Odisha news

ସକାଳୁ ଲେମ୍ବୁପାଣି ସେବନ କରିବା ଦ୍ୱାରା ଆମ ଶରୀର ଅନେକ ରୋଗରୁ ଦୁରେଇ ରହିଥାଏ

0

ପ୍ରତେକ ଦିନ ସକାଳୁ ଆପଣ ଲେମ୍ବୁ ପାଣି ସେବନ କରିବା ଦ୍ୱାରା ଓଜନ କମାଇବା ସହିତ ନିଜକୁ ଅନ୍ୟ ରୋଗରୁ ମଧ୍ୟ ଦୁରେଇ ରଖି ପାରିବେ l ପ୍ରତ୍ୱେକଦିନ ଲେମ୍ବୁ ପାଣି ପିଇଲେ ଆପଣଙ୍କ ପାଚନ ତନ୍ତ୍ର ସୁସ୍ଥ ରହିବl ସହିତ ପେଟର ଅନ୍ୟ ସମସ୍ୟା ମଧ୍ୟ ଦୂରହେବ l ଲେମ୍ବୁରେ ଭିଟାମିନ-ସି ଓ ବି ,କ୍ୟାଲସିୟମ ,ମ୍ୟାଗନେସିୟମ ଭଳି ଔଷଧ ଗୁଣ ରହିଛି l ଆଜି ଆସନ୍ତୁ ଜାଣିବା ଲେମ୍ବୁପାଣି ପିବ ଦ୍ୱାରା କୀଲାଭ ମିଳିଥାଏ l

* ଇମ୍ୟୁନିଟିକୁ ଶକ୍ତିଶାଳୀ କରେ -ଲେମ୍ବୁ ପାଣିରେ ଵlୟୋଫ୍ଲେବନଏଡ଼ ଓ ଭିଟାମିନ-ସି ଭରପୁର ମାତ୍ରାରେ ଥିବା ହେତୁ ଆମର ଇମ୍ୟୁନିଟି ଶକ୍ତିଶାଳୀ ହୋଇଥାଏ l ଏଥିରେ ଥିବା ଆବଶକ୍ୟ ଭିଟାମିନ ଓ ମିନେରାଲ ଆମ ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ l

* ଓଜନ କମାଇବାରେ ସାହାଯ୍ୟ କରେ- ଯଦି ଆପଣ ପ୍ରତେକ ଦିନ ସକାଳୁ ଲେମ୍ବୁ ପାଣି ସେବନ କରିବେ ତେବେ ଆପଣଙ୍କ ଶରୀରରେ ଥିବା ଅତିରିକ୍ତ ଚର୍ବି କମ ହୋଇପାରିବ l ଆପଣଙ୍କ ଲିଭରରେ ଥିବା ଅଧିକାଂଶ ବିଷାକ୍ତ ପଦାର୍ଥ ମଧ୍ୟ ପରିସ୍ରା ଓ ଝାଡ଼ାରେ ବାହାରି ଯିବ l ତା ସହିତ ଲିଭର ମଧ୍ୟ ସୁସ୍ଥ ରହିବ l

* ପାଚନ ତନ୍ତ୍ର ସୁସ୍ଥ ରଖେ -ଲେମ୍ବୁରେ ହାଇଡ୍ରୋକ୍ଳରିକ ନାମକ ଏସିଡ ମିଳିଥାଏ ଯାହା ଆପଣଙ୍କ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ l ଏହା ସହିତ ଏସିଡିଟିକୁ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ l ଯେଉଁ ଲୋକମାନେ ପାଚନ ସମସ୍ୟା ଓ ଗ୍ୟାସ ସମସ୍ଵରେ ଆକ୍ରାନ୍ତ ହୋଇଥାନ୍ତି ସେମାନେ ପ୍ରତେକ ଦିନ ସକାଳୁ ଲେମ୍ବୁପାଣି ସେବନ କରିବା ଆବଶ୍ୟକ l ଏଥିରେ ଥିବା ଭିଟାମିନ-ସି ଶରୀରରେ ଅଲସର ହେବାକୁ ଦିଏନାହିଁ l

* ସଂକ୍ରମଣରୁ ରକ୍ଷା କରେ -ଲେମ୍ବୁ ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ-ସି ରେ ଭରପୁର ହୋଇଥାଏ ,ଯାହା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢି ଥାଏ l ଏହା ଦ୍ୱାରା ଆପଣ ବିଭିନ୍ନ ରୋଗ ସଂକ୍ରମଣରୁ ମଧ୍ୟ ଦୁରେଇ ରହି ପାରିବେ l ଲେମ୍ବୁରେ ଥିବା ସେପୋନିନ ନାମକ ତତ୍ୱ ଶରୀରକୁ ବିଭିନ୍ନ ପ୍ରକାରର ଫ୍ଲୁ ରୁ ଦୁରେଇ ରଖିବାରେ ସାହାଯ୍ୟ କରେ l

* କିଡ୍ନୀରେ ଷ୍ଟୋନ ହେବାରୁ ଦୁରେଇ ରଖେ -ପ୍ରତେକ ଦିନ ସକାଳୁ ଆପଣ ଲେମ୍ବୁ ପାଣି ସେବନ କରିବା ଦ୍ୱାରା ଆପଣ କିଡ୍ନୀରେ ଷ୍ଟୋନ ହେବାରୁ ଦୁରେଇ ପାରିବେ l ଲେମ୍ବୁ ପାଣି ପିଲେ ଆପଣଙ୍କ ମୂତ୍ର ନଳୀରେ ସଂକ୍ରମଣ ହୋଇନଥାଏ ଓ ପରିଶ୍ରା ପତଳା ହୋଇଥାଏ l

* ମଧୁମେହ ପାଇଁ ଲାଭକାରୀ – ଲେମ୍ବୁପାଣି ବଜାରର ଥଣ୍ଡା ପାନୀୟ ଓ ଜୁସ ଠାରୁ ଭଲ ଅଟେ l ଏହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ହିତକର l ମଧୁମେହ ରୋଗୀମାନେ ସକାଳୁ ଲେମ୍ବୁପାଣି ପିଇବା ଦ୍ୱାରା ରକ୍ତରେ ଶର୍କରାର ସ୍ତର ନିୟନ୍ତ୍ରଣ ରହିଥାଏ l

Leave A Reply