Odisha news

ଲେମ୍ବୁପାଣି ଖାଲି ଓଜନ ହ୍ରାସ କରି ନଥାଏ ବରଂ ଦୁରେଇ ରଖିଥାଏ ଏହି ୭ଟି ରୋଗରୁ

0

ଆମେ ପ୍ରାୟ ଅନେକ ଲୋକଙ୍କୁ ସକାଳୁ ଦେଖିଚୁ ଖାଲି ପେଟରେ ଲେମ୍ବୁପାଣି ପିଇବା l କିନ୍ତୁ ଆମେ ଜାଣି ନଥାଉ ଯେ ସକାଳର ଏହି ଗୋଟିଏ ଗ୍ଲାସ ଲେମ୍ବୁପାଣି ଆମକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ l ଲେମ୍ବୁ ଭିଟାମିନ ସି ସହିତ ଅନେକ ଗୁଡିଏ ମହତ୍ୱ ପୁର୍ଣ ପୋଷକ ତତ୍ୱ ରହିଛି l ଲେମ୍ବୁ ରସର ବ୍ୟବହାର କେବଳ ଖାଦ୍ୟରେ ନୁହେଁ, ତ୍ୱଚା, କେଶ ଓ ନଖ ଇତ୍ୟାଦି ପାଇଁ ବ୍ୟବହୃତ ହୋଇଥାଏ l

– ପୋଟାସିୟମ ବୁଷ୍ଟର ଲେମ୍ବୁପାଣି –
ପୋଟାସିୟମ ବିନା ଆପଣଙ୍କ ଶରୀର କାର୍ଯ୍ୟ କରିପାରିବ ନାହିଁ l ନେସନାଲ ଲାଇବ୍ରେରୀ ଅଫ ମେଡ଼ିସିନ ଦ୍ୱାରା ପ୍ରକାଶିତ ଗୋଟିଏ ଷ୍ଟଡି ରେ କୁହାଯାଇଛି ଯେ ପୋଟାସିୟମ ନର୍ଭ ମସଲସ କମ୍ୟୁନିକେସନ, ପୋଷାକ ତତ୍ଵକୁ ପରିବହନ, ବର୍ଜ୍ୟ ବସ୍ତୁ ଓ ରକ୍ତଚାପ କୁ ରେଗୁଲେଟ କରିବାରେ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥାଏ l

– କିଡ୍ନୀ ଷ୍ଟୋନ ର ବିପଦ ହ୍ରାସ କରିଥାଏ –
ଲେମ୍ବୁପାଣି ୟୁରିନାରୀ ସାଇଷ୍ଟ୍ରେସ ର କମି ରହୁଥିବା ଲୋକମାନଙ୍କର ଷ୍ଟୋନ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ l ଡିହାଇଡ୍ରେସନ ସମସ୍ୟା ମଧ୍ୟ ଠିକ କରିଥାଏ , ଯେଉଁ ସ୍ଥିତି କି କିଡ୍ନୀ ଷ୍ଟୋନ ର ଗୋଟିଏ ବଡ଼ କାରଣ ଅଟେ l ତେଣୁ ସମସ୍ତେ ପ୍ରତିଦିନ ଗୋଟିଏ ଗ୍ଲାସ ଲେଖାଏଁ ଲେମ୍ବୁ ପାଣି ସେବନ କରିବା ଜରୁରୀ l

– ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ –
ନେସନାଲ ଲାଇବ୍ରେରୀ ଅଫ ମେଡ଼ିସିନ ଦ୍ୱାରା ପ୍ରକାଶିତ ଅଧ୍ୟୟନ ଅନୁସାରେ ଲେମ୍ବୁ ର ରସରେ ଥିବା ଏସିଡ ଖାଦ୍ୟ କୁ ଠିକ ଭାବରେ ଭାଙ୍ଗି ଦେଇଥାଏ l ତେଣୁ ଆମ ପେଟରେ ମଧ୍ୟ ଏସିଡ ରହିଥାଏ l ପେଟରେ ଥିବା ଏସିଡ ବୟସ ବୃଦ୍ଧି ସହିତ କମିବାରେ ଲାଗିଥାଏ l ଯେତେବେଳେ ପାଚନ କ୍ରିୟା ସୁସ୍ଥ ରହିଥାଏ ସେତେବେଳେ ଖାଦ୍ୟ ପଦାର୍ଥ ରେ ଥିବା ପୋଷାକ ତତ୍ୱ ଶରୀର ରେ ସମ୍ପୂର୍ଣ ଭାବରେ ଅବଶୋସିତ କରିଥାଏ l

