ରାଜଧାନୀ ଭୁବନେଶ୍ୱରରେ ସରକାରୀ ନିୟମର ଉଲ୍ଲଘଂନ କରି ବହୁ ଦୋକାନୀ ଅଫ୍ଲାଇନ୍ରେ ଖୁଲମ୍ଖୁଲା ମଦ ବିକ୍ରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମଦ ବିକ୍ରି ବନ୍ଦ କଲା
ଭୁବନେଶ୍ୱର: ରାଜ୍ୟରେ ଅନ୍ଲାଇନ୍ରେ ମଦ ବିକ୍ରି ନେଇ ସରକାର ଅନୁମତି ଦେଇଛନ୍ତି। ହେଲେ ରାଜଧାନୀ ଭୁବନେଶ୍ୱରରେ ସରକାରୀ ନିୟମର ଉଲ୍ଲଘଂନ କରି ବହୁ ଦୋକାନୀ ଅଫ୍ଲାଇନ୍ରେ ଖୁଲମ୍ଖୁଲା ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି। କାଉଣ୍ଟର ଅଳ୍ପ ଖୋଲି ଦୋକାନୀମାନେ ବେଆଇନ୍ ଭାବେ ମଦ ବିକ୍ରି କରୁଥିବା ନଜର ଆସିଛି।
ଗୋଟିଏପଟେ ଦୋକାନୀମାନେ ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରି ଅଫ୍ଲାଇନ୍ରେ ମଦ ବିକ୍ରି କରୁଥିବାବେଳେ, ଅନ୍ୟପଟେ ଲୋକମାନେ ବି କରୋନା କଟକଣାକୁ ନ ମାନି ମଦ ପାଇଁ ଦୋକାନ ଆଗରେ ଭିଡ଼ ଜମାଇଛନ୍ତି।
ଭୁବନେଶ୍ୱରର ବାପୁଜୀ ନଗର ଅଞ୍ଚଳରେ ମଦ କିଣିବାକୁ ଲୋକମାନେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା। ଏପରିକି ଲୋକମାନେ ସାମାଜିକ ଦୂରତା ବି ଭୁଲି ଯାଇଥିଲେ। ସେହିପରି ବୁଦ୍ଧନଗରରେ ମଧ୍ୟ ବେଆଇନ୍ ଭାବେ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ବାରଣ ସତ୍ତ୍ୱେ ବାପୁଜୀନଗରରେ ଅଫ୍ଲାଇନ୍ରେ ହେଉଥିଲା ଖୁଲମ୍ଖୁଲା ମଦ ବିକ୍ରି, ପୁଲିସ ଘଟଣାସ୍ଥଳରେ ପହଞ୍ଚି ମଦ ବିକ୍ରି ବନ୍ଦ କଲା, ଏହାସହ ମଦ ପାଇଁ ଭିଡ଼ ଜମାଇଥିବା ଲୋକଙ୍କ ଗାଡ଼ି ସିଜ୍ କଲା