Odisha news

ଗାଁ ବଇଦର ଟଭାଲେମ୍ବୁରେ ଚିକିତ୍ସା : ଆସନ୍ତୁ ଜାଣିବା କେଉଁ ୫ଟି ଫାଇଦା ଆମେ ପାଇବା

0

ଏହି ଫଳକୁ ଓଡ଼ିଆରେ ଟଭା କିମ୍ବା ଟଭାଲେମ୍ବୁ କୁହାଯାଏ l ଏହି ଗଛ ସାଧାରଣ ଲେମ୍ବୁ ଗଛଠାରୁ ସାମାନ୍ୟ ବଡ଼ ଅଟେ l ଏହାର ଫଳ ଖଟା ମିଠା ମିଶ୍ରିତ ସ୍ୱାଦଯୁକ୍ତ ଅଟେ l ଏଥିରେ ଅନେକ ଔଷଧି ଗୁଣ ରହିଛି l ଓଡି଼ଶାରେ ଗାଁ ଗହଳି ଠାରୁ ନେଇ ସହର ପର୍ଯ୍ୟନ୍ତ ପ୍ରାୟ ସବୁଆଡେ ଟଭାଲେମ୍ବୁ ଗଛ ଦେଖିବାକୁ ମିଳେ l ତଳେ ଦିଆଗଲା ଟଭାଲେମ୍ବୁର ଔଷଧୀୟ ଗୁଣ ବିଷୟରେ l

* ଅରୁଚି ଲାଗିବ ଦୂର କରିଥାଏ -ବେଳେ ବେଳେ ଜ୍ୱର କିମ୍ବା ଅନ୍ୟ କୌଣସି ଦେହ ଖରାପ ହେଲେ ପାଟିକୁ କିଛି ସ୍ୱାଦ ଲାଗି ନଥାଏ l ତାହାକୁ ଓଡ଼ିଆରେ ଅରୁଚି କୁହାଯାଏ l ଦୀର୍ଘ ସମୟର ଜ୍ୱର ପରେ ଯେତେବେଳେ ଆମେ ବିଛଣାରୁ ଉଠୁ ଆମ ପାଟିକୁ କିଛି ଭଲ ଲାଗେ ନହିଁ l ସେହି ସମୟରେ ଟଭାଲେମ୍ବୁ ରସକୁ ମହୁରେ ମିଶାଇ ଚାଟିଲେ ଅରୁଚି ଲାଗିବ ଦୂର ହୁଏ l

* ଵାତପିତ୍ତ ରୋଗ -ଵାତପିତ୍ତ ସମସ୍ୟା ଅଧିକାଂଶ ଲୋକଙ୍କର ଦେଖିବାକୁ ମିଳେ l ଏହିପରି ସମସ୍ୟା ଉପୁଜିଲେ ଟଭାଲେମ୍ବୁ ଗଛର ଫୁଲକୁ ଆଣି ଚିକଣ କରି ବାଟି ଦିଅନ୍ତୁ l ଏହା ପରେ ତାକୁ ପାଣିରେ ଗୋଳାଇ ସେଥିରେ ଅଳ୍ପ ପରିମାଣର ମହୁ ମିଶାଇ ସାତଆଠ ଦିନ ସେବନ କଲେ ଵାତପିତ୍ତ ସମସ୍ୟା ଦୂର ହୋଇଥାଏ l

* ଗ୍ୟାଷ୍ଟିକ ସମସ୍ୟା ଆଜିକାଲିର ଏକ ସାଧାରଣ ସମସ୍ୟା ଅଟେ l ଯଦି ଆପଣଙ୍କର ଏହି ସମସ୍ୟା ଦୀର୍ଘଦିନ ଧରି ଦେଖାଯାଉଛି ତେବେ ଟଭାଲେମ୍ବୁର ମୂଳକୁ ପାଣିରେ ବାଟି ସେଥିରେ ସମ ପରିମାଣର ଗାଈଘିଅ ମିଶାଇ ସେଥିରୁ ପାଞ୍ଚଗ୍ରାମ ମାତ୍ରାରେ ପ୍ରତେକ ଦିନ ସେବନ କଲେ କିଛି ଦିନପରେ ଦେଖିବେ ପେଟର ସମସ୍ତ ବାୟୁ ଜନିତ ରୋଗ ଦୂର ହୋଇଯିବ l

* ପେଟରେ କୃମୀ -ପେଟରେ କୃମୀ ହେବ ଏକ ସଧାରଣ ସମସ୍ୟା ଅଟେ l ଏହି ସମସ୍ୟା ବେଳେବେଳେ ବିଭିନ୍ନ ପ୍ରକାର ଅସୁବିଧାକୁ ସମ୍ମୁଖୀନ କରାଇଥାଏ l ଛୋଟପିଲାଙ୍କ ପାଖରେ ପେଟର କୃମୀ ସମସ୍ୟା ଦେଖାଦେଲେ ସେମାନଙ୍କର ଓଜନ ହ୍ରାସ ପାଇବା ଦେଖା ଯାଇଥାଏ l ଏପରି ସ୍ଥଳରେ ଟଭାଲେମ୍ବୁ ପତ୍ରର ରସରେ ଅଳ୍ପ ମିଶିରୀ ଗୁଣ୍ଡ ମିଶାଇ ଦିନକୁ ଥରେ ସାତଦିନ ପର୍ଯ୍ୟନ୍ତ ପିଆଇଲେ ଛୋଟ ପିଲାଙ୍କର କୃମୀ ସମସ୍ୟା ଦୂର ହୋଇଯାଏ l

* କାଶ ରୋଗ -କାଶ ରୋଗ ସମସ୍ୟା ସର୍ଦି ଜନିତ ରୋଗରୁ ଦେଖା ଦେଇଥାଏ l ବେଳେବେଳେ ଏହି କାଶ ରୋଗ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଥାଏ l ଆପଣ ଏହି ପରିସ୍ଥିତିରେ ପାଚିଲା ଟଭାଲେମ୍ବୁ ରସରେ  ଚିନି ଓ ମହୁ ଅଳ୍ପ ମାତ୍ରାରେ ମିଶାଇ ସେବନ କଲେ ଦୁଇ ତିନି ଦିନରେ କାଶ ରୋଗରୁ ଆରମ ମିଳେ l

Nalco
Leave A Reply