ଆଇଆଇଏଫ୍ଏଲ୍ େୱଲ୍ଥ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୦ରେ ଅନେକ ଭାରତୀୟ ଶିଳ୍ପପତିଙ୍କୁ ସ୍ଥାନ ମିଳିଛି । ସେଥିମଧ୍ୟରୁ ଜଣଙ୍କ ନାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏଥର ସୋନାଲିକା ଟ୍ରାକଫର କମ୍ପାନୀ ମାଲିକ ଲକ୍ଷଣ ଦାସ ମିତ୍ତଲଙ୍କ ନାମ ସୂଚୀରେ ରହିଛି । ସେ ୧୬୪ ନମ୍ବରରେ ଅଛନ୍ତି । ୮୯ ବର୍ଷୀୟ ଲକ୍ଷଣ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଛନ୍ତି । ପଞ୍ଜାବର ହୋଶିଆରପୁରରେ ରହୁଥିବା ଲକ୍ଷଣ ୧୯୬୨ରୁ ଥ୍ରେସର୍ ବନାଇବା ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଏଲ୍ଆଇସି ଏଜେଣ୍ଟ ଥିଲେ । ବର୍ତ୍ତମାନ ସମୟରେ ସୋନାଲିକା ଗ୍ରୁପ୍ ତୃତୀୟ ବଡ଼ ଟ୍ରାକଫର ନିର୍ମାତା କମ୍ପାନୀ । ଏହି ତାଲିକାରେ ୧୦୦୦ କୋଟିରୁ ଅଧିକ ସମ୍ପତ୍ତି ଥିବା ଭାରତୀୟ ଧନୀଙ୍କୁ ସ୍ଥାନ ମିଳିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୀର୍ଷରେ ଅଛନ୍ତି ।