Odisha news

ଚିଠି ପହଞ୍ଚିବାକୁ ଲାଗିଲା ୧୦୦ ବର୍ଷ , କଣ ରହିଛି ଏହା ପଛର ରହସ୍ୟ

0
ଟିକିଏ ଭାବି ଦେଖିଲେ ଆଜିର ମୋବାଇଲ୍ ଯୁଗରେ ଆପଣଙ୍କ ଘରେ ଗୋଟିଏ ଚିଠି ପହଞ୍ଚିବ ତାହା ପୁଣି ୧୦୦ ବର୍ଷ ପୁରୁଣା , ସେତେବେଳେ କିଭଳି ରହିବ ଆପଣଙ୍କ ମନର ଭାବନା । ଏହା କେବଳ ମନର ଭାବନା ବୋଲି ଭାବନ୍ତୁ ନାହିଁ , ସତରେ ଏଭଳି ଘଟିଛି । ଘଟଣାଟି ହେଲା ଏହିଭଳି ଇଂଲଣ୍ଡ ର ଲଣ୍ଡନ ରେ ଗୋଟିଏ ଘରେ ଅଚାନକ ଭାବରେ ଏହିଭଳି ଗୋଟିଏ ଚିଠି ପହଞ୍ଚି ଥିଲା । ଏହି ଚିଠି ଟି ୧୯୧୬ ରେ ଲେଖା ଯାଇଥିଲା , ବର୍ତ୍ତମାନ ଯାଇ ଠିକ୍ ଠିକଣା ରେ ପହଞ୍ଚିଲା । ୧୯୧୬ ରେ ଏହି ଚିଠି ଟି ଇଂଲଣ୍ଡ ର ବାଥ୍ ସହରରୁ ଲେଖା ଯାଇଥିଲା , ଯାହା ବର୍ତ୍ତମାନ ଯାଇ ଉଚିତ୍ ଠିକଣା ରେ ପହଞ୍ଚିଛି । ଏହି ଚିଠି ଟିକୁ ଦେଖି ସେହି ଠିକଣା ରେ ରହୁଥିବା ଲୋକେ ମଧ୍ୟ ଚମକି ପଡ଼ିଥିଲେ ।

ଚିଠିଟି ଉପରେ ପେନି ଜର୍ଜ ବୀ ର ଷ୍ଟାମ୍ପ ଲାଗିଚି । ଯାହାକୁ ଦେଖିଲେ ଲାଗୁଚି ଯେ ଏହି ଚିଠି ଟି ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଲେଖା ଯାଇଛି । ଥିଏଟର ଡାଇରେକ୍ଟର ଫିନାଲେ ଗ୍ଲେନ୍ ଏହି ବାବଦ ରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଯେ ସେ ପ୍ରାରମ୍ଭ ରେ ଭାବିଥିଲେ ଯେ ଏହି ଚିଠି ଟି ୨୦୧୬ ରେ ଲେଖା ଯାଇଥିଲା, କାହିଁକି ନା ଏହା ଉପରେ କେବଳ ୧୬ ଲେଖା ଯାଇଛି । କିନ୍ତୁ ସେ ଠିକ୍ ଭାବରେ ଦେଖିବା ପରେ ଜାଣିଲେ ଯେ ଏଥିରେ ରାଣୀ ଙ୍କ ଷ୍ଟାମ୍ପ ସ୍ଥାନରେ ରାଜା ଙ୍କ ଷ୍ଟାମ୍ପ ରହିଛି । ସେ ଏହାକୁ ଦେଖି ବୁଝି ଗଲେ ଯେ ଏହା ୨୦୧୬ ର ନୁହେଁ ୧୯୧୬ ର ।
ଏହି ଚିଠି ଟି ନିଜ ଠିକଣା ରେ ପହଞ୍ଚି ଯାଇଥିଲା , କିନ୍ତୁ ଏହାର ଇତିହାସ କୁ ଡିକୋଡ କରିବା ପାଇଁ ଗ୍ଲେନ ଙ୍କୁ ସାମାନ୍ୟ ସମୟ ଲାଗିଥିଲା । ଏହାପରେ ସେ ଲୋକାଲ ହିଷ୍ଟ୍ରି ଅର୍ଗାନାଇଯେଶନ କୁ ଏହି ଚିଠି ଟି ଦେଇଥିଲେ । ଯାହାଦ୍ଵାରା ତାଙ୍କୁ ଉଚିତ୍ ତଥ୍ୟ ମିଳି ପାରିବ ।
ଚିଠିଟି ରେ ରହିଥିଲା ରୋଚକ ତଥ୍ୟ :-
ଲୋକାଲ ହିଷ୍ଟ୍ରୀ ମାଗାଜିନ୍ The Norwood Review ର ଏଡ଼ିଟର ଷ୍ଟିଫେନ ଆକ୍ସଫର୍ଡ ଙ୍କ ଅନୁସାରେ ଏହି ଚିଠିଟି କେଟି ମାର୍ସ ନାମକ ବ୍ୟକ୍ତିଙ୍କୁ ଲେଖା ଯାଇଥିଲା । ତାଙ୍କ ବିବାହ ଓସୱାଲଡ୍ ମାର୍ସ୍ ନାମକ ଷ୍ଟାମ୍ପ ଡିଲର ଙ୍କ ସହିତ ହୋଇଥିଲା । ମାର୍ଶ ଙ୍କ ବନ୍ଧୁ କ୍ରିଷ୍ଟାବେଲ ମିନେଲ୍ ତାଙ୍କୁ ଗୋଟିଏ ଚିଠି ଲେଖିଥିଲେ , ଯିଏ କି ବାଥ୍ ରେ ରହୁଥିଲେ । ସେ ଲେଖିଥିଲେ ଯେ ‘ ମତେ ତମର ସାହାଯ୍ୟ ଆବଶ୍ୟକ । ସେଦିନ ମୁଁ ଯାହା କରିଥିଲି ସେଥିପାଇଁ ମୁଁ ଲଜ୍ଜିତ । ମୁଁ ଏଠାରେ ଭୀଷଣ ଶୀତ ରେ ଥରୁଛି । ‘
ଅକ୍ସଫର୍ଡ୍ ଙ୍କ ଅନୁସାରେ , ସେହି ସମୟରେ ଏହି ଚିଠି ଟି କୌଣସି ପୋଷ୍ଟ ଅଫିସରେ ହଜି ଯାଇଥିଲା । ଯାହାକି ବର୍ତ୍ତମାନ ମିଳିଥିଲା ଓ ତାକୁ ଉଚିତ୍ ଠିକଣା ରେ ପଠାଇ ଦିଆ ଯାଇଥିଲା । କୁହାଯାଇଛି ଯେ ସେ ଯିଏ କି ସେହି ସମୟର ଜଣେ କୋଟି ପତି ଚା ବ୍ୟବସାୟୀ ଥିଲେ ।
Leave A Reply