– ପର୍ଯ୍ୟାପ୍ତ ହାଇଡ୍ରେସନ ପ୍ରଦାନ କରିଥାଏ –
ଅନେକ ଲୋକ ଶରୀରର ଆବଶ୍ୟକତା ଅନୁସାରେ ପାଣି ପିଅନ୍ତି ନାହିଁ, ନିୟମିତ ଲେମ୍ବୁପାଣି ସେବନ ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ l ନେସନାଲ ଲାଇବ୍ରେରୀ ଅଫ ମେଡ଼ିସିନ ର ମତ ଅନୁସାରେ ଲେମ୍ବୁ ପାଣି ଇଲେକ୍ଟ୍ରୋଲାଇଟ ବାଲାନ୍ସ କରି ରଖିଥାଏ l

– ଓଜନ ହ୍ରାସରେ ସାହାଯ୍ୟ କରିଥାଏ –
NCBI ରେ ପ୍ରକାଶିତ ଗୋଟିଏ ଗବେଷଣା ଅନୁସାରେ ଲେମ୍ବୁ ପାଣି ଶରୀରର ମେଟାବୋଲିଯିମ ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ଆମେ ଅଧିକ ମାତ୍ରାରେ କ୍ୟାଲୋରୀ ବର୍ନ କରିଥାଉ , ଯାହାଦ୍ୱାରା ଓଜନ ହ୍ରାସରେ ସାହାଯ୍ୟ ମିଳିଥାଏ l ସକାଳୁ ଉଠିବା ମାତ୍ରକେ ଲେମ୍ବୁ ପାଣି ସେବନ କରନ୍ତୁ ଯାହା ଆପଣଙ୍କ ଶରୀରର ଏକ୍ସଟ୍ରା ଫ୍ୟାଟ ବର୍ନ କରିବା ସହିତ ଅନ୍ୟ ସ୍ୱାସ୍ଥ୍ୟଗତ ଲାଭ ଦେବ ଲ

– ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ –
ଲେମ୍ବୁ ପାଣିରେ ପର୍ଯ୍ୟାପ୍ତ ଭିଟାମିନ ସି ରହିଥାଏ , ତେଣୁ ଇମ୍ୟୁନିଟି ବୁଷ୍ଟ କରି ଅନେକ ରୋଗ ଠାରୁ ଦୁରେଇ ରଖିଥାଏ l ଏହାଛଡା ଲେମ୍ବୁପାଣି ସେଲସ ଡ୍ୟାମେଜ ହେବାରୁ ମଧ୍ୟ ଆମକୁ ରକ୍ଷା କରିଥାଏ l

– ଆକ୍ସିଡେସନ କୁ ରୋକିଥାଏ –
ଲେମ୍ବୁ ରସରେ ଫାଇଟୋନ୍ୟୁଟ୍ରିଏଣ୍ଟ ରହିଥାଏ, ଯାହା ଆପଣଙ୍କ ଶରୀରକୁ ରୋଗ ଠାରୁ ରକ୍ଷା କରିଥାଏ l ଏହା ଗୋଟିଏ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ ଅଟେ l ଯାହାକି ସେଲସ ଡ୍ୟାମେଜ ରୁ ନେଇ ସମସ୍ତ ରୋଗ ଠାରୁ ରକ୍ଷା କରିବା ସହିତ ଶରୀରକୁ ସୁସ୍ଥ ରଖିଥାଏ l

Leave A Reply