ଦେବଗଡ଼:ଆଜି ଚିହ୍ନଟ ହୋଇଥିବା ୧୦୩ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଦେବଗଡରୁ ସର୍ବାଧିକ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସିଡିଏମଓ ସୂଚନା ଦେଇଛନ୍ତି। ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ସୋଢ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଆଶାକର୍ମୀ ଓ ଶିକ୍ଷକଙ୍କ ନମୁନାରେ କୋଭିଡ-୧୯ ଭୁତାଣୁ ବାହାରିଛି। ଏହାପରେ ଦୁହିଁଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଯାଜପୁରର ଜଣେ ଆକ୍ରାନ୍ତ ସୁରତ ଫେରନ୍ତା, କୋରାପୁଟର ୬ ଆକ୍ରାନ୍ତ ଆନ୍ଧ୍ର ଫେରନ୍ତା, ଗଞ୍ଜାମର ୪ ଆକ୍ରାନ୍ତ ମଧ୍ୟରୁ ୨ ସୁରତ ଫେରନ୍ତା, ୨ ଜଣ ସ୍ଥାନୀୟ ଅଞ୍ଚଳର । ସେହିପରି ଭଦ୍ରକର୮ ଆକ୍ରାନ୍ତଙ୍କ ମଧ୍ୟରୁ ୪ ପଶ୍ଚିମବଙ୍ଗ, ୨ ଗୁଜୁରାଟ, ଜଣେ ତେଲେଙ୍ଗାନା ଓ ଅନ୍ୟ ଜଣେ ଆନ୍ଧ୍ର ପ୍ରଦେଶ ଫେରନ୍ତା । ବଲାଙ୍ଗିରର ୮ ଆକ୍ରାନ୍ତଙ୍କ ମଧ୍ୟରୁ ୫ ମହାରାଷ୍ଟ୍ର, ୨ ଗୁଜରାଟ ଓ ଜଣେ ଛତିଶଗଡ଼ ଫେରନ୍ତା ।ଢେଙ୍କାନାଳର ଜଣେ ଆକ୍ରାନ୍ତ ଛତିଶଗଡ ଫେରନ୍ତା ରହିଥିବା ବେଳେ ଜଗତସିଂହପୁରର ୮ ଜଣ ପଶ୍ଚିମବଙ୍ଗ ଓ ୨ ଜଣ ତାମିଲନାଡୁ ଫେରନ୍ତା । କନ୍ଧମାଳର ଜଣେ ସୁରତ ଫେରନ୍ତା । ସେହିପରି ମୟୂରଭଞ୍ଜର ଜଣେ ଆକ୍ରାନ୍ତ ଆନ୍ଧ୍ର ଫେରନ୍ତା, ଗଜପତିର ୬ଜଣ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା । ବାଲେଶ୍ୱରର ୩ଜଣ ତାମିଲନାଡୁ, ଜଣେ ପଶ୍ଚିମବଙ୍ଗ ଓ ଅନ୍ୟ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି।