଟି, ବାଙ୍କିର ବିଜୁ ପାତ୍ର, ବାଙ୍କି କଟକର ସାହିଲ ଜାନି ଏବଂ ଢ଼େଙ୍କାନାଳର ପୃଥ୍ୱୀରାଜ ପ୍ରଧାନ । ଗିରଫ ଅଭିଯୁକ୍ତମାନଙ୍କଠାରୁ ପୁଲିସ ୧୧ଟି ବାଇକ୍‌, ଦୁଇଟି ମୋବାଇଲ ଫୋନ୍‌ ଓ ଗୋଟିଏ ହାଇୱା ଟ୍ରକକୁ ଜବତ କରିଛି । ଗିରଫ ଛାତ୍ରମାନଙ୍କ ନାମରେ ଯାଜପୁର,ପୁରୀ ,ଗଞ୍ଜାମ, ଅନୁଗୋଳ,ଖୋର୍ଦ୍ଧା, ଢ଼େଙ୍କାନାଳ ସମେତ ଅନେକ ଥାନାରେ ୧୦ ରୁ ଅଧିକ ଅପରାଧୀକ ମାମଲା ରହିଛି ।

ସୂଚନାଯୋଗ୍ୟ ଯେ, କଟକ ବାଙ୍କିର ବଣ୍ଟି ଓ ସାହିଲ ଦୁହେଁ ଡିପ୍ଲୋମା ଇଞ୍ଜନିୟର ଛାତ୍ର । ଅଧାରୁ ପାଠ ଛାଡି ଅପରାଧ କରିବାକୁ ମନ ବଳାଇ ବାଇକ ଲୁଟ୍‌ ଆରମ୍ଭ କରିଥିଲେ । ବିଭିନ୍ନ ସ୍ଥାନରେ ଥିବା ବାଇକକୁ ଅତି ଚତୁରତାର ସହ ନେଇ ପଳାଉଥିଲେ ଦୁଇ ସାଙ୍ଗ । ଖାଲି ସେତିକି ନୁହେଁ, ହାଇୱା,ଟ୍ରକକୁ ମଧ୍ୟ ହାଇଜାକ କରି ନେଇଯିବା ସହ ବିଭିନ୍ନ ସ୍ଥାନରେ ବିକି୍ର କରିଥିବା ଭଳି ଅନେକ ଅପରାଧୀକ ମାମଲା ଦୁଇ ସାଙ୍ଗଙ୍କ ନାମରେ ଥିଲା । ବଣ୍ଟି ଓ ସାହିଲ କଟକ ସମେତ ଭୁବନେଶ୍ୱର ମଧ୍ୟ ସେମାନଙ୍କ ଅପରାଧ ଘଟାଇ ଚାଲିଥିଲା । ରାଜଧାନୀରୁ ହାଇୱା ଲୁଟ୍‌ପାଟ କରିବା ସହ ଅନେକ ବାଇକ୍‌କୁ ଚୋରି କରି କଟକ, ବାଙ୍କି ଆଦି ଅଞ୍ଚଳରେ ଦୁହେଁ ବିକି୍ର କରିଥିଲେ । ଚୋରି ବାଇକକୁ ଦୁଇ ସାଙ୍ଗ ୫ ରୁ ୧୦ ହଜାର ଟଙ୍କା ବିକ୍ରି କରୁଥିଲେ ।

ଏହି ଗ୍ୟାଙ୍ଗ୍‌ ବାଲିଅନ୍ତା ଥାନା ଅଞ୍ଚଳ କିଛି ବାଇକ ଲୁଟ୍‌ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଫୁଟେଜ୍‌ରୁ ଦୁଇ ଜଣଙ୍କ କମିଶନରେଟ୍‌ ପୁଲିସ ଚିହ୍ନଟ କରିବା ସହ ଏମାନଙ୍କୁ ଧରିବା ପାଇଁ ପ୍ରାଣମୂଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ଅପରାଧୀଙ୍କ ଟେର ପାଇପାରିନଥିଲେ । ଡିସିପି ଉମାଶଙ୍କର ଦାସଙ୍କ ନିଦେ୍ର୍ଦଶକ୍ରମେ ସ୍ପେଶାଲ ସ୍କ୍ୱାଡ ଓ ବାଲିଅନ୍ତା ଥାନା ପୁଲିସ ମିଳିତ ଭାବେ କଟକ ବାଙ୍କି ଅଞ୍ଚଳରେ ଚଢ଼ଉ କରି ବଣ୍ଟି ଓ ସାହିଲକୁ ଧରିବାରେ ସଫଳ ହୋଇଥିଲେ ।

ପରେ ଦୁହିଁଙ୍କୁ ଜେରା କରିବା ପରେ ସେମାନେ ବିଜୁ ପାତ୍ର ଓ ପୃଥ୍ୱୀରାଜଙ୍କୁ ବାଇକ ବିକି୍ର କରିଥିବା । ଚୋରି ବାଇକ କିଣିବା ଅଭିଯୋଗରେ କମିଶନରେଟ୍‌ ପୁଲିସ ଦୁଇ ଛାତ୍ରଙ୍କ ସମେତ ଦୁଇ ରିସିଭରଙ୍କୁ ମଧ୍ୟ ଗିରଫ କରିଛି । ୪ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତଙ୍କୁ ଝାରପଡା ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ପୁଲିସ ୧୧ଟି ବାଇକ, ମୋବାଇଲ ଏବଂ ହାଇୱା ଜବତ କରିଛି ।

Leave A Reply