Odisha news

ଖୁବ୍ ଶୀଘ୍ର ବୁଗୁଡ଼ାରେ ଗଡିବ ଲକ୍ଷ୍ମୀ ବସ୍ 

0
ବୁଗୁଡ଼ା : ତା ୦୮/୦୧/୨୪ : ଆଗାମୀ କିଛି ଦିନ ମଧ୍ୟରେ ବୁଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତଗୁଡ଼ିକରେ ଲକ୍ଷ୍ମୀ ବସ୍ ଗଡିବ । ଯାତ୍ରୀ ପରିବହନ କ୍ଷେତ୍ରରେ ବୁଗୁଡ଼ା ଅଞ୍ଚଳ ଆଉ ଦୁଇ ପାଦ ଆଗେଇବ । ବୁଗୁଡା ବ୍ଲକର ପ୍ରତ୍ୟେକ ପଞ୍ଚାୟତକୁ ଲକ୍ଷ୍ମୀ ବସ୍ ଗଡ଼ିବା ପାଇଁ ରୁଟ୍ ଚାର୍ଟ ପ୍ରସ୍ତୁତ ହୋଇସାରିଛି । ବିଭିନ୍ନ ସ୍ଥାନରେବସ୍ ରହଣୀ ସ୍ଥଳ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେଆଗେଇ ଚାଲିଛି। ବିଶେଷକରି ଗ୍ରାମାଞ୍ଚଳରୁସହରାଞ୍ଚଳକୁ ସୁନିଶ୍ଚିତ ବସ୍ ସେବା ସଂଯୋଗ ଦିଗରେ ଏହା ବିଶେଷ ସହାୟକ ହେବ । ବୁଗୁଡା ବ୍ଲକର ପ୍ରତ୍ୟେକ ପଞ୍ଚାୟତରୁ ସହରକୁ ସୁଲଭମୂଲ୍ୟରେ ଲୋକେ ଲକ୍ଷ୍ମୀ ବସ୍‌ରେ ଯାତାୟାତକରି ପାରିବେ। ବୁଗୁଡା ବ୍ଲକ୍‌ର ୨୧ଟି ପଞ୍ଚାୟତ ପାଇଁ ୫ଟି ଲକ୍ଷ୍ମୀ ବସ୍ ଚଳାଚଳ କରିବାକୁ ଥିବାବେଳେ ୪୩ଟି ବସ୍ ରହଣୀ ସ୍ଥଳ ମଧ୍ୟରୁ ୩୩ଟି ସ୍ଥାନରେ ନୂତନ ଭାବେ ନିର୍ମାଣ କାର୍ଯ୍ୟ  ଏବଂ ୧୦ଟି ସ୍ଥାନରେ ପୁରୁଣା ରହଣୀ ସ୍ଥଳର ମରାମତି କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ନେଇ ବିଡିଓ ସନ୍ତୋଷ କୁମାର ଜେନାଙ୍କ ଠାରୁ ପ୍ରକାଶ ପାଇଛି । ଆଗାମୀ କିଛି ଦିନ ପରେ ଗଞ୍ଜାମ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି । ଲକ୍ଷ୍ମୀ ବସ୍‌ରେ ଯାତାୟାତ ବେଳେ କ୍ୟାସ୍‌ଲେସ୍‌ ପେମେଣ୍ଟକୁ ପ୍ରୋତ୍ସାହନ ଦେବାପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଓଡିଶା ରାଜ୍ୟ ସଡ଼କ ପରି ବହନ ନିଗମ ପକ୍ଷରୁ ୟୁପିଆଇ କ୍ୟୁଆର୍ କୋଡ୍‌ର ଶୁଭାରମ୍ଭ କରାଯାଇଛି। ଏହା ଦ୍ଵାରା ଯାତ୍ରୀମାନେ କ୍ୟୁଆର୍ କୋଡ୍ ସ୍କାନ୍ କରି ଅନଲାଇନ୍‌ରେଗସ୍ତ ଖର୍ଚ୍ଚଦେଇପାରିବେ । ଫାଇଭ୍-ଟି ଯୋଜନାରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍ ଯୋଜନାରେ ମିଶନ୍ ଶକ୍ତି ମାଆମାନଙ୍କୁ ବସ୍ ପରିଚାଳନା ଦାୟିତ୍ବ ଦିଆଯିବାର ବ୍ଯବସ୍ଥା ରହିଛି । ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକେ ମାତ୍ର ୫ ଟଙ୍କାରେ ଗ୍ରାମାଞ୍ଚଳରୁ ବ୍ଲକ୍‌କୁ ଯାଇପାରିବେ । ରାଜ୍ୟ ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ଯୋଜନା ଦ୍ୱାରା ଗ୍ରାମାଞ୍ଚଳ ଲୋକେ ବିଶେଷ ଉପକୃତ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି
Nalco
Leave A Reply