Odisha news

ଅଳସୁଆ ଲୋକଙ୍କ ପାଇଁ ଖୁସି ଖବର : ଶୋଇ ଶୋଇ ଏହିଭଳି କରିବେ ଓଜନ ହ୍ରାସ

0

ଆଜିକାଲି ପ୍ରାୟ ସମସ୍ତେ ନିଜର ଓଜନ ହ୍ରାସ କରିବା ପାଇଁ ଜୋରେ ଲାଗି ପଡିଛନ୍ତି l ସେଥିପାଇଁ ବିଭିନ୍ନ ପ୍ରକାରର ଉପାୟ ଗ୍ରହଣ କରୁଛନ୍ତି l ଯେପରିକି ଜିମରେ ଝାଳ ବୁହାଇବା, ବିଭିନ୍ନ ପ୍ରକାର ଖାଦ୍ୟ ଠାରୁ ନିଜକୁ ଦୁରେଇ ରଖିବା, ଯୋଗାସନ ଓ ବ୍ୟାୟାମ ନିୟମିତ କରିବା ଇତ୍ୟାଦି l  କିନ୍ତୁ ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ଆପଣ ଶୋଇ କି ମଧ୍ୟ ନିଜର ଓଜନ ହ୍ରାସ କରିପାରିବେ l

ଗବେଷଣା ରୁ ଜଣା ପଡିଛି ଯେ :-
୨୦୨୧ ରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ଯଦି ଜଣେ ବ୍ୟକ୍ତି ଭରପୁର ମାତ୍ରା ରେ ଠିକ ଭାବରେ ସୋଇଥାଏ ତେବେ ତାର ଓଜନ ନିୟନ୍ତ୍ରିତ ହୋଇଥାଏ l ଏହି ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ସ୍ଲିପ ଏପନିୟା ଥିବା ଲୋକମାନେ ୧୨ ମାସ ରେ ଅଧିକ ମାତ୍ରାରେ ଓଜନ ହ୍ରାସ କରିଥିଲେ, କିନ୍ତୁ ଠିକ ରେ ଶୋଇ ନଥିବା ଲୋକଙ୍କ ସହିତ ଏହା ଘଟି ନଥିଲା l

– ସ୍ଲିପିଂ ପ୍ୟାଟର୍ନ ରେ ପରିବର୍ତନ କରନ୍ତୁ :
ସର୍ବ ପ୍ରଥମେ ଆପଣ ଶୋଇବା ସମୟ ସ୍ଥିର କରନ୍ତୁ l ଆପଣ ଯଦି ପ୍ରତିଦିନ ଗୋଟିଏ ନିର୍ଦ୍ଧିଷ୍ଟ ସମୟରେ ଶୋଇବେ ତେବେ ଏହା ଆପଣଙ୍କ ର ଅଭ୍ୟାସରେ ପଡି ଯିବ l ବିଛଣା କୁ ଯିବା ଦ୍ୱାରା ତୁରନ୍ତ ନିଜ ଫୋନ ଠାରୁ ଦୁରେଇ ଯାଆନ୍ତୁ l ୮ଘଣ୍ଟା ର ନିଦ ଆପଣଙ୍କ ଓଜନ କମ କରିବାରେ ସାହାଯ୍ୟ କରିଥାଏ l

– ବିନା ଘୋଡେଇ ହେବାରେ ଶୁଅନ୍ତୁ :
ଯଦି ଆପଣ କମ ତାପମାତ୍ରା ରେ ଶୋଉଛନ୍ତି, ତେବେ ଆପଣଙ୍କ ମେଟାବଳିଯିମ ବୃଦ୍ଧି ହୋଇଥାଏ l ଯେଉଁ କାରଣରୁ ଆପଣଙ୍କ କ୍ୟାଲୋରୀ ବର୍ନ ହୋଇଥାଏ l ମିଳିଥିବା ସୂଚନା ଅନୁସାରେ ଯଦି କୋଠରୀ ରେ ତାପମାତ୍ରା କମ ରହିଥାଏ ତେବେ ଭଲ ବ୍ରାଉନ ଫ୍ୟାଟ ର ମାତ୍ରା ବଢି ଯାଇଥାଏ l ଯାହାଦ୍ୱାରା ଶରୀର ର ଏକ୍ସଟ୍ରା ବ୍ଲଡ଼ ସୁଗାର ରୁ ରକ୍ଷା ମିଳିଥାଏ ଓ କ୍ୟାଲୋରୀ ବର୍ନ ହେବାରେ ସାହାଯ୍ୟ ମିଳିଥାଏ l

– ଖାଇବା ଓ ଶୋଇବା ସମୟରେ ଗ୍ୟାପ ରଖନ୍ତୁ :
ଯଦି ଆପଣ ଶୋଇବା ଓ ରାତ୍ରୀ ଭୋଜନ ମଧ୍ୟରେ ୩ଘଣ୍ଟା ଡିଷ୍ଟାନ୍ସ ରଖୁଛନ୍ତି ତେବେ ଏହା ମଧ୍ୟ ଆପଣଙ୍କ ଓଜନ ହ୍ରାସ କରିଥାଏ l ଯଦି ଆପଣ ଏପରି କରୁଛନ୍ତି ତେବେ ଖାଦ୍ୟ ମଧ୍ୟ ହଜମ ହୋଇଥାଏ ଓ ମେଦ ବୃଦ୍ଧି ହୋଇ ନଥାଏ l

Leave A Reply